Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Srinibas Mahalik

Abstract

5.0  

Srinibas Mahalik

Abstract

ମନେପଡେ

ମନେପଡେ

2 mins
1.7K


ପିଲାଦିନର ଅତୀତକୁ ଫେରିଗଲେ ମନେପଡେ ସେହି ମିଠା ମିଠା ସ୍ମୃତି, ଅଭୁଲା ଅନୁଭୂତି ଏମିତି ଅନେକ କିଛି । ଯାହା ଆମ ହୃଦୟ ଚଟାଣରେ ଏକ ସ୍ୱତନ୍ତ୍ର ଭାଷାରେ ସ୍ୱତନ୍ତ୍ର ଅକ୍ଷରରେ ଲିପିବଦ୍ଧ ହୋଇରହିଅଛି, ଯାହାକୁ ସିଲଟର ଲେଖା ଭଳି ଲିଭେଇ ହେବନାହିଁ କିମ୍ବା କାଗଜର ଫର୍ଦ୍ଦ ଭଳି ଚିରି ହେବନାହିଁ । ପିଲାବେଳର ପ୍ରତ୍ୟେକଟି ସ୍ମୃତି ଏଯାବତ୍ ମନରେ ଜୀବନ୍ତ ହୋଇରହିଅଛି । ସେହି ସ୍ମୃତି ହିଁ ଏକ ନୂତନ ଜୀବନ ବଞ୍ଚିବାର ରାହା ସଦୃଶ୍ୟ । ପିଲାବେଳର ଦୁନିଆଁ ସହ ଆଜିର ଏ ବାସ୍ତବିକ ଦୁନିଆଁ ମଧ୍ୟରେ ରହିଛି ଅନେକ ପାର୍ଥକ୍ୟ ଅନେକ ପରିବର୍ତ୍ତନ, ଯାହା ବିଡ଼ମ୍ବନା ମାତ୍ର ।

  ମନେପଡେ ସେହି ସାପୁଆ କେଳା । ଯେତେବେଳେ ଗାଁ ଦାଣ୍ଡରେ ବସି ବିନ୍ ବଜେଇ ନାନାଦି ପ୍ରକାରର ସାପ ଖେଳ ଦେଖାଏ, ସେତେବେଳେ ତାହା ଦେଖିବାକୁ ପିଲାଠାରୁ ବୁଢା ଯାଏଁ ସମସ୍ତେ ସମସ୍ତଙ୍କ କାମ ଧନ୍ଦା ଛାଡି ସେହି ସାପୁଆ କେଳା ପାଖରେ ରୁଣ୍ଡ ହୋଇଯାଉଥିଲେ ।

ମନେପଡେ ସେହି ମାଙ୍କଡ଼ ନାଚ । ଯେତେବେଳେ ବଜାର ମଝିରେ ଠିଆହୋଇ ନାଚବାଲା ବାଜା ଟିକେ ବଜେଇ ଦିଏ, ସେତେବେଳେ ମାଙ୍କଡ଼ ନାଚ ଦେଖିବା ପାଇଁ ଲୋକଙ୍କ ସୁଅ ଛୁଟୁଥିଲା । କୁନି ମାଙ୍କଡ଼ର ସେହି ନୂଆ ବୋହୂ ବେଶ, ଦଣ୍ଡ ମାରିବା ଓ ସମସ୍ତଙ୍କୁ ମୁଣ୍ଡିଆ ମାରିବାର ଦୃଶ୍ୟ ସତରେ କେତେ ନିଆରା ଥିଲା ।

ମନେପଡେ ସେହି ଭାଲୁ ନାଚ ଓ ବାଉଁଶ ରାଣୀର ସର୍କସ କଥା । ଯେତେବେଳେ ଏହି ନାଚ ସ୍କୁଲ ପଡ଼ିଆରେ ହୁଏ, ତାହା ଦେଖିବା ପାଇଁ ଶିକ୍ଷକମାନେ କୋଡ଼ିଏ କିମ୍ବା ପଚାଶ ପଇସା ଚାନ୍ଦା ଆଦାୟ କରି ସେହି ନାଚୁଆମାନଙ୍କୁ ଦେଉଥିଲେ । ବାଉଁଶ ରାଣୀର ସେହି ଅରଟ ଦୋଳି, ଭାଲୁର ସେହି ଗିନି ବଜେଇବା ଓ ନାଚ ସେତେବେଳେ ତାହା ବିସ୍ମିତ କରିଦେଉଥିଲା ।

ମନେପଡେ ସେହି ହାତୀ ଓ ଅଜଗର ସାପ କଥା। ଯେତେବେଳେ ମହନ୍ତ ହାତୀ ଧରି ଏବଂ କେଳା ବଡ ଅଜଗର ସାପ ଧରି ସାହି ସାହି ବୁଲୁଥିଲେ, ସେତେବେଳେ ଗାଁର ପିଲାମାନେ କିଏ ଲଙ୍ଗଳା ହୋଇ ତ କିଏ ହାପ୍ ପ୍ୟାଣ୍ଟ ପିନ୍ଧି ସେମାନଙ୍କ ପଛେ ପଛେ ଧାଉଁଥିଲେ । ଆଉ ମଧ୍ୟ ଘରୁ ଚାଉଳ ଆଣି ହାତୀକୁ ଖାଇବାକୁ ଦେଉଥିଲେ ।

କିନ୍ତୁ ଏବେ..... ନାହିଁ ସେହି ସାପୁଆ କେଳା, ନାହିଁ ସେହି ମାଙ୍କଡ଼ ନାଚ, ନାହିଁ ସେହି ବାଉଁଶ ରାଣୀ ଏବଂ ନାହିଁ ସେହି ଭାଲୁ ନାଚ, ଅଛି କେବଳ ସେମାନଙ୍କ ସ୍ମୃତି । ଯାହା ବର୍ତ୍ତମାନ ପାଇଁ ସ୍ଵପ୍ନ ହୋଇ ସବୁଦିନ ପାଇଁ ହୋଇଯାଇଛି ପିଲାବେଳର ଅତୀତ। ଯାହାକୁ କେବଳ ସ୍ମରଣ କରି ସାଉଁଟି ହେବ ପିଲାବେଳର କିଛିଟା ସ୍ମୃତି ଓ କିଛିଟା କ୍ଷଣ । ଏକାନ୍ତରେ ଥିବାବେଳେ ନିଃସଙ୍ଗତା ଦୂର କରିବାପାଇଁ ସ୍ମୃତିର ଉଦ୍ଦେଶ୍ୟରେ ହୃଦୟରୁ କେବଳ ଗୋଟିଏ ଶବ୍ଦ ହିଁ ଉଚ୍ଚାରଣ ହୁଏ, ତାହା ହେଉଛି 'ମନେପଡେ'..... ।

  


Rate this content
Log in

Similar oriya story from Abstract