Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡିଆ ଶିଶୁ ଗପ

Children

2  

ଓଡିଆ ଶିଶୁ ଗପ

Children

ମୂଷିକ ଏବଂ ସନ୍ନ୍ୟାସୀ କଥା

ମୂଷିକ ଏବଂ ସନ୍ନ୍ୟାସୀ କଥା

4 mins
7.5K


ବହୁ ପୁରା କାଳର କଥା । ଭାରତର ଦକ୍ଷିଣରେ ମହିଳାରୋପ୍ୟ ନାମରେ ଏକ ନଗରୀ ଥିଲା । ଏହି ନଗରୀର କେନ୍ଦ୍ରସ୍ଥଳରେ ଏକ ମହାଦେବ ମନ୍ଦିର ଥିଲା । ଏହି ମନ୍ଦିରରେ ତାମ୍ରଚୂଡ ନାମକ ଏକ ସାଧୁ ବାବା ବାସ କରୁଥିଲେ । ପ୍ରତ୍ୟେକ ଦିନ ସେ ବିଭିନ୍ନ ସ୍ଥାନକୁ ଭିକ୍ଷା କରିବାକୁ ଯାଆନ୍ତି ଏବଂ ଯାହା ମାଗିଯାଚି ଆଣନ୍ତି ସେଇଥିରେ ଗୁଜୁରାଣ ମେଂଟାନ୍ତି । ପ୍ରତିଦିନ ସାଧୁ ତାଙ୍କ ରାତ୍ରୀ ଭୋଜନ ସାରିବା ପରେ ଯାହା ଖାଦ୍ୟ ପଦାର୍ଥ ବଳିଥାଏ, ସେ ଏକ ପାତ୍ରରେ ତାକୁ ରଖି ଏକ ଉଚ୍ଚ ଜାଗାରେ ଟାଙ୍ଗି ଦିଅନ୍ତି । ଏହାପରେ ସେ ଶୋଇବାକୁ ଯାଆନ୍ତି । ରାତିରେ ରଖିଥିବା ଖାଦ୍ୟକୁ ପ୍ରତିଦିନ ସକାଳେ ସେ ମନ୍ଦିର ଚାରିପାଖ ସଫା କରିବାକୁ ଆସୁଥିବା ଲୋକମାନଙ୍କୁ ଦେଇ ଦିଅନ୍ତି । ଏହିପରି ସାଧୁବାବା ଜଣକ ସୁଖରେ କାଳ କାଟୁଥାଆନ୍ତି ।

ଦିନେ ଗୋଟିଏ ମୂଷା ହିରଣ୍ୟକଙ୍କୁ ଯାଇ କହିଲା, ‘ହିରଣ୍ୟକ’! ସାଧୁବାବା ଜଣକ ଭୟଭୀତ ହୋଇ ପଡିଥାନ୍ତି । କାରଣ କାଳେ ଆମ୍ଭେମାନେ ତାଙ୍କ ଖାଦ୍ୟ ପଦାର୍ଥ ଆଣି ନଷ୍ଟ କରି ଦେବା । ତେଣୁ ସେ ତାଙ୍କ ଖାଦ୍ୟକୁ ଏକ ପାତ୍ର ମଧ୍ୟରେ ରଖି ଏକ ଉଚ୍ଚ ସ୍ଥାନରେ ଟାଙ୍ଗି ଦେଉଥାନ୍ତି । ଯାହାଫଳରେ ଆମ୍ଭେମାନେ ଆଉ ସେହି ସ୍ଥାନକୁ ଯାଇପାରିବା ନାହିଁ । କିନ୍ତୁ ଆମ୍ଭେମାନେ ତ’ ଡେଇଁବାରେ ଧୁରନ୍ଧର । ତେଣୁ ଆମର ଚିନ୍ତା କରିବାର କୌଣସି କାରଣ ନାହିଁ । ସିଏ ଯେତେ ଉପରେ ରଖିଲେ ମଧ୍ୟ ଆମେ ସେହି ସ୍ଥାନରେ ଅକ୍ଳେଶରେ ପହଁଚିପାରିବା । ତେଣୁ ଆମେ କାହିଁକି ଅଯଥାରେ ଅନ୍ୟ ସ୍ଥାନକୁ ଯାଇ ଖାଦ୍ୟ ସଂଗ୍ରହ କରିବା? ତୁମରି ସାହାଯ୍ୟରେ ଆମେ ସୁବିଧାରେ ଖାଦ୍ୟ ପାଇପାରିବା ।

ମୂଷାଟି ଠାରୁ ଏହି କଥା ଶୁଣି ହିରଣ୍ୟକ ସଂଗେ ସଂଗେ ଏଥିରେ ରାଜି ହୋଇଗଲେ ଏବଂ ସମସ୍ତେ ସାଙ୍ଗ ହୋଇ ସାଧୁବାବା ରହୁଥିବା ସ୍ଥାନରେ ପହଁଚିଗଲେ । ହିରଣ୍ୟକ ସଂଗେ ସଂଗେ ସାଧୁ ରଖିଥିବା ଖାଦ୍ୟରୁ କିଛି ଖାଦ୍ୟ ତଳେ ଠିଆ ହୋଇଥିବା ସାଥି ମୂଷାମାନଙ୍କ ନିକଟକୁ ପକାଇ ନିଜେ ମଧ୍ୟ ଉପରେ ବସି ପେଟପୁରା ଖାଇଲେ । ଏହାପରେ ସଭିଏଁ ମନ ଖୁସିରେ ନିଜ ନିଜ ଘରକୁ ଫେରିଲେ । ସାଧୁ ବାବା ଯେତେବେଳେ ଜାଣିପାରିଲେ ଯେ ତାଙ୍କ ଖାଦ୍ୟ ସବୁ କିଏ ଖାଇ ଦେଉଛି, ସେଥିପାଇଁ ସେ ଖାଦ୍ୟପାତ୍ରକୁ ଆହୁରି ବେଶୀ ଉଚ୍ଚ ସ୍ଥାନରେ ରଖିଲେ, ଯେପରି ସେଠାକୁ କେହି ଯାଇ ପାରିବେ ନାହିଁ । ଏହାପରେ ସେ ପୁନର୍ବାର ରାତିରେ ଶୋଇବାକୁ ଗଲେ । ସାଧୁବାବା ଶୋଇବା ପରେ ମୂଷାମାନେ ତାଙ୍କ କାର୍ଯ୍ୟ କଳାପ ଆରମ୍ଭ କରିଦେଲେ । ପ୍ରତିଥର ପରି ଏହିଥର ମଧ୍ୟ ଖାଦ୍ୟ ଖାଇ ଆନନ୍ଦରେ ରାତି କଟାଇଲେ ।

ଶେଷରେ ସାଧୁବାବା ବିରକ୍ତ ହୋଇ ମୂଷା ମାନଙ୍କର ଏହି ଦୁଷ୍ଟାମିକୁ ବନ୍ଦ କରିବା ପାଇଁ ଚିନ୍ତା କଲେ । ରାତିରେ ଉଜାଗର ରହି ଏକ ପାତ୍ରକୁ ବାଉଁଶ କାଠିଦ୍ୱାରା ଠକ୍ ଠକ୍ କଲେ, କେବଳ ଆମ୍ଭମାନଙ୍କୁ ଘଉଡାଇବା ପାଇଁ କିଛି ସମୟ ପରେ ସେ ଯେତେବେଳେ ଶୋଇପଡିଲେ ହିରଣ୍ୟକ ଏବଂ ତାଙ୍କର ସାଥିମାନେ ପୁନର୍ବାର ସେହି ସ୍ଥାନରେ ପହଁଚି ଖାଦ୍ୟ ଆଣି ମହା ଆନନ୍ଦରେ ଖାଇବାକୁ ଲାଗିଲେ । କିଛି ସମୟ ପରେ ସାଧୁବାବା ନିଦରୁ ଉଠି ପୁଣି ପାତ୍ରଟିକୁ ବାଡେଇବାକୁ ଲାଗିଲେ । ଏହାପରେ ସମସ୍ତ ମୂଷା ସେଠାରୁ ଦୌଡି ପଳାଇଲେ । କିଛି ସମୟ ପରେ ଶବ୍ଦ ବନ୍ଦ ହୋଇଯିବାରୁ ପୁଣି ସେଠାରେ ଆସି ସମସ୍ତେ ପହଁଚି ଗଲେ । ଏହିପରି ସାରା ରାତି ମୂଷାମାନଙ୍କୁ ଘଉଡାଇବାରେ କଟିଗଲା । ଏହିପରି ପ୍ରତିଦିନ ସାଧୁବାବା ଖାଦ୍ୟ ଆଣି ରଖନ୍ତି । ମୂଷାମାନେ ରାତିରେ ସେମାନଙ୍କ କାର୍ଯ୍ୟ ଚଳାଇଥାନ୍ତି ।

ଦିନେ ‘ବୃହତ୍ସ୍ପିଙ୍ଗ୍’ ନାମକ ଜଣେ ସନ୍ନ୍ୟାସୀ, ଯିଏ କି ତୀର୍ଥ କରିବାକୁ ସେହି ବାଟ ଦେଇ ଯାଉଥାଆନ୍ତି । ମହିଳାରୋପ୍ୟ ନଗରୀର ଶିବ ମନ୍ଦିର ଦେଖି ତାଙ୍କର ବନ୍ଧୁ ‘ତାମ୍ରଚୂଡ’ଙ୍କ କଥା ମନେ ପଡିଲା । ସାଧୁବାବା ‘ବୃହତ୍ସ୍ପିଙ୍ଗ୍’ଙ୍କୁ ଦେଖି ଖୁସିରେ ଗଦ୍ ଗଦ୍ ହୋଇ ପଡିଲେ ଓ ତାଙ୍କ ସହିତ କିଛିଦିନ କଟାଇବା ପାଇଁ କହିଲେ । ସନ୍ନ୍ୟାସୀ ତାମ୍ରଚୂଡଙ୍କ ଆମନ୍ତ୍ରଣକୁ ମଧ୍ୟ ଭାଙ୍ଗି ପାରିଲେ ନାହିଁ । ତେଣୁ ଉକ୍ତ ଶିବ ମନ୍ଦିରରେ କିଛି ଦିନ ରହିବା ପାଇଁ ମନସ୍ଥ କଲେ । ଦୁଇଜଣ ସାଧୁ ପ୍ରତ୍ୟହ ଧର୍ମ ଚର୍ଚ୍ଚା କରିବା ପରେ ଶୋଇବାକୁ ଯାଆନ୍ତି । ଶୋଇବାକୁ ଯିବା ସମୟରେ ତାମ୍ରଚୂଡ ପାତ୍ରଟିକୁ ଏକ କାଠି ସାହାଯ୍ୟରେ ବାଡେଇ ଶବ୍ଦ କରନ୍ତି । ପ୍ରତ୍ୟହ ହେଉଥିବା ଧର୍ମ ଚର୍ଚ୍ଚାରେ କିନ୍ତୁ ସାଧୁଙ୍କର ମନ ଲାଗୁ ନଥାଏ । ତାଙ୍କର ମନ ସର୍ବଦା ମୂଷାମାନଙ୍କ ପାଖରେ ଥାଏ । ତେଣୁ ସେ ସର୍ବଦା ଅନ୍ୟମନସ୍କ ରହୁଥାଆନ୍ତି ।

ଧର୍ମ ଚର୍ଚ୍ଚା ସମୟରେ ଦିନେ ହଠାତ୍ ସନ୍ନ୍ୟାସୀ କ୍ରୋଧିତ ହୋଇ ଉଠିଲେ ଏବଂ କହିଲେ, ‘ତାମ୍ରଚୂଡ’ । ତୁମେ ମୋର ଆଉ ପ୍ରକୃତ ବନ୍ଧୁ ହୋଇନାହଁ । ଧର୍ମ ଚର୍ଚ୍ଚା ସମୟରେ ମୁଁ ଲକ୍ଷ୍ୟ କରୁଛି ତୁମେ ମୋତେ ଅବାସ୍ତବ ଉତ୍ତର ଦେଉଛ । ତୁମର ବର୍ତ୍ତମାନ ଗୋଟିଏ ମନ୍ଦିର ହୋଇଗଲାଣି । ତେଣୁ ତୁମେ ସ୍ୱଭାବରେ ଗର୍ବୀ ହୋଇଯାଇଛ । ଆମର ବହୁଦିନ ତଳର ସଂପର୍କକୁ ତୁମେ ଭୁଲି ଗଲଣି । ଏହିପରି ବ୍ୟବହାର ପାଇଁ ତୁମେ ନର୍କ ଗତି କରିବ । ମୁଁ ସବୁ କିଛି ସହ୍ୟ କରିପାରେ । କିନ୍ତୁ ର୍ଦୁବ୍ୟବହାର ସହ୍ୟକରି ପାରେନା । ମୁଁ ସଂଗେ ସଂଗେ ଏହି ସ୍ଥାନ ପରିତ୍ୟାଗ କରି ଅନ୍ୟତ୍ର ଚାଲିଯିବି ।

ସନ୍ନ୍ୟାସୀଙ୍କର ଏହିପରି କଥା ଶୁଣି ତାମ୍ରଚୂଡ ଦୁଃଖ ପ୍ରକାଶ କଲେ ଏବଂ ବିନମ୍ର ସହକାରେ ସନ୍ନ୍ୟାସୀଙ୍କୁ କହିଲେ, ‘ବନ୍ଧୁ’ ଆପଣ ଏପରି କଥା କହି ମୋ ମନରେ କଷ୍ଟ ଦିଅନ୍ତୁ ନାହିଁ । ଆପଣ ହେଉଛନ୍ତି ମୋର ଜଣେ ଘନିଷ୍ଠ ବନ୍ଧୁ । ପ୍ରଥମେ ମୋ କଥା ଶୁଣନ୍ତୁ । ମୋର ଅନ୍ୟ ମନସ୍କ ହେବାର ସମସ୍ତ କାରଣ ମୁଁ ଆପଣଙ୍କୁ କହିବି । ପ୍ରତିଦିନ ମୁଁ ମାଗିଯାଚି ଆଣିଥିବା ଖାଦ୍ୟକୁ ରାତିରେ ଭୋଜନ କରେ ଏବଂ ଯାହା ବଳେ ତାକୁ ଏକ ପାତ୍ରରେ ରଖି ଏକ ଖୁଂଟ ଉପରେ ଝୁଲାଇ ଦିଏ । ପ୍ରତିଦିନ କିଛି ମୂଷା ଆସି ମୋର ସେହି ଖାଦ୍ୟକୁ ଖାଇ ନଷ୍ଟ କରିଦିଅନ୍ତି । ତେଣୁ ସୂର୍ଯୋଦୟ ପରେ ମନ୍ଦିର ଚାରିପାଖ ସଫା କରିବାକୁ ଆସୁଥିବା ଲୋକ ମାନଙ୍କୁ ମୁଁ ଆଉ ଖାଦ୍ୟ ଦେଇ ପାରୁନି । ତେଣୁ ଏଇ କିଛି ଦିନ ହେବ ସେମାନେ ଆଉ ମନ୍ଦିର ପରିସର ସଫା କରିବାକୁ ଆସୁ ନାହାନ୍ତି । ମୂଷା ମାନଙ୍କୁ ଘଉଡାଇବା ପାଇଁ ମୁଁ ରାତିରେ ଏକ ପାତ୍ର ଆଣି ଏକ ବାଉଁଶ କାଠି ସାହାଯ୍ୟରେ ଶବ୍ଦ ସୃଷ୍ଟି କରାଏ କେବଳ ମୂଷାମାନଙ୍କୁ ଘଉଡାଇବା ପାଇଁ । ମୋର ଅନ୍ୟମନସ୍କ ହେବାର ଏହା ହେଉଛି ଏକମାତ୍ର କାରଣ ।

ସମସ୍ତ କଥା ଶୁଣି ସାରିବା ପରେ ସନ୍ନ୍ୟାସୀ କହିଲେ, ‘ତାମ୍ରଚୂଡ’! ତୁମେ ଜାଣିଛ କି ସେହି ମୂଷାମାନେ କେଉଁ ସ୍ଥାନରେ ରହୁଛନ୍ତି? ‘ତାମ୍ରଚୂଡ’ କହିଲେ, ‘ନା’ ମୁଁ ଜାଣିନାହିଁ । ସନ୍ନ୍ୟାସୀ କହିଲେ, ‘ସେହି ମୂଷାମାନେ ଯେଉଁ ସ୍ଥାନରେ ରହୁଛନ୍ତି ସେଠାରେ ବହୁତ ଖାଦ୍ୟ ସଂଚୟ କରି ରଖୁଛନ୍ତି, ଯାହା କି ତାଙ୍କୁ ଆନନ୍ଦ ଉଲ୍ଲାସରେ କାଳ କାଟିବାକୁ ସାହାଯ୍ୟ କରୁଛି । ପରିଣାମ ସ୍ୱରୂପ ସେମାନେ ଏହି ଖାଦ୍ୟ ଖାଇ ଉଚ୍ଚ ସ୍ଥାନକୁ ଡେଇଁବାକୁ ଶକ୍ତି ପାଉଛନ୍ତି । ମୁଁ ତୁମକୁ ବର୍ତ୍ତମାନ ମା’ ସାନ୍ଧିଲିଙ୍କ କଥା କହୁଛି । ସାଧୁ ପଚାରିଲେ, ‘ସେ କିଏ’? ସନ୍ନ୍ୟାସୀ ମା’ ସାନ୍ଧିଲିଙ୍କ କଥା କହିବାକୁ ଆରମ୍ଭ କଲେ ।


Rate this content
Log in

Similar oriya story from Children