Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ନାଲି ଗୋଲାପ
ନାଲି ଗୋଲାପ
★★★★★

© Sudhir Dwibedy

Romance Tragedy

5 Minutes   2.5K    6


Content Ranking

ସୁଧୀର କୁମାର ଦ୍ବିବେଦୀ

ଜୀବନକୁ ହାତମୁଠାରେ ଧରି ସେମାନେ ଏ ଖେଳ ଦେଖାଉଥିଲେ । ମାତ୍ର ଏ ଖେଳ ଯେ ତାଙ୍କ ଜୀବନରେ ପୂର୍ଣ୍ଣଛେଦ ଟାଣିବ - ଏ କଥା ସମ୍ଭାବ୍ୟ ହେଲେ ମଧ୍ୟ ଅନିଶ୍ଚିତ । କାରଣ ଏ ପୃଥିବୀ ଟା ତ ନିଜେ ଗୋଟେ ଘୁର୍ଣ୍ଣୟମାନ ମୃତ୍ୟୁ ର ଉପତ୍ୟକା ।ଏଠି ବସବାସ କରୁଥିବା ପ୍ରତିଟି ପ୍ରାଣୀ ତାଙ୍କ ଅଜାଣତରେ ମୃତ୍ୟୁ ସହିତ ନାନାଦି ଖେଳ ଖେଳୁଛନ୍ତି । ଆଉ ଏ ଖେଳରେ ଦିନେ ନା ଦିନେ ମୃତ୍ୟୁ ର ହିଁ ଜୟ ହୁଏ ।

‎ଖେଳର ନାମ 'ମୌତ କା କୁଆ' । ଲୁହା ଫ୍ରେମ ସହିତ କାଠ ପଟା ଯୋଡ଼ା ହୋଇ ଗୋଟିଏ ଗମ୍ବୁଜାକାର ଗଢ଼ଣ ତିଆରି କରାଯାଏ । ଉପରେ ଦର୍ଶକଙ୍କ ପାଇଁ ଗ୍ୟାଲେରୀ । ଉପରୁ ଦେଖିଲେ କୃତ୍ରିମ କୂପ ପରି ପ୍ରତୀୟମାନ ହେଉଥିବା ଗୋଟିଏ ଗଭୀର ଗର୍ତ୍ତ ଦୃଷ୍ଟି ଗୋଚର ହୁଏ । ଆଉ ସତରେ ଯେତେବେଳେ ପାଞ୍ଚଟି ମୋଟର ସାଇକେଲ ଓ ଦୁଇଟି କାର୍ ପ୍ରଚଣ୍ଡ ଗର୍ଜନ କରି ବିଜୁଳିପ୍ରାୟ ଗତିରେ କୃତ୍ରିମ କୂପ ର କାନ୍ଥ ଦେହରେ ଭୂସମାନ୍ତରାଳ ଗତି କରନ୍ତି ,ସେ ଦୃଶ୍ୟ ଯେତିକି ରୋମାଞ୍ଚକର ସେତିକି ଉତ୍ତେଜନା ଉଦ୍ଦୀପକ ।

‎ଖେଳ ପଡିଥିଲା ସହରର ଉପକଣ୍ଠରେ ଥିବା ଗୋଟିଏ ଖେଳ ପଡ଼ିଆରେ । ଏ ଖେଳଟି ସହରରେ ପ୍ରଥମଥର ପାଇଁ ପଡିଥିଲା । ଅପରାହ୍ନ ପାଞ୍ଚଟାରୁ ଆରମ୍ଭ ହୋଇ ରାତି ନଅଟା ପର୍ଯ୍ୟନ୍ତ ଖେଳ ଚାଲେ । କେବଳ ସହର ନୁହଁ,ଦୂରଦୂରାନ୍ତରରୁ ମଧ୍ୟ ଆବାଳବୃଦ୍ଧବନିତା ଏ ଖେଳ ଦେଖିବା ପାଇଁ ଛୁଟୁଛନ୍ତି । ସନ୍ଧ୍ୟା ହେଲେ ସିନା ଏ ସ୍ଥାନକୁ ଦର୍ଶକଙ୍କ ସୁଅ ଛୁଟେ, ମାତ୍ର ବାକି ସମୟରେ କାଁ ଭାଁ ଲୋକ ଯିବା ଆସିବା କରନ୍ତି । ପଡିଆକୁ ଲାଗି ଚାରି ପାଞ୍ଚଟି ଅଧା ପକ୍କା ଅଧା କଚ୍ଚା ଘର । ପାଖରେ ନଳକୂଅଟିଏ । ପାଣି ପାଇଁ ସମସ୍ତେ ସେଇ ନଳକୂଅ ଉପରେ ହିଁ ନିର୍ଭର କରନ୍ତି ।

‎ମ୍ୟାନେଜର ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ଛାଡିଦେଲେ ଖେଳ ଦେଖାଇବା ପାଇଁ ସେମାନେ ଥିଲେ ସ୍ୱତନ୍ତ୍ର ଭାବେ ତାଲିମପ୍ରାପ୍ତ ଦଶ ଜଣ ଯୁବକ । ବୟସ କୋଡିଏ ରୁ ପଚିଶ ବର୍ଷ ମଧ୍ୟରେ । ଉଭୟ ଶାରୀରିକ ଓ ମାନସିକ ଦୃଷ୍ଟିରୁ ସମସ୍ତେ ବେଶ ସୁସ୍ଥ । ହେଲେ ସେମାନଙ୍କ ମଧ୍ୟରୁ ଜିତୁ ବାରି ହୋଇପଡେ । ଚଳଚ୍ଚିତ୍ରର ନାୟକଟିଏ ପରି ତାର ଚେହେରା, ଶାରୀରିକ ଗଠନ ଓ ବ୍ୟକ୍ତିତ୍ୱ ଆଦି ଆକର୍ଷଣୀୟ ଥିଲା । ତା ଛଡା ଏ ଖେଳରେ ସେ ଅଧିକ ଚମତ୍କାରିତା ପ୍ରଦର୍ଶନ କରିପାରୁଥିଲା । ଖେଳ ଦେଖାଉଥିବା ସମୟରେ କୌଣସି ଦର୍ଶକ ଖେଳରେ ମୁଗ୍ଧ ହୋଇ ଟଙ୍କା କିମ୍ବା ଅନ୍ୟ କିଛି ଜିନିଷ ବଢ଼ାଇଲେ ଜିତୁ ହିଁ ପ୍ରଥମେ ନିପୂଣତାର ସହିତ କରାୟତ କରିନିଏ ।

‎ଜିତୁ ପାଇଁ ସେ ଦିନ ଥିଲା ସେ ସହରରେ ତାର ପ୍ରଥମ ସକାଳ । ଭୋର ସମୟ । ବିଶେଷ ଫର୍ଚ୍ଚା ହୋଇ ନ ଥାଏ । ଜିତୁ ଏକୁଟିଆ ନଳକୂଅ ପାଖରେ ଠିଆ ହୋଇ ଦାନ୍ତ ବ୍ରସ କରୁଥିଲା । ଜିତୁ ଚତୁର୍ଦ୍ଦିଗକୁ ଟିକିଏ ନିରୀକ୍ଷଣ କରୁକରୁ ତା ଦୃଷ୍ଟି ଅଟକିଗଲା ପାଖ ଘରର ଝରକା ଉପରେ । ଦେଖିଲା ଝରକାରୁ ସୁନ୍ଦରୀ ଯୁବତୀଟିଏ ଅପଲକ ନୟନରେ ତାକୁ ଚାହିଁ ରହିଛି । ଜିତୁର ନଜର ତା ଉପରେ ପଡିବା କ୍ଷଣି ଫିକ କିନା ହସି ଦେଲା ସେ । ଅପରିଚିତ ସହର । ଯୁବତୀଟିର ଏ ପ୍ରକାର ଭାବଭଙ୍ଗୀରୁ ସେ କିଛି ବିଶେଷ ଅର୍ଥ ବାହାର କରିବା ଉଚିତ ମନେ କଲା ନାହିଁ । ମାତ୍ର ତା ପରଠାରୁ ଏମିତି ବାରମ୍ବାର ଘଟି8ାକୁ ଲାଗିଲା । ଜିତୁ ଦେଖୁଥିଲା ,ଯୁବତୀଟି ଦିନର ଅଧିକାଂଶ ସମୟ ସେହି ଝରକା ନିକଟରେ ହିଁ ଠିଆ ହୋଇ ରହୁଥିଲା । ସେ ଜିତୁକୁ ଦେଖିବା କ୍ଷଣି ଚଳଚଞ୍ଚଳ ହୋଇ ଉଠୁଥିଲା ଓ ପ୍ରୀତିପୂର୍ଣ୍ଣ ନଜର ମାଧ୍ୟମରେ ଜିତୁକୁ ନିଜ ଆଡକୁ ଆକର୍ଷିତ କରିବାକୁ ଚେଷ୍ଟା କରୁଥିଲା । ଖେଳ ସମୟରେ ସିନା ଜିତୁ ଅକଳ୍ପନୀୟ ସାହସିକତା ପ୍ରଦର୍ଶନ କରିପାରେ,ମାତ୍ର ପ୍ରେମ ପାଠରେ ସେ ଖୁବ ଭୋଳା ଥିଲା । ସେ ଯୁବତୀଟିର ପ୍ରେମ ସୂଚକ ଚାହାଣିର ପ୍ରଭାବ ତା ଉପରେ ଟିକିଏ ବି ପଡୁ ନ ଥିଲା । ତା ଛଡା ଜିତୁ ଜୀବନରେ ଏମିତି କିଛି ଘଟଣା ଘଟି ଯାଇଥିଲା ଯେଉଁଥି ପାଇଁ କି ନାରୀମାନଙ୍କର ପ୍ରତିଟି କର୍ମ ସ୍ୱାର୍ଥ ପ୍ରଣୋଦିତ ଓ ଛଳନା ଯୁକ୍ତ - ଏପରି ଏକ ଧାରଣା ତା ମନରେ ସୃଷ୍ଟି ହୋଇଯାଇଥିଲା ।

‎ଜିତୁକୁ ଯେତେବେଳେ ଦଶ ବର୍ଷ ହୋଇଥିଲା ତିନୋଟି ସନ୍ତାନର ଜନନୀ ତାର ନିଜ ମାଆ ଜଣେ ପର ପୁରୁଷ ସାଥିରେ ଚାଲିଗଲେ । ତା ବାପା ଖୁବ ଶୀଘ୍ର ଦ୍ଵିତୀୟ ବିବାହ କଲେ । ମାତ୍ର ସାବତ ମାଆ ଏ ତିନି ଛୁଆଙ୍କୁ ଦେଖି ସହି ପାରୁ ନ ଥିଲା । ପ୍ରତିଟି କଥାରେ ସେ ଛୁଆ ମାନଙ୍କୁ ଅକଥ୍ୟ ଭାଷାରେ ଗାଳି ଦେଉଥିଲା । ଉପଯୁକ୍ତ ଖାଦ୍ୟପେୟ ଓ ଯତ୍ନର ଅଭାବରୁ ତାର ଦି ଭଉଣୀ ଅକାଳରେ ପ୍ରାଣ ହରାଇଲେ । ଏଣୁ ଏଣିକି ରୋଜଗାର ନ କଲେ ଖାଇବାକୁ ଦେଇପାରିବନି ବୋଲି ମଧ୍ୟ ଜିତୁକୁ ଧମକ ଦେଉଥିଲା । ତା ବାପା ସବୁ ଜାଣି ଶୁଣି ନିରବ ରହୁଥିଲେ । ଜିତୁ ଶେଷରେ ବାଧ୍ୟ ହୋଇ ଘର ଛାଡି ଏ ଦଳରେ ମିଶିଥିଲା ।

‎ସେ ଦିନ ଥିଲା ସେମାନଙ୍କର ସେଠାରେ ଶେଷ ଦିନ । ଜିତୁ ଦେଖିଲା ଯୁବତୀଟି ଗୋଟିଏ ଉଦାସ ଓ ଦୁଃଖ ପୂର୍ଣ୍ଣ ଚାହାଣି ରେ ତାକୁ ଚାହିଁ ରହୁଛି । ଯୁବତୀଟି ଗୋଟିଏ ଭିନ୍ନ ବ୍ୟାକୁଳତାରେ ମନ୍ଥି ହୋଇ ଯାଉଥିବା ପରି ଜିତୁକୁ ଲାଗିଲା ।ଗୋଟିଏ ଶକ୍ତ ପଥରକୁ ହାତୁଡ଼ି ସାହାଯ୍ୟରେ ବାରମ୍ବାର ପ୍ରହାର କରି ଚାଲିଲେ ସମୟ ଆସେ ପଥରଟି ଭାଙ୍ଗି ଟୁକୁଡା ଟୁକୁଡା ହୋଇଯାଏ । ସେ ଦିନ ସେହିପରି ଆତ୍ମ ସଂଯମ ପାଇଁ ଜିତୁ ମନରେ ଥିବା ସମସ୍ତ ଟାଣ ପଣ ଭାଙ୍ଗି ଗଲା । ନିଜର ସମସ୍ତ ସାହସ ଠୁଳ କରି ସେ ମୁହାଁଇଲା ଝରକା ଆଡକୁ । ଅବଶ୍ୟ ଯୁବତୀଟିର ଭାବଭଙ୍ଗୀ ରୁ ସେ ସବୁ ଦିଗରୁ ନିଜକୁ ନିରାପଦ ମନେ କରୁଥିଲା । ଜିତୁ ଝରକା ନିକଟରେ ପହଞ୍ଚି ଦେଖିଲା - ଯୁବତୀଟି ଆତ୍ମୀୟତାର ସମସ୍ତ ମୁଦ୍ରା ସହ ଠିଆ ହୋଇ ରହିଛି । ନିରୋଳାରେ ଏତେ ନିକଟରୁ ଯୁବତୀଟିଏ ଦେଖିବା ଜିତୁ ଜୀବନରେ ଥିଲା ଏଇ ପ୍ରଥମ । ଗହମ ରଙ୍ଗ,ଗୋଲାପୀ ଓଠ,ଆକର୍ଷଣୀୟ କେଶ ବିନ୍ୟାସ,ପୁଷ୍ଟ ବକ୍ଷସ୍ଥଳ - ଯୁବତୀଟିର ସୌନ୍ଦର୍ଯ୍ୟ ରେ ମୁଗ୍ଧ ହୋଇଗଲା ଜିତୁ । ନିର୍ନିମେଶ ନୟନରେ ବେଶ କିଛି କ୍ଷଣ ଚାହିଁ ରହିବା ପରେ ଜିତୁ ଗୋଟାଏ ଉତ୍ ଫୁଲ୍ଲିତ ସ୍ୱରରେ ପଚାରିଲା - ତୁହ୍ମାରା ନାମ୍ କ୍ୟା ହୈ ? ଯୁବତୀଟି ଜିତୁ ଉପରକୁ ମୈତ୍ରୀପୂର୍ଣ୍ଣ କତାକ୍ଷପାତଟିଏ କରି ଗୋଟିଏ ଲାଜୁଆ ସ୍ୱରରେ କହିଲା - କମଳା । ଏତିକିରେ ଜିତୁର ଯୌବନପୁଷ୍ଟ ଶରୀରରେ ଖେଳିଗଲା ଗୋଟେ ଗୋପନ ଶିହରଣ । ତାର ସାହସ ଖୁବ ବଢ଼ି ଯାଇଥିଲା । ଏଥର ଝରକା ରେଲିଂ ରେ ଥିବା କମଳା ର ହାତମୁଠାକୁ ରେଲିଂ ସହ ଜିତୁ ତା ଡାହାଣ ହାତରେ ଆସ୍ତେ କିନା ଚାପି ଧରିନେଇ ଗୋଟାଏ ପ୍ରଚଣ୍ଡ ଆବେଗ ଭରା ସ୍ୱରରେ କହିପକାଇଲା - ହମେ ତୁହ୍ମେ ମୋହବତ୍ ହୈ । ତୁମ୍ ଭି କ୍ୟା ହମେ.........!

‎ଠିକ ସେତିକିବେଳେ ଘର ଭିତରୁ କାହାର ଡ଼ାକରାରେ କମଳା ଚମକି ପଡିଲା ଯେମିତି । ସେ ତତ୍ କ୍ଷଣାତ୍ ଜିତୁର ହାତ ମୁଠାରୁ ନିଜ ହାତକୁ ମୁକୁଳାଇ ନେଇ ତରବର ହୋଇ ଘର ଭିତରକୁ ଚାଲିଗଲା । ଜିତୁ ମଧ୍ୟ ଫେରିଆସିଥିଲା ନିଜ ଟେଣ୍ଟ କୁ । ହେଲେ ଗୋଟେ ଅନନ୍ୟ ପୁଲକ ତାର ସମଗ୍ର ଦେହ ଓ ମନକୁ ଆଚ୍ଛନ୍ନ କରି ରଖିଲା । ନାରୀ ମାନଙ୍କ ପ୍ରତି ତା ମନରେ ବସା ବାନ୍ଧିଥିବା ସମସ୍ତ ରାଗ ଓ ଅଭିମାନ ପୋଛି ହୋଇ ଯାଇଥିଲା । କମଳା କୁ ନେଇ ସେ ନାନା ସ୍ବପ୍ନ ଓ କଳ୍ପନା ଭିତରେ ନିଜକୁ ବୁଡାଇ ରଖିଲା ।

‎ଆଉ ଅଳ୍ପ ସମୟ ମଧ୍ୟରେ ଖେଳ ଆରମ୍ଭ ହୋଇଯିବ । ମାତ୍ର ସକାଳର ଘଟଣା ପରଠାରୁ ଜିତୁ କମଳା କୁ ସେ ଝରକା ନିକଟରେ ଥରଟିଏ ମଧ୍ୟ ଦେଖି ନ ଥିଲା । ବେଳକୁ ବେଳ ନାନା ପ୍ରକାର ଆଶଙ୍କାରେ ତା ମନ ଆନ୍ଦୋଳିତ ହୋଇ ଉଠୁଥିଲା । ଦରିଦ୍ର ଲୋକଟିଏ ରତ୍ନଟିଏ ପାଇ ପୁଣି ହଜାଇ ଦେବାପାରି ଏକ ଦୁଃଖ ଜିତୁକୁ ଆବୋରି ବସିଥିଲା ।

‎ସେ ଦିନର ପ୍ରଥମ ସୋ ଆରମ୍ଭ ହୋଇଯାଇଥିଲା ।ଅନ୍ତିମ ଦିନର ପ୍ରଥମ ସୋ ହୋଇଥିବାରୁ ଗ୍ୟାଲେରୀ ରେ ଦର୍ଶକଙ୍କ ଭିଡ଼ ନ ଥିଲା । ପ୍ରଚଣ୍ଡ ଶବ୍ଦ କରି ଗତି କରୁଥିଲା ପାଞ୍ଚଟି ମଟର ସାଇକେଲ ଓ ଦୁଇଟି କାର୍ । ଜିତୁ ଚଳାଉଥିଲା ମଟର ସାଇକେଲଟିଏ । ଏହି ସମୟରେ ତାର ନଜର ପଡିଲା ଦର୍ଶକ ଗ୍ୟାଲେରୀ ଉପରେ । ସେ ପ୍ରଥମେ ନିଜକୁ ବିଶ୍ୱାସ କରିପାରିଲା ନାହିଁ । ସେ ଦେଖିଲା ନାଲି ଗୋଲାପ ଫୁଲଟିଏ ବଢ଼ାଇ କମଳା ତା ଆଡ଼କୁ ଇସାରା କରି ଚାଲିଛି । ଜୀବନରେ ସବୁକିଛି ପାଇଯାଇଥିବା ଆନନ୍ଦରେ ବିଭୋର ହୋଇପଡିଲା ଜିତୁ । ସେ ଉନ୍ମାଦ ପ୍ରାୟ ହୋଇ ତା ମଟର ସାଇକେଲର ଗତି ବଢ଼ାଇ ଦେଲା ଉପରକୁ ଉଠି କମଳା ହାତରୁ ଗୋଲାପ ଫୁଲଟିକୁ ଗ୍ରହଣ କରିବା ଉଦ୍ଦେଶ୍ୟରେ । ମାତ୍ର ଦୁର୍ଭାଗ୍ୟ, ଜିତୁ ବିଚ୍ୟୁତ ହୋଇପଡିଥିଲା ତା ପଥରୁ । ଗୋଟିଏ କାର୍ କୁ ସାମନାରୁ ଅତିକ୍ରମ କରି ଚାଲି ଯାଉ ଥିବାବେଳେ ତାର ମଟର ସାଇକେଲଟି କାର୍ ଦେହରେ ସାମାନ୍ୟ ବାଡେଇ ହୋଇଗଲା । ଏତିକିରେ ଜିତୁ ଛିଟିକି ପଡିଲା ଚଳନ୍ତା କାର୍ ତଳକୁ । କାର୍ ର ଗତି ତୀବ୍ର ଥିଲା । ଦୁର୍ଘଟଣା ଘଟିଥିବା ଜାଣିପାରି ସବୁ ଖେଳାଳି ନିଜ ନିଜ ଯାନ ର ଗତି ନିୟନ୍ତ୍ରଣ କରି ଧୀରେ ଧୀରେ ତଳକୁ ଓହ୍ଲାଇଲେ । ମାତ୍ର ସେତେବେଳକୁ ସବୁ ସାରି ଯାଇଥିଲା । ଜିତୁ ରକ୍ତ ଜୁଡୁବୁଡୁ ମାଂସ ପିଣ୍ଡୁଳାଟିଏ ପାଲଟି ଯାଇଥିଲା । ତା ପାଖରେ ପଡିଥିଲା ନାଲି ଗୋଲାପଟିଏ ।

‎ ***

‎ ଶାସନ ସାହି,ଦେବଗଡ଼

‎ମୋ /WhatsAp୯୪୩୯୯୧୫୪୧୬

sudhir.dwibedy01@gmail.comp :

ଜୀବନ ମୌତ କା କୁଆ ଦର୍ଶକ

Rate the content


Originality
Flow
Language
Cover design

Comments

Post

Some text some message..