Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଶୁଆ ଶାରୀ କଥା - ୨୯
ଶୁଆ ଶାରୀ କଥା - ୨୯
★★★★★

© ଓଡିଆ ଶିଶୁ ଗପ

Children

4 Minutes   7.0K    14


Content Ranking

ମଦନ ସୁନ୍ଦର କଥା

ଶାରୀ କହିଲା ଦେଖିଲୁତ ଶୁଆ – ଝିଅଟା ସେହି ସାନ ରାଜ ପୁଅ ପାଇଁ କେତେ କଣ ନକଲା । ଚାହିଁ ଥିଲେ ସାନ ଭଉଣୀ ଗୁଣି ଗାରେଡି ବଳରେ ରାଜା ପୁଅର ଜୀବନ ନେଇ ଯାଇ ପାରି ଥାନ୍ତା, ସେ ତାହା କଲା ନାହିଁ । କାରଣ ରାଜା ପୁଅକୁ ସେ ନିଜ ଜୀବନରୁ ଅଧିକ କରି ଥିଲା । ନିଜର ସ୍ୱାମୀ ଭାବରେ ମାନି ଥିଲା । ସେ ତାର ସ୍ୱାମୀ, ତାଙ୍କୁ ମାରି ଦେଲେ ତା’ର କଣ ବା ଭଲ ହୋଇ ଥାଆନ୍ତା ।

ବରଂ ତା ଲାଗି କାନ୍ଦି କାନ୍ଦି ସନ୍ନ୍ୟାସିନୀ ବେଶରେ ସେ ସହର ଛାଡି ଜଙ୍ଗଲକୁ ଆସିଲା । ସ୍ୱାମୀଙ୍କର ନାମ ଧରି କେବଳ କାନ୍ଦିବାକୁ ଲାଗିଲା, ତା’ର କାନ୍ଦଣା ଶୁଣି ଜଙ୍ଗଲରେ ଥିବା ପଶୁ ପକ୍ଷୀ ମାନେ ସ୍ତବ୍ଧ ହୋଇ ଗଲେ । ସମସ୍ତଙ୍କ ମୁଖରେ ସେହି ଗୋଟିଏ କଥା । ରାଜା ପୁଅ ସାନ ଭଉଣୀ ନିକଟରେ ଅବିଶ୍ୱାସ କାମ କଲେ ।

ଏଥୁ ଅନ୍ତେ ସାନ ଭଉଣୀ କାନ୍ଦି କାନ୍ଦି ଛୋଟ ବଡ କି ଚାରି ପାଂଚୋଟି ଜଙ୍ଗଲ ପାର ହୋଇ ଶେଷରେ ଯେଉଁ ଜଙ୍ଗଲରେ ପହଁଚିଲା ସେ ଜଙ୍ଗଲ ମଧ୍ୟରେ ଗୋଟିଏ ଆଶ୍ରମ ଥିବାର ଦେଖିଲା । ସେହି ଆଶ୍ରମକୁ ଯାଇ ଦେଖିଲା ଯେ ଆଶ୍ରମରେ ଜଣେ ସନ୍ନ୍ୟାସୀ ବାସ କରୁ ଅଛନ୍ତି । ସେ ଯାଇ ସନ୍ନ୍ୟାସୀଙ୍କର ପାଦ ତଳେ ପଡି ଗଲା ।

ଜଣେ ସ୍ତ୍ରୀ ଲୋକ, ସେ ଏପରି କେଉଁ ବିପଦରେ ପଡି ଏଠାରେ ଆସି ପହଁଚିଲା । ଏହି କଥା ଭାବି ଭାବି ସନ୍ନ୍ୟାସୀ ତାକୁ ପାଦ ତଳୁ ଉଠାଇ ଦେଇ କିଛି ସମୟ ଧ୍ୟାନରେ ବସି ଜାଣି ପାରିଲେ ଯେ ରାଜାଙ୍କର ସାନ ପୁଅ ସାନ ରାଜ କୁମାର ଏହି ଝିଅଟିକୁ ପରିତ୍ୟାଗ କରି ଚାଲି ଯାଇଛି । ବର୍ତ୍ତମାନ ସ୍ୱାମୀଙ୍କୁ ହରାଇ ବିଚାରି କାନ୍ଦି କାନ୍ଦି ଏଠାରେ ଆସି ପହଁଚିଛି ।

ଏହା ପରେ ସନ୍ନ୍ୟାସୀ କହିଲେ ଝିଅ । ତୋର କ’ଣ ହୋଇଛି ମୋ ଆଗରେ ଖୋଲି କରି କହ ।

ସନ୍ନ୍ୟାସୀଙ୍କ ମୁଖରୁ ଏପରି କଥା ଶୁଣି ସାନ ଭଉଣୀ ତା’ର ଜୀବନରେ ଯାହା ଯାହା ଘଟି ଥିଲା ତାହା ସମସ୍ତ ଗୋଟି ଗୋଟି କରି କହିଲା ।

ସମସ୍ତ କଥା ଶୁଣିବା ପରେ ସନ୍ନ୍ୟାସୀ କହିଲେ – ଝିଅଲୋ ୟେ ତ ମିଛ ମାୟାର ସଂସାର । ଏହି ସଂସାରରେ ଯେତେ ଯିଏ ଜନ୍ମ ହେଲେ ପତି ପତ୍ନି, ପୁତ୍ର କନ୍ୟା ଏମାନେ କେବଳ ଅଭିନୟ କରିବା ପରି ଗୋଟିଏ ସ୍ଥାନରେ ଥାଇ କିଛି ଦିନ ଆନନ୍ଦ ଓ ଦୁଃଖ ସୁଖ ନେଇ ବଂଚନ୍ତି । ତା’ପରେ ପୁଣି ଯେଉଁ ଠାରୁ ଆସିଥିଲେ ସେହି ଠାକୁ ଚାଲି ଯାଆନ୍ତି । ସମସ୍ତେ କ୍ଷଣିକ ଲାଗି ଭାତ ପାଣିରେ ବନ୍ଧା, ତୁ ତ ସହଜେ ଝିଅ । ସଂସାର ବିଷୟରେ ତୋର ବା କି ଧାରଣା ଅଛି । ତୁ କ୍ଷଣିକ ସୁଖରେ ସେ ରଜାର ସାନ ପୁଅକୁ ଭଲ ପାଇ ବସିଲୁ । ତୋର ରୂପ ଯୌବନ ଥିଲା ଯାହା ଦ୍ୱାରା ରାଜା ପୁଅ ବାନ୍ଧି ହୋଇ ପଡିଲା । ଏବେ ତାର ମନ ଛାଡି ଗଲାରୁ ସେ ଚାଲି ଗଲା । ଯିଏ ଯେତେ ଦିନକୁ ମନୁଷ୍ୟର ନିଜର ହୋଇ ଆସନ୍ତି ସେତେ ଦିନ ପାଖରେ ରହନ୍ତି । ତୋ ଭାଗ୍ୟରେ ସେତିକି ସୁଖ ଥିଲା ।

କପାଳ ଲିଖନ, କେ କରିବ ଆନ । ଯାହା ତ ହେବାର କଥା ତାହା ତ ହୋଇ ଗଲା । ଝିଅ ଏବେ ତୁ ସେ ସବୁକୁ ଭୁଲି ଯା, ସେହି ଈଶ୍ୱରଙ୍କ ପାଦ ପଦ୍ମରେ ପୂଜା କର । ତାଙ୍କର ନାମ ମନେ ମନେ ସ୍ମରଣ ତଥା ଭଜନ କୀର୍ତନ କର । ଦେଖିବୁ ସେହି ଥିରେ ତୋତେ ସ୍ୱର୍ଗର ସୁଖ ମିଳିବ । ସେହି ଥିରେ ଶାନ୍ତି, ସୁଖ ସବୁ କିଛି । ତୁ ଏବେ ଏହି ସଂସାରକୁ ଭୁଲି ଯା । ଶୁଣ ମା ମୁଁ ତୋତେ ଗୋଟିଏ କଥା କହୁଛି, ମନ ଦେଇ ଶୁଣ, ସେହି କଥାରୁ ହିଁ ତୁ ତୋର ମଙ୍ଗଳ ରାସ୍ତା ଖୋଜି ନେବୁ ।

ଧର୍ମ ନଗ୍ର ନାମରେ ଏକ ରାଜ୍ୟ ଥିଲା । ସେହି ରାଜ୍ୟରେ ଜଣେ ରାଜା ଥିଲେ । ତାହାଙ୍କର ନାମ ଥିଲା ଉଗ୍ରସେନ ।

ରାଜା ଖୁବ୍ ଧାର୍ମିକ ରାଜା ଥିଲେ । ଆଉ ମଧ୍ୟ ସୁବିଚାରକ ଥିଲେ । ପ୍ରଜା ମାନେ ଖୁବ୍ ସୁଖ ଶାନ୍ତିରେ ଚଳୁ ଥାଆନ୍ତି ।

ସେହି ରାଜାଙ୍କର ଜଣେ ଅତି ପ୍ରିୟ ଚାକର ଥିଲା । ଚାକରର ନାମ ଥିଲା ମଦନ ସୁନ୍ଦର ।

ରାଜାଙ୍କ ପାଖରେ ଚାକିରି ସିନା, ହେଲେ ରାଜା ତାଙ୍କୁ ନିଜର ପୁଅ ଝିଅଙ୍କ ଠାରୁ ଅଧିକ ଆପଣାର କରି ଥିଲେ । ନିଜର ଭୋଜନ ସମୟରେ, ବୁଲିବା ସମୟରେ, ଯାତ୍ରା ତୀର୍ଥ ଯିବା ସମୟରେ ମଦନ ସୁନ୍ଦର ନିଶ୍ଚୟ ରାଜାଙ୍କର ସାଥିରେ ଯାଇ ଥାଏ ।

ଦିନକର କଥା ରାଜାଙ୍କର କୌଣସି ଏକ ସ୍ଥାନକୁ ଭ୍ରମଣରେ ଯିବାର ଥାଏ – ରାଜା ତହୁଁ ମଦନ ସୁନ୍ଦରଙ୍କୁ ପାଖକୁ ଡାକି କହିଲେ – ଆରେ ମଦନ ସୁନ୍ଦର । ମୋର ଏକ ସ୍ଥାନକୁ ଭ୍ରମଣରେ ଯିବାର ଅଛି । ତୁମକୁ କିନ୍ତୁ ମୋ ସାଥିରେ ଯିବାକୁ ହେବ ।

ସେଦିନ କିନ୍ତୁ ମଦନ ସୁନ୍ଦରର କୌଣସି ଏକ କାମ ଥିଲା । ରାଜା ଯେତେ ବେଳେ ତାକୁ ଭ୍ରମଣରେ ଯିବାକୁ କହିଲେ – ସେ ସଙ୍ଗେ ସଙ୍ଗେ ମନା କରି ଦେଇ କହିଲା – ଛାମୁ ଆଜି କିନ୍ତୁ ଆପଣ ମୋତେ ସେ ଅସୁବିଧାରେ ପକାନ୍ତୁ ନାହିଁ । ଆପଣ ବରଂ ଏକା ଏକା ସେହି ଭ୍ରମଣରେ ଯାଆନ୍ତୁ ।

ଏତେ ଆପଣାର କରି ଥିଲେ ନିଜର ପୁଅ ଝିଅଙ୍କ ଠାରୁ ନିଜର କରି ଥିଲେ । ରାଜାଙ୍କର ସମସ୍ତ କାର୍ଯ୍ୟ ବେଳକୁ ମଦନ ସୁନ୍ଦର ଥିଲା । ହେଲେ ଏତେ ଦିନର ମମତାକୁ ଭୁଲି ଯାଇ ସେ ଯେତେ ବେଳେ ରାଜାଙ୍କୁ ମନା କରି ଦେଲା ତହୁଁ ରାଜାଙ୍କର ମନ ବିଗିଡି ଗଲା । ସେ ହଠାତ୍ ତା’ ଉପରେ ରାଗି ଗଲେ । ଆଉ ମଧ୍ୟ କ୍ରୋଧିତ ହୋଇ ଗୋଟାଏ ଛାର ଚାକର ହୋଇ ରାଜାଙ୍କ ଆଦେଶକୁ ପ୍ରତ୍ୟାଖ୍ୟାନ କରି ଦେଲା! ଅବଶ୍ୟ ନୀଚ୍ଚ ଲୋକକୁ ନେଇ ମଥାରେ ବସାଇଲେ ମନୁଷ୍ୟକୁ ତାର ପ୍ରତିଫଳ ଏହି ପରି ଭାବରେ ମିଳି ଥାଏ । ସଙ୍ଗେ ସଙ୍ଗେ ତାର ପ୍ରତିଶୋଧ ନେବାକୁ ସିଦ୍ଧାନ୍ତ ନେଇ ଆଦେଶ ଦେଲେ ଯେ ମଦନ ସୁନ୍ଦରର ସମସ୍ତ ସଂପତିକୁ ଜବତ କର । ତା ମୁଖରେ ଚୁନ କାଳି ଲଗାଇ ରାଜ୍ୟ ସାରା ବୁଲାଅ । ଆଉ ମଧ୍ୟ ତାକୁ ନଣ୍ଡା କରି ଦେଇ ମୋ ରାଜ୍ୟରୁ ବାହାର କରି ଦିଅ ।

ଗୋଟିଏ ଘଂଟା ଲାଗିଲା ନାହିଁ । ରାଜାଙ୍କର ଆଦେଶକୁ ପାଳନ କରି ସଇନମାନେ ମଦନ ସୁନ୍ଦରକୁ ନେଇ ରାଜ୍ୟର ବାହାରେ ଛାଡି ଦେଇ ଆସିଲେ ।

ଦେଖିଲୁ ତ ଝିଅ, ରାଜା ମଦନ, ସୁନ୍ଦରକୁ କିପରି ଆପଣାର କରି ଥିଲେ । ଏତେ ଆପଣାର କରି ଥିଲେ ବୋଲି ତ ସେ ତାର ଫଳ ଭୋଗିବା ସହିତ ନିମକ ହାରାମ ଚାକରକୁ ନେଇ ରାଜ୍ୟ ବାହାରେ ଛାଡି ଦେଇ ଆସିଲେ ।

ତେଣୁ ମୋ କଥା ମାନି ତୁ ମାଆ ସେଇ ବେଇମାନ୍ ରାଜା ପୁଅର କଥାକୁ ମନ ମଧ୍ୟରୁ ସଂପୂର୍ଣ୍ଣ ଭୁଲି ଯାଇ ନିଜ ଘରକୁ ଫେରି ଯାଅ । ଆଗରୁ ଯେପରି ସୁଖରେ ଥିଲୁ ସେହି ପରି ସୁଖରେ ବଂଚି ବାକୁ ଆରମ୍ଭ କର । ରାଜା ପୁଅ ଲାଗି ତୁ ଏତେ ହନ୍ତ ସନ୍ତ ହୁଅନା ।

ଶାରୀ କହିଲା ଏକଥା ଶୁଣିଲୁ ତ ଶୁଆ, ସନ୍ନ୍ୟାସୀ ସିନା ସାନ ଭଉଣୀକୁ ଏତେ କଥା ବୁଝାଇଲେ । ସାନ ଭଉଣୀ କ’ଣ ତାହା ବୁଝିଲା ନା ରାଜା ପୁଅକୁ ହୃଦୟ ମଧ୍ୟରୁ ଭୁଲି ଗଲା । ସେ ସେହି ପରି ବିରହ ନିଆଁରେ ଜଳି ବାକୁ ଲାଗିଲା ।

ଶାରୀ ଶୁଆ ସାନ ଭଉଣୀ

Rate the content


Originality
Flow
Language
Cover design

Comments

Post

Some text some message..