Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Senapati

Inspirational

1.6  

Prasant Kumar Senapati

Inspirational

ପ୍ରାର୍ଥନାର ପ୍ରଭାବ-:

ପ୍ରାର୍ଥନାର ପ୍ରଭାବ-:

2 mins
13.8K


 ଏହି ଘଟଣାଟି ଜଣେ ଡାକ୍ତର ବନ୍ଧୁଙ୍କ ନିଜସ୍ବ ଅନୁଭୂତି । ଯାହାକି ଏହି ଘଟଣା ପରଠାରୁ ତାଙ୍କ ଜୀବନର ମୋଡ ସମ୍ପୁର୍ଣ୍ଣ ରୁପେ ବଦଳି ଗଲା ।

ଡାକ୍ତର ବନ୍ଧୁଙ୍କ ଅନୁଭୂତିରୁ-:

ଦିନେ ଏକ ଦମ୍ପତ୍ତି ନିଜ ସାତ ବର୍ଷର ଝିଅକୁ ନେଇ ମୋ ପାଖକୁ ଆସିଲେ । ନୀରିକ୍ଷଣ ପରେ ଜାଣିବାକୁ ପାଇଲି ଝିଅର ହୃଦୟ ସମ୍ପୁର୍ଣ୍ଣ ରୁପେ ରୁଦ୍ଧ(HEART CLOGGING) ହୋଇ ସାରିଛି । ମୁଁ ମୋର ସମସ୍ତ ସାଥି ଡାକ୍ତରଙ୍କ ସହିତ ବିଚାର ବିମର୍ଶ କରିବା ପରେ ଉକ୍ତ ଦମ୍ପତ୍ତିଙ୍କୁ କହିଲି survival open heart surgery ପରେ ୩୦% ବଞ୍ଚିବାର ସମ୍ଭାବନା ଅଛି, ନଚେତ୍ ହାତରେ ଆଉ ମାତ୍ର ତିନିମାସ । ପିତା ମାତା ଭାବୁକ ହୋଇ ସର୍ଜରୀ ପାଇଁ ରାଜି ହୋଇଗଲେ । ସର୍ଜରୀର ପାଞ୍ଚଦିନ ପୂର୍ବରୁ ଝିଅଟି ଆଡମିଟ୍ ହେଲା । ଝିଅଟିର ମାଆ ମନରେ ଭଗବାନଙ୍କ ଉପରେ ଅତୁଟ ବିଶ୍ବାସ ଥାଏ ଓ ସେ ଦିନରାତି ଭଗବାନଙ୍କ ପ୍ରାର୍ଥନାରେ ଲିପ୍ତ ରୁହନ୍ତି । ସେ ସକାଳେ ସଂଧ୍ୟାରେ ଝିଅକୁ କହନ୍ତି ତୁମ ହୃଦୟରେ ଭଗବାନ ବାସ କରନ୍ତି, ତେଣୁ ସେ ତୁମର କୌଣସି କ୍ଷତି ହେବାକୁ ଦେବେ ନାହିଁ ।

ସର୍ଜରୀ ଦିନ ମୁଁ ସେ ଝିଅକୁ କହିଲି ମା'ରେ ଜମାରୁ ବ୍ୟସ୍ତ ହୁଅ ନାହିଁ, ସବୁ ଠିକ୍ ହୋଇଯିବ । ଝିଅଟି ହସି ହସି କହିଲା ଡାକ୍ତର ଅଙ୍କଲ ମୁଁ ବ୍ୟସ୍ତ କାହିଁକି ହେବି ? ମା କହୁଥିଲେ ଭଗବାନ ମୋ ହୃଦୟରେ ବାସ କରନ୍ତି । ଆପଣ ସର୍ଜରୀ ସମୟରେ ଯେତେବେଳେ ମୋ ହୃଦୟକୁ ଖୋଲିବେ ଭଗବାନଙ୍କୁ ବି ଦେଖି ମୋତେ କହିବେ ସେ କିପରି ଦେଖାଯାଆନ୍ତି ।

ସର୍ଜରୀ କରିବା ଭିତରେ ଜାଣିଗଲି କିଛି ବି ହୋଇ ପାରିବନାହିଁ । ଝିଅଟିକୁ ବଞ୍ଚାଇବା ଅସମ୍ଭବ । ହୃଦୟକୁ ରକ୍ତ ବୁନ୍ଦାଏ ବି ପ୍ରବାହିତ ହେଉନଥିଲା । ନିରାଶ ମନରେ ମୋ ସାଥି ଡାକ୍ତରଙ୍କୁ ସିଲାଇ କରିବାକୁ ଆଦେଶ ଦେଲି । ଠିକ୍ ଏହି ସମୟରେ ସେ ଝିଅର ଶେଷ କେଇପଦ କଥା ମୋର ମନେ ପଡିଗଲା ଓ ମୁଁ ଦୁଇ ରକ୍ତାତ ହାତ ଯୋଡି ପ୍ରାର୍ଥନା କଲି ""ହେ ଇଶ୍ବର ! ମୋର ସମସ୍ତ ଅନୁଭବ ଏ ଝିଅକୁ ବଞ୍ଚାଇବା ପାଇଁ ଅସମର୍ଥ । କିନ୍ତୁ ଯଦି ଆପଣ ଏ ଝିଅର ହୃଦୟରେ ବାସ କରୁଛନ୍ତି, ତେବେ ଆପଣ ନିଜ ଅସ୍ଥିତ୍ବ ଜାହିର୍ କରନ୍ତୁ'' ।

ଏହା ମୋ ଜୀବନର ପ୍ରଥମ ପ୍ରାର୍ଥନା ଥିଲା, ଅଶ୍ରୁ ପୁର୍ଣ୍ଣ, ଭକ୍ତି ପୁର୍ଣ୍ଣ ଓ ଏକ ସରଳ ନୀରିହ ଝିଅ ଉବ୍ଦେଶ୍ୟରେ । ଏହି ସମୟରେ ମୋର ଜଣେ ସାଥି ଡାକ୍ତର ମୋତେ କହୁଣୀରେ ଇଶାରା କଲେ । ମୁଁ ବିଜ୍ଞ୍ୟାନ ଉପରେ ବିଶ୍ବାସ ଭରଷା କରୁଥିଲି, କୌଣସି ଚମତ୍କାର ଉପରେ ନୁହେଁ । ମୁଁ ସ୍ତବ୍ଧ ହୋଇଗଲି, ସତକୁ ସତ ଚମତ୍କାର ଘଟିଥିଲା । ଦୁଇ ସେକେଣ୍ଡ ଭିତରେ ହୃଦୟକୁ ସ୍ବାଭବିକ ରୁପେ ରକ୍ତ ପ୍ରବାହିତ ହେଉଥିଲା ।

ମୋର ସମସ୍ତ ଜ୍ଞ୍ୟାନ କୌଶଳ ଓ ଅନୁଭବ ବିଫଳ ହୋଇଥିବା ସମୟରେ ଅଚାନକ ଏହା ସମ୍ଭବ ହେଲା କିପରି ? ମୋର ଚାଳିଶି ବର୍ଷର ଅଭିଜ୍ଞତା ମୋତେ ଆଜି ତୁଚ୍ଛ ମନେ ହେଲା ।

ସର୍ଜରୀ ସଫଳ ହୋଇଥିଲା ଓ ଏହା ସହିତ ମୋ ଜୀବନର ଗତିପଥ ବି ବଦଳି ଗଲା । ମୁଁ ସେ ଝିଅକୁ କହିଲି ""ଭଗବାନଙ୍କୁ ଦେଖିବାକୁ ପ୍ରୟାସ କରନାହିଁ, ସେ ବୋଧେ ଦେଖା ଯାଆନ୍ତି ନାହିଁ, ପ୍ରାର୍ଥନା ମାଧ୍ୟମରେ ତାଙ୍କ ସତ୍ତାକୁ ଅନୁଭବ କରିହୁଏ'' ।

ଏହି ଘଟଣା ପର ଠାରୁୁ ମୁଁ ପ୍ରତ୍ୟେକ ସର୍ଜରୀ ପୂର୍ବରୁ ଭଗବାନଙ୍କୁ ପ୍ରାର୍ଥନା କଲି । ନିଜ ଅନୁଭବ, ଜ୍ଞାନ, କୌଶଳ ଓ ଅଭିଜ୍ଞତା ଅପେକ୍ଷା ଏବେ ଭଗବାନଙ୍କୁ ଅଧିକ ବିଶ୍ବାସ ଭରସା କରୁଛି ।

ସମାଜର ଦର୍ପଣ

© ପ୍ରଶାନ୍ତ ସେନାପତି


Rate this content
Log in

Similar oriya story from Inspirational