STORYMIRROR

Sunanda Mohanty

Abstract Action Inspirational

3  

Sunanda Mohanty

Abstract Action Inspirational

ପୁନରାବୃତ୍ତି

ପୁନରାବୃତ୍ତି

2 mins
142

ଏକା ଏକା ବାଟ ଚାଲିବା କଳା ଶିଖିଗଲେ, ତାକୁ ଆଉ କେହି ହରାଇ ପାରନ୍ତି ନାହିଁ, ଉନ୍ନତିର ଚରମ ସୋପାନ ବା ଶିଖର ରେ ପହଞ୍ଚିବାକୁ, ସହଜ ସାଧ୍ୟ ହୁଏ। ଦ୍ରୌପଦୀ, ମହାଭାରତର ଶ୍ରେଷ୍ଠ ନାରୀ ଚରିତ୍ର, ଯାହାର ଜନ୍ମ ଯଜ୍ଞରୁ, ପାଞ୍ଚ ପତି ଥାଉ ଥାଉ ବି ସେ ଏକା ଥିଲେ କୁରୁସଭା ତଳେ କିନ୍ତୁ ତାଙ୍କ ସଙ୍ଗେ ଯିଏ ରହିଥିଲେ, ସେ ଭୀଷ୍ମ ଓ କୃଷ୍ଣ। ମଣିଷ ରୂପେ ଜନ୍ମ ହୋଇ ମଧ୍ୟ, ଜଣେ ଥିଲେ ସନ୍ୟାସୀ। ଆଜୀବନ ବ୍ରହ୍ମଚାରୀ, କର୍ତ୍ତବ୍ୟ କର୍ମର ସମ୍ପାଦନା ପାଇଁ, ମାଆ ଗଙ୍ଗା ଛାଡ଼ିଦେଇ ଯାଇଥିଲେ, ପୃଥିବୀ ବକ୍ଷରେ କାଳଜୟୀ ହେବାକୁ ଓ କାଳଜୟୀ କରାଇବାକୁ, ଦ୍ରୌପଦୀଙ୍କ ଉପରେ ଅଦୃଶ୍ୟ ଆଶୀର୍ବାଦର ହାତ ସର୍ବଦା ରହିଥିଲା, ଭୀଷ୍ମ, ଦ୍ରୋଣ ଇତ୍ୟାଦି ମହିଅସି ମାନବ ରୂପୀ ଦେବଦୂତଙ୍କର୍।

କୁରୁକ୍ଷେତ୍ର ଯୁଦ୍ଧରେ ପୃଥିବୀକୁ ଦାନବ ରୂପୀ ମଣିଷ ମାନଙ୍କୁ ସଂହାର କରିବାକୁ ଦେବତା ମାନେ ସବୁଯୁଗ ପରି ଜନ୍ମ ନେଇ, କେତେକ ଦେବ ଦୂତ୍ ଙ୍କ ସାହାଯ୍ୟର ବା ବଳିଦାନରେ ଶାନ୍ତି ପ୍ରତିଷ୍ଠା କରନ୍ତି ମର୍ତ୍ତ୍ୟ ମଣ୍ଡଳରେ। ଯୁଗେ ଯୁଗେ ଏହା ଇତିହାସ ତ ପୌରାଣିକ ତଥା ମହାଭାରତ , ଗୀତା, ରାମାୟଣ, ଭାଗବତ, ଆକାରରେ ରହି ଆର୍ଯ୍ୟ ସଂସ୍କୃତି ସଂହତି ରେ ପରବର୍ତ୍ତୀ ପିଢ଼ିକୁ କରୁଛି ଉଦବୁଦ୍ଧ।

ମହାଭାରତ ଯୁଦ୍ଧରେ ସମସ୍ତଙ୍କୁ ହରାଇ ହରିଙ୍କ ଭରସାରେ ଦୌପଦୀ/ପାଞ୍ଚାଳୀ/ଜାଜ୍ଞସେନୀ, ଯେମିତି ଶିଖିଯାଇଥିଲେ, ଏକା ଏକା ଚାଲିବାର କୌଶଳ। ଆଜୀ ଏ କଳି ରେ ସେହିପରି ଦୌପଦୀ ମୁର୍ମୁ ରୁ, ମହାମହିମ , ରାଷ୍ଟ୍ରପତି ଙ୍କ ଜୀବନ ଅନୁଧ୍ୟାନ କଲେ ଠିକ ସେମିତି ଲାଗେନିକି ? ସମ୍ପୂର୍ଣ୍ଣ ଏକୁଟିଆ, ଏକା ଏକା ଚାଲୁଥିବା , ସର୍ବପ୍ରଥମ ଓଡିଆ ଆଦିବାସୀ ଝିଅର କାହାଣୀ ଠିକ୍ ମହାଭାରତର ଦୌପଦଙ୍କ ସହ ସାମଞ୍ଜସ୍ୟ ରହିଛି। ସଂଘର୍ଷ, ଅଭିଜ୍ଞତା, ଜ୍ଞାନ, କୌଶଳ, ନମ୍ରତା,ସହିତ ଓଡିଶା ଝିଅ ପଛରେ ନବୀନ ପଟ୍ଟନାୟଙ୍କ ଭଳି ଦ୍ରୋଣାଚାର୍ଯ୍ୟ ଓ ନରେନ୍ଦ୍ର ମୋଦୀଙ୍କ ଭଳି ଭୀଷ୍ମ ଙ୍କ ଆଶୀର୍ବାଦ, ଦ୍ରୌପଦୀ ମୂର୍ମୁ ଙ୍କୁ ଆଜି କରିଛି ମହାମହିମ।

ଦିନେ ଆମ୍ବେଦକର ଜୀ କହିଥିଲ,ଯୋଉଦିନ, ଜଣେ ଦଳିତ ବା ଜନଜାତି ପୁରୁଷ ବା ମହିଳା ଦେଶର ସର୍ବୋଚ୍ଚ ପଦବୀରେ ବସି ପାରିବ, ସେଦିନ ଜଣାପଡ଼ିବ, ଦେଶର ଅଗ୍ରଗତିରେ ଆଉ ଅସୁବିଧା ନାହିଁ। ସେହି ବାଣୀ ମାଳିକାର କଥା ବସ୍ତୁ ପରି ଆଜି ସତ୍ୟ ପ୍ରମାଣିତ ହେଲା ପରେ, ନିଶ୍ଚୟ ଦେଶ ଉନ୍ନତି ସୋପାନରେ ଚଢ଼ିବ ହିଁ ଚଢ଼ିବ। ଜୟ ହିନ୍ଦ୍ କହି, ସ୍ୱାଗତିକା ଯେବେ ଗାଇ ଉଠିଥିଲେ, ବନ୍ଦେ ଉତ୍କଳ ଜନନୀ ମାଆ ତାଙ୍କୁ ହଲେଇଦେଇ କହୁଥିଲେ କଣ ସ୍ଵପ୍ନ ଦେଖିଲୁ କି ମାଆ। ଉଠ ଉଠ , ସଞ୍ଜ ଆଳତୀ ବେଳ ହେଲାଣି ପରା । ସ୍ୱାଗତିକା ସ୍ଵାଗତୋକ୍ତି କରୁଥିଲେ, ପୁନରାବୃତ୍ତି ମାଆ। ଆମ ଦେଶର ଖାଲି ଜୟ ପରେ ଜୟ ହେବ। ମାଆ ସିନା ବାୟାଣଟାକି କହି ଧୂପ ଦୀପ ଲଗାଇବାକୁ ଚାଲିଗଲେ, ହେଲେ ସ୍ୱାଗତିକାଙ୍କ ସବୁ ଭାଇଭଉଣୀ ମାନେ ଆହେ, ଦୟାମୟ ବିଶ୍ଵ ବିହାରୀ ଗାଇଲା ବେଳେ, ସ୍ୱାଗତିକା, ବନ୍ଦେ ଉତ୍କଳ ଜନନୀ ହିଁ ଗାଇ ଚାଲିଥିଲେ ଏକା ଏକା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract