STORYMIRROR

Ashok Digal

Tragedy

1  

Ashok Digal

Tragedy

ଜୀବନରେ କିଛି କର...

ଜୀବନରେ କିଛି କର...

2 mins
3.1K


ମୁଁ ଥରେ ଆନିମଲ ପ୍ଲାନେଟ୍ ଚାନେଲ ଦେଖୁଥାଏ । ନଦୀ ତୋଟାରେ ପଲେ ହରିଣ ଚରୁଥାନ୍ତି। ମୋତେ ସେମାନଙ୍କୁ ଦେଖି ବହୁତ ଖୁସି ଲାଗିଲା । ଲାଗିଲା ଟିଭି ସ୍କ୍ରିନ୍ ଭିତରେ ପଶି ମୁଁ ହରିଣଙ୍କ ପାଖରେ ରହି ସେମାନଙ୍କୁ ଜୀବନ୍ତ ଦେଖୁଛି । ମୋତେ ବହୁତ ଆନନ୍ଦ ଲାଗିଲା ।ସେମାନଙ୍କ ଚାରଣ ଦେଖୁ ଥାଏ ତହିଁରେ ଏକ ହରିଣୀ ଛୁଆ ଜନ୍ମ କଲା । ମୋତେ ଆହୁରି ସ୍ଵର୍ଗାନନ୍ଦ ଲାଗିଲା, ମୁଁ ଭାବୁକ ହୋଇଗଲି। ଯା ହଉ ସତରେ ନହେଲେ ବି କାଚରେ ତ ହରିଣଙ୍କ ଚାରଣ ଓ ଜନ୍ମ ଦେଖୁଛି ।ହରିଣ ଛୁଆକୁ ହରିଣୀ ଚାଟି ଚାଟି ସଫା କଲା । ଛୁଆଟି ଟିକେ ଟିକେ ଚାଲିବାକୁ ଉଦ୍ୟମ କରୁ କରୁ ପଡି଼ଗଲା ତଳେ ଥିବା ଠେଙ୍ଗା ଖଣ୍ଡକ ଉପରେ ।କ୍ୟାମେରାଟି ପାଣି ଭିତରକୁ ଚାଲିଗଲା ତେଣୁ ମୁଁ ଭାବିଲି କଣ କୁମ୍ଭୀରଟା ପାଣି ଭିତରେ ଅଛକି!? ହେଲେ ପାଣିରେ ପତ୍ର ଉପରେ ଗୋଟିଏ ପିମ୍ପୁଡି଼ଟା ଭାସୁଛି ହେଲେ ଯେବେ ହରିଣ ଛୁଆଟେ ଠେଙ୍ଗା ଉପରେ ପଡି଼ଛି ତହିଁରେ ଠେଙ୍ଗାଟି ପାଣି ଉପରକୁ ଟେକି ହେଇଛି ସେହି ଠେଙ୍ଗା ଉପର ଦେଇ ପିମ୍ପୁଡି଼ଟେ ବାହାରକୁ ଚାଲି ଆସିଲା ମୋତେ ବହୁତ ଖୁସି ଲାଗିଲା ।

ହେଲେ ହଠାତ ପରଦାରେ ପଲେ ବାଘଙ୍କ ଚିତ୍ର ଆସିଲା ମୁଁ ଭାବିଲି ! ଚିତ୍ରଟା ବୋଧେ ବଦଳି ଗଲା । ହେଲେ ଚିତ୍ରଟା ବଦଳି ନ ଥାଏ ଆଜ୍ଞା ଚିତ୍ରରେ ସବୁଠୁ ଦୁଃଖଦ ଘଟଣାଟି ଘଟିଗଲା । ସେହି ବାଘମାନେ ହରିଣ ପଲଙ୍କୁ ଆକ୍ରମଣ କରିବାକୁ ଆସନ୍ତେ ହରିଣ ମାନେ ଭୟରେ ଧାଇଁ ଗଲେ ।ହେଲେ ହରିଣ ଛୁଆଟି ଧାଇଁ ପାରିଲାନି ବାଘ ମାନେ ତାକୁ ନୃଶଂସ ଭାବରେ ଚିରି ଚିରି ଖାଇ ଗଲେ । ସେହି ଦୃଶ୍ୟ ଆଉ ମୁଁ ଦେଖି ନ ପାରି ଟିଭିଟା ବନ୍ଦ କରିଦେଲି । ସେ ଦିନ ତମାମ ମୋତେ ଆଉ ଭଲ ଲାଗିଲାନି । ଅନେକ ଭାବନା ମୋ ମନକୁ ଘାରିଲା । ଏବଂ ଶେଷରେ ଗୋଟିଏ ବାର୍ତ୍ତାଟି ମୁଁ ଭାବିଲି ଜୀବନର କେଇ ମିନିଟ ଗୋଟିଏ ପ୍ରାଣୀ ବଞ୍ଚି ଗୋଟିଏ ଜୀବନ ରକ୍ଷା କଲା କିନ୍ତୁ ଏ ବୁଦ୍ଧିମାନ ମଣିଷ ଶହଶହ ବର୍ଷ ବଞ୍ଚି ଗୋଟିଏ ଜୀବନ ରକ୍ଷା ବଦଳରେ ହତ୍ୟା କରୁଛି ! ହାୟରେ ନିର୍ଦୟ ମଣିଷ ତୋ ନିର୍ଦୟ ପଣର ଫଳ ଦିନେ ଭୋଗିବୁ ଅପେକ୍ଷା କରିଥା !।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy