Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡିଆ ଶିଶୁ ଗପ

Children

2  

ଓଡିଆ ଶିଶୁ ଗପ

Children

କଇଁଚର ଉଡିବାକୁ ଇଚ୍ଛା

କଇଁଚର ଉଡିବାକୁ ଇଚ୍ଛା

1 min
7.1K


ପାଣି ପାଖରେ ପଡି ପଡି କଇଁଚକୁ ଆଉ ଭଲ ଲାଗିଲା ନାହିଁ । ତା’ର ଆକାଶରେ ଉଡିବାକୁ ଭାରି ଇଚ୍ଛା ହେଲା । ତେଣୁ ସେ ଦିନେ ଛଂଚାଣକୁ ଡାକି କହିଲା, “ଛଂଚାଣ ଭାଇ, ତୁ’ ତ ଆକାଶରେ ଏତେ ଉଡୁଛୁ । ମୋତେ ବି ଟିକେ ଉଡିବା ଶିଖାଇ ଦେ ।”

ଏକଥା ଶୁଣି ଛଂଚାଣ ସେ କଇଁଚକୁ ବୁଝାଇ କରି କହିଲା, “ତୋତେ ତ ଭଗବାନ ଉଡିବା ପାଇଁ ଜନ୍ମ କରି ନାହାଁନ୍ତି । ତୋର ଦେହର ଗଠନ ଯାହା, ସେଥରେ ତ ତୁ ଆଦୌ ଉଡିପାରିବୁ ନାହିଁ ।”

କିନ୍ତୁ ଏଥିରେ ସେ କଇଁଚର ମନ ମୋଟେ ବୁଝିଲା ନାହିଁ, ସେ ଖାଲି ଉଡିବା ପାଇଁ ବାରମ୍ବାର ଛଂଚାଣକୁ କହିଲା । ଦିନେ ବହୁତ ବିରକ୍ତ ହୋଇ ଛଂଚାଣ ସେ କଇଁଚକୁ ଧରି ଆକାଶକୁ ଉଡେଇ ନେଲା ଏବଂ ବହୁ ଉପରକୁ ନେଇ କଇଁଚକୁ ଛାଡି ଦେଇ କହିଲା, “ବର୍ତ୍ତମାନ ତୁ ଉଡ ।” ହେଲେ କଇଁଚ ତ ମୋଟେ ଉଡିପାରିଲା ନାହିଁ । ବରଂ ସେ କଇଁଚ ତଳେ ପଡି ମରିଗଲା ।

ପ୍ରକୃତିର ନିୟମ ବିରୁଦ୍ଧରେ କାମ କଲେ ଶେଷରେ କେବଳ ନିଜର ହିଁ କ୍ଷତି ହୋଇଥାଏ ।


Rate this content
Log in

Similar oriya story from Children