Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଯେ ଥାଏ ପର ଉପକାରେ
ଯେ ଥାଏ ପର ଉପକାରେ
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୩

Classics

4 Minutes   7.1K    10


Content Ranking

ଡ଼. ରମେଶ ପତ୍ରୀ

ଭାରତ ଆମର ଜନ୍ମ ଭୂମି l ବିରାଟ ଆମର ଏଇ ଦେଶ l ଅନେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନେଇ ଦେଶତି ଆମର ଗଠିତ l ଆମ ଦେଶର ଗୁଜୁରାଟ ରାଜ୍ୟରେ କଚ୍ଛ ଅଞ୍ଚଳରେ ଜନ୍ମଗ୍ରହଣ କରିଥିଲେ ଜଣେ ସାଧୁ l ନାଁଟି ତାଙ୍କର ଥିଲା ମେକରଣ l ସେ ଥିଲେ ଗୁରୁ ଦତ୍ତାତ୍ରେୟଙ୍କ ଶିଷ୍ୟ l ଗିରିନାର ପର୍ବତର ପାଦଦେଶରେ ଥିବା ଅରଣ୍ୟରେ ସେ ବାର ବର୍ଷ ଧରି ତପସ୍ୟା କରିଥିଲେ l ଏହି ସମୟ ମଧ୍ୟରେ ଭୋକ ହେଲେ ସେ କନ୍ଧମୂଳ ଖାଉଥିଲେ ଓ ଶୋଷ ହେଲେ ଝରଣା ପାଣି ପିଇ ତୃଷ୍ଣା ନିବାରଣ କରୁଥିଲେ l ଗୁରୁ ଦତ୍ତାତ୍ରେୟ ଯେତେବେଳେ ଜାଣିଲେ ଯେ ତାଙ୍କ ଶିଷ୍ୟ ମେକରଣ କଠୋର ତପସ୍ୟା କରୁଛନ୍ତି, ତାଙ୍କ ମନ ଆନନ୍ଦରେ ପୂରିଗଲା l ସେ ତାଙ୍କ ପାଖରେ ପହଞ୍ଚି ଆଶୀର୍ବାଦ କଲେ l

ମେକରଣ ଦତ୍ତାତ୍ରେୟଙ୍କୁ କହିଲେ, ‘’ଗୁରୁଦେବ ,ମୁଁ ବାରବର୍ଷ ଧରି ତପସ୍ୟା କରିସାରିଛି l ଏବେ ମୋତେ କା’ଣ କରିବାକୁ ହେବ ଦୟା କରି କୁହନ୍ତୁ l ‘’ ଦତ୍ତାତ୍ରେୟ ତାଙ୍କୁ ଦୁଇଟି ଟୁମ୍ବୀ ଦେଇ କହିଲେ, ‘’ ପୁଅ, ତୁମେ ଯେଉଁ କଚ୍ଛଭୂମିରୁ ଆସିଛ, ସେଠାରେ ବହୁ ଅଞ୍ଚଳ ମରୁଭୁମି l ସେହି ମରୁଭୁମି ଅଞ୍ଚଳ ଦେଇ ଯାଉଥିବା ପଥିକମାନେ ପାଣି ନ ପାଇ ତୃଷାରେ କାତର ହୋଇପଡନ୍ତି l ପାଣି ଅଭାବରୁ ଅନେକ ସାମଯରେ ସେମାନେ ମୃତ୍ୟୁ ମୁଖରେ ପଡନ୍ତି l ତୁମେ ଦୁଇଟିଯାକ ତୁମ୍ବୀରେ ପାଣିନେଇ ସେମାନଙ୍କୁ ପିଇବାକୁ ଦେବ, ଏହା ହିଁ ତୁମପାଇଁ ହେବ ଏକ ମହତ୍ କାର୍ଯ୍ୟ l ‘’

ଶିଷ୍ୟଙ୍କୁ ଏହି ପରାମର୍ଶ ଦେଇ ଦତ୍ତାତ୍ରେୟ ଚାଲିଗଲେ l ମେକରଣ ମଧ୍ୟ ଗିରିନାର ପର୍ବତରୁ ଫେରି ଆସିଲେ ନିଜର କଚ୍ଛଭୂମିକୁ l ସେଠାରେ ସେ ବାଲିମାଟିରେ ଏକ କୁଡିଆ ତିଆରି କଲେ l ପ୍ରତିଦିନ ସେ ତୁମ୍ବୀଗୁଡିକରେ ପାଣି ପୁରାଇ ଭାର ସାହାଯ୍ୟରେ ମରୁଭୂମିରେ ଭୂ ଦୂରକୁ ବୋହି ନେଉଥିଲେ l ଶୋଷରେ ବିକଳ ହୋଇ ପାଣି ମୁନ୍ଦାଏ ଖୋଜୁଥିବା ଯାତ୍ରୀମାନଙ୍କ ପାଖରେ ସେ ପହଞ୍ଚି ଯାଉଥିଲେ l ସେମାନଙ୍କୁ ପାଣି ପିଆଊଥିଲେ l ମରଣମୁହଁରୁ ମୁକୁଳି ଆସୁଥିବା ସେହି ମଣିଷମାନଙ୍କ ମୁହଁରେ ହସ ଫୁଟି ଉଠୁଥିଲା l ଏହା ଦେଖି ମେକରଣ ଖୁବ୍ ଖୁସି ହେଉଥିଲେ l ସନ୍ଧ୍ୟା ହେଲେ ସେ ଆଖପାଖ ଗାଁରୁ ଭିକ୍ଷା କରୁଥିଲେ l ଯାହା ମିଳୁଥିଲା ସେଇଥିରେ ବଞ୍ଚିଯାଉଥିଲେ l

କ୍ରମେ ମେକରଣ ବାର୍ଦ୍ଧକ୍ଯରେ ଉପନୀତ ହେଲେ l ସେ ଆଉ ବେଶି ପରିଶ୍ରମ କରିପାରିଲେ ନାହିଁ l ନିଜେ ରହୁଥିବା ସ୍ଥାନରେ ସେ ଗୋଟିଏ ଗଧ ଆଉ ଗୋଟିଏ କୁକୁର ପାଳିଲେ l କୁକୁରଟିର ନାଁ ଦେଇଥିଲେ ମୋତି ଆଉ ଗାଧଟିର ନା ଲାଲା l ଏଣିକି ସେ ଟୁମ୍ବୀ ଦୁଇଟିରେ ପାଣି ଭରି ତାକୁ ଗଧ ପିଠିରେ ଓହଳାଇ ଦେଉଥିଲେ l ସାଙ୍ଗରେ ଗୋଟିଏ ଡବା ମଧ୍ୟ ଦେଉଥିଲେ l ଆଗରେ ଯାଉଥିଲା ମୋତି ଆଉ ତା'ପଛେପଛେ ଚାଲୁଥିଲା ଲାଲା l ଯେଊଁଠି ମଣିଷମାନେ ପାଣି ବିନା ଛଟପଟ ହେଉଥିଲେ ସେଇଠି ସେମାନେ ପହଞ୍ଚି ଯାଉଥିଲେ, ଶୋଷିଲା ମଣିଷମାନେ ଗଧ ପିଠିରେ ଓହଳିଥିବା ତୁମ୍ବୀରୁ ଡବାରେ ପାଣି କାଢି ପିଉଥିଲେ l ସେମାନଙ୍କ ଜୀବନ ବଞ୍ଚିଯାଉଥିଲା l ସନ୍ଧ୍ୟା ହେଲେ ମୋତି ଓ ଲାଲା ପୁଣି ଫେରିଆସୁଥିଲେ କୁଡିଆ ପାଖକୁ l ମେକରଣ ଲାଲା ପିଠିରୁ ଟୁମ୍ବୀ ଦୁଇଟି ଓଲ୍ଲାଇ ଦେଉଥିଲେ l ଦିନବେଳା ମେକରଣ କେତେକ ସ୍ଥାନରୁ ଭିକ୍ଷା ସଂଗ୍ରହ କରି ନେଇ ଆସୁଥିଲେ l ତହିଁରୁ ସେ ଦୁଇଭାଗ ମୋତି ଓ ଲାଲାକୁ ଦେଉଥିଲେ ଆଉ ଗୋଟିଏ ଭାଗ ନିଜେ ଖାଉଥିଲେ l ବେଳେବେଳେ କୌଣସି ଭୋକିଲା ଯାତ୍ରୀ ଯଦି ତାଙ୍କ ନିକଟରେ ପହଞ୍ଚୁଥିଲା, ତାକୁ ବି ସେ ନିଜ ଭାଗରେ ଖାଦ୍ୟ ଦେଇଦେଉଥିଲେ l କ୍ଷୁଧାର୍ତ୍ତକୁ ଖାଦ୍ୟ ଦେଇପାରୁଥିବାରୁ ପରମ ତୃପ୍ତି ଲାଭ କରୁଥିଲେ l ଦିନେ କଚ୍ଛ ରାଜ୍ୟର ରାଜା ସେହି ଅଞ୍ଚଳକୁ ଶିକାର କରିବାକୁ ଆସିଲେ l ତାଙ୍କ ସହିତ ଥିଲେ କେତେକ ରାଜକର୍ମଚାରୀ l ଦିନେ ରାଜା ଶରଦିନ ବୁଲିବୁଲି କୌଣସି ଜନ୍ତୁକୁ ପାଇଲେ ନାହିଁ l ସାଧ୍ୟ ହେବାକୁ କିଛି ସମୟ ବାକି ଥାଏ l ସେହିକ ମରୁଭୂମିରେ ସେ ମେକରଣଙ୍କ ଗଧ ଓ କୁକୁରକୁ ଦେଖିଲେ l ତାଙ୍କର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ l କର୍ମଚାରୀମାନଙ୍କୁ ପଚାରିଲେ ‘’ ଏହି ମରୁଭୂମିରେ ଗଧ ଆଉ କେଉଁଠୁ ଆସିଲେ ? ଏଠାରେ ତ ଚିଟାବାଘର ଭୟ ରହିଛି l ତା ‘ ହାବୁଡରୁ ଏମାନେ ବଞ୍ଚିଛନ୍ତି କିପରି ?’’

ଜଣେ ରାଜକର୍ମଚାରି ଉତ୍ତର ଦେଲେ, ‘’ମହାରାଜା ଏମାନେ ହେଉଛନ୍ତି ସନ୍ୟାସୀ ମେକରଣଙ୍କ ପୋଷାଜନ୍ତୁ l ଏ ଅଞ୍ଚଳର ସମସ୍ତ ପ୍ରାଣୀଙ୍କ ପାଖରେ ଏମାନେ ପରିଚିତ l ମରୁଭୂମିରେ ପାଣି ନ ପାଇ ଛଟପଟ ହେଉଥିବା ପ୍ରାଣିମାନଙ୍କୁ ଏମାନେ ପାଣି ଯୋଗାଇଥାନ୍ତି l କୌଣସି ହିଂସ୍ରଜନ୍ତୁ ମଧ୍ୟ ଏମାନଙ୍କର ଅନିଷ୍ଟ କରନ୍ତି ନାହିଁ l’’ ରାଜା କହିଲେ,’’ଆଜି ଶିକାର ତ ହୋଏ ପାରିଲା ନାହିଁ l ଆମେ ଏତେ ଦୂର ଆସିଛୁ ଯେତେବେଳେ, ସନ୍ୟାସୀ ମେକରଣଙ୍କ ସହିତ ଭେଟା ହୋଇଯିବା ଉଚିତ ହେବ l’’ ତା’ପରେ ଲାଲା ଆଉ ମୋତି ଯେଉଁଆଡେ ଗଲେ ତାଙ୍କ ପଛେପଛେ ରାଜା ଓ କର୍ମଚାରିମାନେ ଚାଲିବାକୁ ଲାଗିଲେ l କିଛିବାଟ ଗଲାପରେ ଗୋଟିଏ କୁଡିଆ ପାଖରେ ଲାଲା ଓ ମୋତି ଅଟକିଗଲେ l କୁଡିଆ ଭିତରୁ ଜଣେ ବୃଦ୍ଧ ସନ୍ୟାସୀ ବାହାରି ନିଜର ଥରଥର ହାତରେ ଗଧପିଠିରୁ ପାଣିତୁମ୍ବୀ ଦୁଇଟି ଓହ୍ଳାଇ ଆଣିଲେ l ଗଧର ବେକରେ ସେ ଆଉ ଗୋଟିଏ ମୁଣା ଝୁଲାଇ ଦେଲେ l କୁକୁରକୁ ଚିଠିଟିଏ ଦେଲେ l ତାଙ୍କର ଦରକାରୀ ଜିନିଷଗୁଡ଼ିକର ନାଁ ସେଥିରେ ଲେଖାଥିଲା l ପାଖ ଗାଁର ଦୋକାନୀ ମଧ୍ୟ ଏ ଚିଠି ସହିତ ପରିଚିତ ଥିଲା l ସେ ମେକରଣଙ୍କ ଚିଠି ଅନୁଯାୟୀ ଆବଶ୍ୟକ ଜିନିଷ ଗଧ ବେକରେ ଝୁଲୁଥିବା ମୁଣାରେ ଭର୍ତ୍ତି କରି ଦେଉଥିଲା l

ରାଜା ଏ ସବୁ ଦୂରରୁ ଦେଖୁଥିଲେ l ସେ ଓ ତାଙ୍କ କର୍ମଚାରୀମାନେ ସନ୍ୟାସୀଙ୍କ ପାଖରେ ପହଞ୍ଚି ନିଜର ପରିଚୟ ଦେଲେ l ମେକରଣ ରାଯଙ୍କୁ କହିଲେ, ‘’ ହେ କଚ୍ଛର ରାଜା, ମୁଁ ଆପଣଙ୍କୁ ସ୍ଵାଗତ ଜଣାଉଛି l ମୋ କୁଡିଆ ଭିତରକୁ ଆସନ୍ତୁ l ‘’ ସେତେବେଳେ ଶୀତ ବଢିବାକୁ ଲାଗିଥାଏ l ମେକରଣଙ୍କ ଦେହ ଶୀତରେ ଥରଥର ହେଉଥାଏ l ରାଜା ପଚାରିଲେ ‘’ ମହାଶୟ, ଏହି ମରୁଅଞ୍ଚଳରେ ଆପଣଙ୍କୁ କ’ଣ ଶୀତହେଉ ନାହିଁ ‘’ ? ମେକରଣ କହିଲେ, ‘’ ଶୀତ ହେଉଛି କିନ୍ତୁ ଶୀତକୁ ମୁଁ ଡ଼ରୁ ନାହିଁ l ଜୀବନର ଶେଷ ପର୍ଯ୍ୟନ୍ତ ପ୍ରାଣୀମାନଙ୍କ ସେବାରେ ଜୀବନ ଚିତାଇବା ହିଁ ମୋର ଇଚ୍ଛା l’’

ରାଜା ନିଜ କନ୍ଧରେ ପଡିଥିବା ମଣିମୁକ୍ତା ଖଚିତ ଚଦରଟିକୁ ସନ୍ୟାସୀଙ୍କ ଦେହରେ ଓଢାଇ ଦେଲେ l ମେକରଣ ଏଥିରେ କିନ୍ତୁ ଖୁସି ହେଲେ ନାହିଁ l ବିନୟର ସହିତ ଚଦରଟି ରାଜାଙ୍କୁ ଫେରାଇଦେଇ କହିଲେ, ‘’ ମହାରାଜ , ଏ ସ୍ଥାନର ଶୀତ ସହିବାରେ ମୋ ଦେହ ଅଭ୍ୟସ୍ତ ହୋଇଯାଇଛି l ମୋ ପାଇଁ ଏହାର ଆବଶ୍ୟକତା ନାହିଁ ଅନ୍ୟ କେହି ଦୁଃଖି ଲୋକଙ୍କୁ ଆପଣ ଏହାକୁ ଦାନ କଲେ ମୁଁ ଅଧିକ ଖୁସି ହେବୀ l ‘’ ମେକରଣଙ୍କର ଏପରି କଥା ଶୁଣି ରାଜା ସ୍ତମ୍ଭୀଭୁତ ହେଲେ l ଆଗ୍ରହ କରି କହିଲେ , ‘’ ହେ ସନ୍ୟାସୀ ! ଆପଣ ମୋତେ ଅନ୍ୟ କୌଣସି ଜିନିଷ ମାଗନ୍ତୁ, ମୁଁ ତାହା ଆପଣଙ୍କୁ ଦାନ କରିବି l ‘’ ସନ୍ୟାସୀ କହିଲେ ‘’ ହଁ, ମୁଁ କେବଳ ଗୋଟିଏ ଜିନିଷ ଆପଣଙ୍କୁ ମାଗିବୀ ତାହା ହେଲା, ଆଜିଠାରୁ ଏହି କଚ୍ଛ ଭୂମିରେ ଆପଣ ଆଉ କେବେ ଶିକାର କରିବେ ନାହିଁ l ଫଳରେ ଏ ସ୍ଥାନର ପ୍ରାଣୀମାନେ ସ୍ଵଚ୍ଛନ୍ଦରେ ବିଚରଣ କରିପାରିବେ l ବଣ ଜଙ୍ଗଲ ମଧ୍ୟ ସୁରକ୍ଷିତ ରହିବ l

ମେକରଣଙ୍କ କଥା ଶୁଣି ରାଜା କହିଲେ, ‘’ ସନ୍ୟାସୀ ! ମୁଁ ଆପଣଙ୍କୁ କଥା ଦେଉଛି,ଆଜିଠାରୁ ଏହି ଅଞ୍ଚଳରେ ଆଉ କେହି କୌଣସି ପ୍ରଣିକୁ ଶିକାର କରିବେ ନାହିଁ l ‘’ ତା’ପରେ ରାଜା ନିଜ ଉଆସକୁ ଫେରିଆସିଲେ l ସେହି ଦିନଠାରୁ ଆଜିଯାଏଁ ଏହି ଅଞ୍ଚଳର ଆଉ କେହି କୌଣସି ପ୍ରାଣୀଙ୍କୁ ଶିକାର କରିବେ ନାହିଁ l ‘’ତା’ ପରେ ରାଜା ନିଜ ଉଆସକୁ ଫେରିଆସିଲେ l ସେହି ଦିନଠାରୁ ଏହି ଅଞ୍ଚଳରେ ପ୍ରାଣୀମାନେ ନିର୍ଭୟରେ ବିଚରଣ କରିଲେ l

ମେକରଣ କଚ୍ଛଭୂମି ରାଜା

Rate the content


Originality
Flow
Language
Cover design

Comments

Post

Some text some message..