Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Neelima Nivedita Behera

Inspirational

3  

Neelima Nivedita Behera

Inspirational

ପ୍ରେମ

ପ୍ରେମ

2 mins
7.2K


 “ସମୟ ମିଳିଲା କ୍ଷଣି ମୁଁ ଷ୍ଟେସନ୍ ଯାଏ । ସେଠି ଘଣ୍ଟା ଘଣ୍ଟା ଧରି ବସେ । କେତେ ଘଣ୍ଟା କହି ପାରିବିନି, କାରଣ ସେଠି ଥିଲାବେଳେ ସମୟ ମୋତେ ଆଦୌ ମାଲୁମ୍ ପଡେନା । ଟ୍ରେନ୍, ଗହଳି, ବିଦାୟ ଏସବୁ ଯେମିତି ମୋର ଭାରି ଅନ୍ତରଙ୍ଗ, ଲିନା !”, କହୁ କହୁ ଦୁଇ ବୁନ୍ଦା ଲୁଣିଆ ପାଣି ହାବୁକା ମାରି ଆଖିର ସୀମାନ୍ତ ଡେଇଁ ବାହାରିବାକୁ ଚେଷ୍ଟା କରୁଥିଲେ । ହେଲେ ପରମ୍, ଅତି କଳାକାରୀ ଉପାୟରେ ତାକୁ ବିସ୍ତାରି ଦେଲେ ଆଖି ସାରା । ସେଇଦିନ ହିଁ ପ୍ରଥମଥର ପାଇଁ ମୁଁ ଆବିଷ୍କାର କରିଥିଲି- 'ମାଡ଼ି ଆସୁଥିବା ଲହଡିକୁ ବି ଫେରେଇ ହୁଏ ପଛକୁ, କେବଳ ଚାତୁରୀ ଓ କିଛି କୌଶଳ ଶିଖିଥିବା ଜରୁରୀ ଯାହା ।'

- ଛାଡ଼ିଦେବି ? ନା ଏଇଠୁ ଚାଲିଯିବ ?

ଧରିଥିଲ କେତେବେଳେ ଯେ ? ମୋତେ ତ ସମସ୍ତେ ଛାଡ଼ନ୍ତି । ସକାଳର ଖରା କୁହ କି ରାତିର ତରା, ଏମିତିକି ବେବିନା ଘର ପାରା ବି । କୋଉଠି ଗୋଟେ ଖଣ୍ଡିଆ ହେଇ ପଶି ଆସିଥିଲା ମୋ ରୁମକୁ । ତାକୁ ଯତନରେ ଧରିଲି, ତା’ ଖଣ୍ଡିଆରେ ମଲମ ଲଗେଇଲି, ତାକୁ ପାଣି ଦେଲି ପିଇବାକୁ, ଦାନା ଦେଲି ଖାଇବାକୁ.... ତା’ପରଦିନ ଦେଖିଲାବେଳକୁ ସେ ପୁଣି ଉଡ଼ିଯାଇ ସେଇ ବେବିନା ଘର ସ୍କାଇଲାଇଟରେ ।

- ଆରେ ପଚାରୁଛି ପା’ ? ଏଇଠୁ ଯାଇପାରିବ ନା ଛାଡ଼ିଦେବି ? କ’ଣ ଭାବୁଛ ଯେ ?

- ନା ଥାଉ, ମୁଁ ଚାଲିଯିବି ଏକା । ବାଏ ।

ରିକ୍ସାରେ ବସି ସାରିଥିଲି ମୁଁ ହେଲେ ପରମ୍ ତାଙ୍କ ସ୍କୁଟର୍ ଷ୍ଟାର୍ଟ କରିନଥିଲେ ସେଯାଏଁ । କ’ଣ ଭାବୁଥିବେ ? ମୁଁ ପଛକୁ ଚାହିଁବି ? ଚାହିଁଲି ବି । ସେ ହାତ ହଲେଇଲେ । ମୁଁ ବି ପ୍ରତିକ୍ରିୟା ଦେଲି ସମାନ ହାତ ହଲେଇ । ରିକ୍ସା ଚାଲିଲାଣି ଆଗକୁ, ଭିଡ଼ ଭିତରେ ହଜିବାକୁ । ମୋ ସ୍ଵତନ୍ତ୍ରତା ହାଉଲେ ହାଉଲେ ସାମାନ୍ୟ ଯାତ୍ରୀଟିଏ ହେଇ ଭିଡ଼ର ଗୋଟାଏ ଅଂଶ ପାଲଟୁଥାଏ । ମନେ ପଡୁଥାଏ ରେଷ୍ଟୁରାଣ୍ଟରୁ ବାହାରିଲାବେଳେ ସେ ଅଚିହ୍ନା ଝିଅଟି କହିଥିବା କଥା, ଯିଏ ଠିକ୍ ଆମ ସାମ୍ନାରେ ବସିଥିଲା ତା’ର ଗୋଟେ ସାଙ୍ଗ ସାଙ୍ଗରେ, ମୁଚୁମୁଚୁ ହସୁ ହସୁ ବୋଧେ ମନ ଦେଇ ଆମକୁ, ମାନେ ପରମ୍ ଓ ମୋତେ ନିରୀକ୍ଷଣ କରୁଥିଲା ଆରମ୍ଭରୁ ।

- ଇଏ କେବେ କାହାର ପ୍ରେମିକ ହେଇପାରିବେନି । କେବେ ନୁହେଁ ।

ଧେତ୍ ! ସିଏ ପ୍ରେମିକ ହେବା କ’ଣ ନିହାତି ଜରୁରୀ ? ସେ ପରା ପରମ୍ । ପରମ୍ ଓରଫ୍ ପରମେଶ୍ଵର ପ୍ରଧାନ । ଅର୍ଥାତ୍ ସମସ୍ତଙ୍କ ଭିତରେ ସେ ଆଉ ତାଙ୍କ ଭିତରେ ସମସ୍ତେ । ସେଇଥିପାଇଁ ତ ହଜନ୍ତି ସେ ବାରମ୍ବାର ଭିଡ଼ ଭିତରେ ! ବନ୍ଧୁତା କ’ଣ ପ୍ରେମ ନୁହେଁକି ? ଠିକ୍ ଯେମିତି କୋଳାହଳ ବଢିଗଲେ ଥରେଥରେ କାନ ତାବ୍ଦା ହେଇ ଶୂନ୍ ପଡ଼ିଯାଏ !

ଲୀନା ଆଉ ପବନ ଏଇମିତି ଅନେକବାର କଥା ହୁଅନ୍ତି ଯାହାକୁ କେବଳ ଭିଡ଼ ଭିତରେ ହଜୁଥିବା ଶବ୍ଦମାନେ ହିଁ ଶୁଣିପାରିବେ ନଚେତ୍ ଅନ୍ଧାରରେ ବୁଡ଼ିବା...

@ନୀ ଲୋକ .

.


Rate this content
Log in

Similar oriya story from Inspirational