Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ପୁନର୍ଜନ୍ମ
ପୁନର୍ଜନ୍ମ
★★★★★

© Shibashis Padhee

Inspirational Tragedy

5 Minutes   417    5


Content Ranking

ବହୁତ ଦିନ ପରେ ଆଜି କିଛି ଖାଲି ସମୟ ପାଇଛି ସୀମା । ଶାଶୁ ଶ୍ୱଶୁର ପୁରୀ ଯାଇଛନ୍ତି ।ଦୀପକ ବି ଏଵେ ଟୁରରେ, ମାମାଲିକୁ ସ୍କୁଲ ଗାଡିରେ ଉଠାଇ ଦେଇ ପୋର୍ଟିକୋରେ ବସି ବଗିଚାକୁ ଦେଖୁଥିଲା ସେ ।ମଧୁ ମାଳତି ଲତା ଟି ଫୁଲରେ ଲଦି ହୋଇଛି ।କିଛି ପ୍ରଜାପତି ଏ ଫୁଲ ରୁ ସେ ଫୁଲକୁ ଡିଆଁ ମାରୁଛନ୍ତି ।ସକାଳ ର ସୁନେଲି ଖରା ବଗିଚାରେ ବିଛେଇ ହୋଇ ପଡିଛି ।ମନ ଟା ପ୍ରଫୁଲ୍ଲିତ ହୋଇ ଉଠିଲା ।ଘର ଭିତରକୁ ଯାଉ ଯାଉ ମନେ ପଡିଗଲା ଦୁଇ ପଦ ପୁରୁଣା ଗୀତ ।ଗୁଣୁଗୁଣେଇ ଉଠିଲା ସେ ।ଗୋଟିଏ ପରେ ଆଉ ଗୋଟିଏ ଗୀତ ଏମିତି ଗାଇ ଗଲା ଅନେକ ଗୀତ ।ଭାରି ଖୁସି ଲାଗୁଥିଲା ତାକୁ ।ଏମିତିକା ଖୁସି କାହିଁ ଏତେ ବର୍ଷ ହେଲା ପାଇ ନ ଥିଲା ସେ ।

କେମିତି ବି ପାଇବ?? ବହୁତ ଦିନ ରୁ ତ ମନ ଖୋଲି ଗୀତ ଗାଇ ନ ଥିଲା ସୀମା, ମନେ ପଡୁଥିଲା

ସ୍କୁଲ ବେଳରୁ ଗୀତ ଗାଇବାକୁ ବହୁତ ଭଲ ପାଉଥିଲା ସେ ।ବିଭିନ୍ନ ପ୍ରତି ଯୋଗିତାରେ ତା ଗୀତ ଚମତ୍କୃତ କରୁଥିଲା ସମସ୍ତ ଙ୍କୁ ।କଲେଜ ପର୍ଯନ୍ତ ପ୍ରଥମ ପୁରସ୍କାର ଉପରେ ତାର ଏକଚାଟିଆ ଅଧିକାର ଥିଲା ।ଆଗକୁ ଏକ ପ୍ରତିଷ୍ଠିତ ଗାୟିକା ହେବା ର ସ୍ବପ୍ନ ତାକୁ ମସଗୁଲ କରୁଥିଲା ।

ମାକୁ ତାର ଗୀତ ଗାଇବା ଭାରି ଭଲ ଲାଗୁଥିଲେ ବି ବାପା କିନ୍ତୁ ପସଂଦ କରୁ ନ ଥିଲେ ।ଗୀତରେ ବି କ୍ୟାରିଅର କରାଯାଇ ପାରେ ଏ କଥା ନିପଟ ମଫସଲରେ ରହୁଥିବା ବାପା ଙ୍କୁ ବହୁତ ବୁଝାଇ ଥିଲା ସେ କିନ୍ତୁ ସେ କେବେ ଧ୍ୟାନ ଦେଇ ନ ଥିଲେ ।କେବେ ବାପା ଙ୍କ ଅନୁମତି ବିନା ଗାର ଡେଉଁ ନ ଥିବା ମା ବି କୌଣସି ସାହାଯ୍ୟ କରିବା ସ୍ଥିତିରେ ନ ଥିଲା ।

ସ୍ନାତକ ପରେ କଲେଜ ସରିବା ସହ ତାର ଗୀତ ଗାଇବା ବି ସରିଥିଲା ।ଗାଁକୁ ଫେରିବା ପରେ କିଛି ଦିନ ସେ ପାଇଥିବା ପୁରସ୍କାର ସବୁକୁ ଭାରି ସରାଗରେ କାନ୍ଥରେ ପଟା ପିଟି ସଜାଇ ରଖିଥିଲା ।ସୁଯୋଗ ମିଳିଲେ ନିଜ ଦକ୍ଷତାକୁ ବିନିଯୋଗ କରି ବାପା ଙ୍କୁ ଚମତ୍କୃତ କରିବା ଯୋଜନାରେ ଥିବା ସୀମାକୁ କିନ୍ତୁ ବାପା ଚମକାଇ ଦେଇଥିଲେ ତା ବାହାଘର କଥା କହି ।

ପାଖ ଗାଁ ରୁ ଯାଇ ଭୁବନେଶ୍ୱରରେ ରହୁଥିବା ପ୍ରତିଷ୍ଠିତ ଓକିଲ ତଥା ନିଜର ବାଲ୍ୟବନ୍ଧୁ ଅନିରୁଦ୍ଧ ମଉସା ଙ୍କ ପୁଅ ଦୀପକ ସହ ତା ବାହାଘର ଠିକ କରିଦେଇଥିଲେ ବାପା ।ଦୀପକ ଆଗରୁ ବି ତାଙ୍କ ଘରକୁ ଆସିଥିଲେ ।କେବେ ଠୁ ମନେ ମନେ ଭଲ ପାଇ ବସିଥିଲେ ସୀମା ଏ କଥା ଜାଣି ନ ଥିଲା ।ତାର ଆପତ୍ତି କରିବାର କୌଣସି ମୂଲ୍ୟ ନ ଥିଲା ।

ଭୁବନେଶ୍ୱରରେ ବିରାଟ ଘର ତା ସହ ଏକ ପ୍ରତିଷ୍ଠିତ କମ୍ପାନୀରେ ବଡ଼ ଅଧିକାରୀ ଦୀପକ ।ବାହାଘର ପୁଣି କୌଣସି ବଡ଼ ଯୌତୁକ ବିନା କିଏ ବା କାହିଁକି ଆପତ୍ତି କରିବ ।ମନ ତଳେ ତାର ବି ଗୋଟିଏ ଇଛା ଅଛି ଏ କଥା ଭାବିବାକୁ କେହି ନ ଥିଲେ ।

ଆଗରୁ ଅନେକ ଥର ଦେଖିଥିଲେ ବି ଆନୁଷ୍ଠାନିକ ଭାବେ ଦେଖି ଆସିଥିଲେ ଦୀପକ ।ସେ ଦିନ ସମୟ ଦେଖି ସୀମା କହିଥିଲା

-: ମୁଁ ଗୀତ ଗାଏ ଓ ଆଗକୁବି ଗାଇବାକୁ ଚାହୁଁଛି ।

-: ଆରେ ଭଲ କଥା ଗୀତ ଗାଇବ ଏଥିରେ କଣ ଅଛି “ଭାରି ହାଲୁକା ଭାବେ କହିଥିଲେ ଦୀପକ ।

ମନ ତଳେ ଟିକିଏ ଆଶା ଜାଗ୍ରତ ହୋଇଥିଲା ଭୁବନେଶ୍ୱରରେ ଅନେକ ସୁବିଧା ସୁଯୋଗ ଯଦି ଦୀପକ ତାଙ୍କ କଥା ରଖନ୍ତି ତେବେ ତା ଲକ୍ଷ୍ୟ ପ୍ରାପ୍ତି ବେଶି ଦୂର ନୁହେଁ ।

କିନ୍ତୁ ବାହାଘର ପରେ ସୀମା ଜାଣିଥିଲା ଦୀପକ ତାକୁ ଭଲ ପାଉ ନ ଥିଲେ ଭଲ ପାଉଥିଲେ ତା ଶରୀରକୁ ।ତାର ମନ ତାର ଇଛା ଆକାଂକ୍ଷା ତାର ପସନ୍ଦ ଅପସନ୍ଦ ର ତାଙ୍କ ପାଖରେ କୌଣସି ମୂଲ୍ୟ ନ ଥିଲା ।କେବଳ ବାହ୍ୟ ସୌନ୍ଦର୍ଯ୍ୟ ହିଁ ତାଙ୍କ ପାଇଁ ସବୁ କିଛି ଥିଲା ।

ଅନେକ ଥର ଗୀତ କଥା କହିଛି ଥର ଟିଏ କଟକ ଯାଇ ଆକାଶବାଣୀରେ ଅଡିସନ ଦେବା ପାଇଁ ଅନୁରୋଧ ବି କରିଛି ।ମନେ ପକାଇ ଦେଇଛି ବିବାହ ପୂର୍ବ ର ପ୍ରତିଶୃତି ।ଦୀପକ ଙ୍କ କଥା କିନ୍ତୁ ବହୁତ ଆଘାତ ଦେଇଛି ।

“ଆରେ ମୁଁ ତ ଗୀତ ଗାଇବ କହିଥିଲି ମା ସହ ଭଜନ ଗାଉ ନ ।ମୋତେ ଗୀତ ଗାଇ ଶୁଣ ଏତେ ବଡ଼ ଘର ଅଛି ଗାଇ ଗାଇ ବୁଲ କିଏ ମନା କରିଛି “ଶୁଣି ଶୁଣି ସେ ଆଉ କହୁନି ।କେବେ କେମିତି ତାକୁ ଦୀପକ କହନ୍ତି ଏଠି ସେଠି କାହିଁକି ଯିବା ତୁମର ଗୋଟିଏ କ୍ୟାସେଟ କରିଦେବା କିନ୍ତୁ ଏ କଥା ଭିତରେ ଲୁଚିଥିବା ବିଦ୍ରୁପକୁ ଠିକ ଜାଣି ପାରେ ସେ ।

ସାଂସାରିକ ଜଂଜାଳରେ ନିଜ ପ୍ରାଣପ୍ରିୟ ସଉକକୁ ବଳି ଦେଇ ସାରିଥିଲା ସୀମା ।ତା ଛଡା ଆଉ ଉପାୟ କିଛି ନ ଥିଲା ।ମାମାଲି ର ଜନ୍ମ ଆଉ ତାର ଲାଳନ ପାଳନରେ ନିଜକୁ ସମ୍ପୂର୍ଣ ହଜାଇ ଦେଇ ଭୁଲିବାକୁ ଚେଷ୍ଟା କରୁଥିଲା ଗୀତ ସଂଗୀତକୁ ।

ଆଜି ବହୁତ ଦିନ ପରେ ଗୀତ ଗାଇଛି ଲାଗୁଛି କଣ୍ଠ ଆଉ ଆଗପରି ନାହିଁ କିନ୍ତୁ କିଛିଦିନ ଅଭ୍ୟାସ କଲେ ଆସିଯିବ କିନ୍ତୁ ଅଭ୍ୟାସ କରିବ କାହା ପାଇଁ?? ଭାରି ଦୁଃଖ ଲାଗେ ତାକୁ ।

“ଶୁଣ ଆଜି ସନ୍ଧ୍ୟାରେ ହୋଟେଲ ସ୍ୱସ୍ତି ଯିବା ସେଇଠି ପାର୍ଟି ଅଛି ଦିଲ୍ଲୀ ରୁ ବଡ଼ ବଡ଼ ଅଧିକାରୀ ଆସୁଛନ୍ତି ମୁଁ ଠିକ ପାଞ୍ଚ ଟାରେ ପହଂଚିବି “ଦୀପକ ସବୁବେଳେ ଏମିତି ସୀମା ର ଅଭ୍ୟାସ ହୋଇ ଗଲାଣି, ତାଙ୍କ ଦରକାରକୁ ପ୍ରସ୍ତୁତ ହୋଇ ଯିବା କଥା ପାଞ୍ଚ ଦିନ ହେଲା ଟୁର ଗଲେଣି ଦେହ ପା ଭଲ ମନ୍ଦ କିଛି ପଚାରିବେ ନି ।ଟିକିଏ ସ୍ନେହ ଦେଇ ଦେଲେ ବୋଧେ ସେ ନିସ୍ଵ ହୋଇଯିବେ ।

ସ୍ବସ୍ତି ହୋଟେଲ ର ବିରାଟ ହଲରେ ପାର୍ଟି ଚାଲିଥାଏ ।ପରିଚୟ ଦିଆ ନିଆରେ ସୀମା ଦେଖୁଥାଏ ଦିଲ୍ଲୀ ରୁ ଆସିଥିବା ଅଧିକାରୀ ଗଣ ଙ୍କ ମଧ୍ୟରେ ବସିଥିବା ଅମିତକୁ ।ଭାରି ଭଲ ପଢୁଥିଲା ଅମିତ ।ଅନେକ ଥର ତାର ଆଗପଛ ହେଉଥିଲା, ସୀମା ବି ଭାରି ପସନ୍ଦ କରୁଥିଲା ତାକୁ କିନ୍ତୁ ଅକୁହା ରହି ଗଲା ସେ ସମ୍ପର୍କ ।

ତାକୁ ଦେଖି ଚିନହୀ ଗଲା ଅମିତ ।ଉଠିକି ତାଙ୍କ ଟେବୁଲକୁ ଆସିଗଲା ଭାରି ସମ୍ମାନରେ ଠିଆ ହୋଇଗଲେ ଦୀପକ ।ହସି ହସି ହାତ ମିଳାଇଲା ଅମିତ କହିଲା

-: ଆରେ ମାଡାମ କବିତା କୃଷ୍ନମୁର୍ତି ତମେ ଏଠି ।ଓହୋ ଆଉ କେମିତି ଅଛ ଗୀତ ଗାଉଛ କି ବନ୍ଦ କରିଦେଇଛ ।

ଟିକେ ଲଜ୍ଜିତ ଜଣା ପଡୁଥିବା ଦୀପକକୁ କହିଲା -: ମିଷ୍ଟର ଦୀପକ ଆପଣ ବହୁତ ଭାଗ୍ୟବାନ ଏତେ ପ୍ରଚଣ୍ଡ ପ୍ରତିଭାକୁ ପତ୍ନୀ ରୂପେ ପାଇ ।ସେ ମୋ କଲେଜ ମେଟ ।କଲେଜରେ ଆମେ ତାକୁ କବିତା କୃଷ୍ନମୁର୍ତି ଡାକୁଥିଲୁ ।ଭାରି ମଧୁର କଣ୍ଠ କିନ୍ତୁ ପୁରା ଲୁଚି ଗଲା ନା ଚାଲିଛି ।

କଣ କହିବ ଭାବି ପାରୁ ନ ଥିବା ଦୀପକ କହିଲେ-: ଚାଲିଛି ସାର ଅଳ୍ପ ଅଳ୍ପ ।

“ଆରେ ନା ନା ଅଳ୍ପ ଅଳ୍ପ ନୁହେଁ ପୁରା ଦଉଡେଇବାକୁ ପଡିବ ।ଆମ କମ୍ପାନୀ ର ବିଭିନ୍ନ ବିଜ୍ଞାପନ ସବୁ ହେଉଛି ତାର ତ ଆକାଶବାଣୀ ସାର୍ଟିଫିକେଟ ଥିବ ଏଵେ ସବୁ ସୀମା ଗାଇବ ଏତେ ସୁନ୍ଦର ସ୍ୱର ଥାଉ ଥାଉ ଆମେ ବାହାରୁ ଆଣିବା କାହିଁକି "

ଅମିତ ଜୋର ଦେଇ କହିଲା -: ସାର ଆକାଶବାଣୀ ସାର୍ଟିଫିକେଟ ନାହିଁ ଯିବୁ ଯିବୁ ଭାବି ଯାଇ ନୁ ସାର-:ମିଛ କହିବାର ଭାଷା ଖୋଜୁଥିଲେ ଦୀପକ ।

ନା ମୁଁ କିଛି ଜାଣେନା ମୁଁ ନିଶ୍ଚିତ ସେ ଗୋଟିଏ ଅଡିସନରେ ସିଲେକଟ ହେବ ଆପଣ ପନ୍ଦର ଦିନ ଭିତରେ ଅଣାନ୍ତୁ ତା ପରେ ମୁଁ ଦେଖୁଛି”କହି ହାତ ମିଳେଇ ଚାଲିଗଲା ଅମିତ ।

ପରଦିନ ସକାଳ ଠୁ ଆରମ୍ଭ ହୋଇଥିବା ଅଭ୍ୟାସ ପ୍ରାୟ ଆଠ ଦିନ ଧରି ଚାଲିଥିଲା ।ଆଉ ବ୍ୟଙ୍ଗ ବିଦ୍ରୁପ ର ସ୍ଥାନ ନ ଥିଲା ।ସାମୋହିତ ହୋଇ ଶୁଣୁଥିଲେ ଶାଶୁ ଶଶୁର ।ନିଜ ବ୍ୟବହାର ପାଇଁ ଲଜ୍ଜିତ ଦୀପକ ଅଭ୍ୟାସ ର ସବୁ ଯୋଗାଡ଼ ଯନ୍ତ୍ରରେ ମାତି ଥିଲେ ।

ପ୍ରଥମ ଅଡିସନରେ ଉଚ୍ଚ ପ୍ରସଂଶିତ ହୋଇ ତଥା ସୀକୃତିପ୍ରାପ୍ତ କଣ୍ଠଶିଳ୍ପୀ ରୂପେ ମନୋନୀତ ହୋଇ ଭୁବନେଶ୍ୱର ଫେରୁଥିଲେ ସେମାନେ ।ସୀମାକୁ ଲାଗୁଥିଲା ପୂର୍ବ ରୁ ଦୀପକ ଙ୍କ ଦୟା ର ବୋଝ ତଳେ ଅଣନିଶ୍ୱାସୀ ହୋଇ ଯାଉଥିବା ତାର ସକଳ ସଉକ, ଆଗ୍ରହ,ଲକ୍ଷ୍ୟ ସବୁ ଏଵେ ମୁକ୍ତ ହୋଇ ଲକ୍ଷ୍ୟପ୍ରାପ୍ତି ଦିଗକୁ ପାଦ ବଢ଼ାଇ ସାରିଛି ।ମହାନଦୀ ପଟୁ ଭାସି ଆସୁଥିବା ଥଣ୍ଡା ପବନ ତାର ପୁନର୍ଜନ୍ମ ଘୋଷଣା କରୁଛି ।

ସୁନେଲି ପ୍ରତିଯୋଗିତା ଗାୟିକା

Rate the content


Originality
Flow
Language
Cover design

Comments

Post

Some text some message..