ଅପେକ୍ଷା
ଅପେକ୍ଷା
ନା ପ୍ରିୟା ତୁମେ ତୁମର ଭଲପାଇବା ଫେରାଇ ନିଅ | ସବୁବେଳେ ମୁଁ ତୁମକୁ ଦେଖିବାକୁ ଅପେକ୍ଷା କରିଥିବି |ଆଉ ତୁମେ କେଉଁ ଦିନ ଆସୁଛ ପୁଣି କେଉଁ ଦିନ ଆଦୌ ଆସୁନାହିଁ | କେମିତି ବଞ୍ଚିବି କହିଲ | ମୋ ଆଖିରେ ଲୁହ ନ ଦେଖିଲେ କଣ ତୁମକୁ ଶାନ୍ତି ଲାଗେନା | ତୁମେ କଣ ଜଣେ ଏମିତି ଲୋକ ଯେ ମୁଁ ତୁମକୁ ବିଚିତ୍ର ରଜନୀ ଚାହିଁ ଚାହିଁ ମୋର ରାତି ସରିଯାଏ ସିନା ହେଲେ ତୁମର ନିଷ୍ଠୁର ହୃଦୟ ଦିନେ ବି କହେନା ଟିକିଏ ପରଶ ଦେବା ପାଇଁ | ବୋଧ ହୁଏ, ତାରାମାନଙ୍କ ଗହଣରେ ରହି ରହି ମୋ କଥା ପୁରା ଭୁଲି ଗଲଣି |
କଣ ଆଉ କହିବି | ଏତେ କମ ବୟସରେ ଏତେ କଥା, ଏତେ ମାନ ପୁଣି କେବେ ଅଭିମାନ | ଭଲ ପାଇବାଟା କାହାଣୀ ନୁହେଁ | ମୁଁ ତୁମକୁ ପାଖରେ ବସାଇ ଗପିଯିବି | ଆଉ ତୁମେ ଛୋଟ ପିଲା ପରି ଶୁଣିଯିବ |ଭଲ ପାଇବାଟା ଯଦି ଧଳା କାଗଜରେ କଳା କଳା ଅକ୍ଷର ଲେଖିଲା ପରି ହୁଅନ୍ତା ତେବେ ମୁଁ ଚିତ୍ର ସହ ଲେଖି ଶିଶୁ କୁ ପଢ଼ାଇଲା ଭଳି ବୁଝାଇ ଦିଅନ୍ତି |
ସତରେ ଏ ଚପଳ ବୟସରେ ଉପନୀତ ପ୍ରତ୍ୟେକ କିଶୋର ଖୋଜି ବୁଲନ୍ତି ତାଙ୍କ ଜୀବନରେ ସାଥିଟିଏ | ମୁଁ ଯଦି ତୁମକୁ ମୋର ଜୀବନ ସାଥି ବୋଲି ପସନ୍ଦ କଲି ତେବେ ସେଇଟା କଣ ମୋର ଦୋଷ | ତୁମ ମନରେ ଯଦି ଏତେ ଆବିଳତା ଥିଲା ତେବେ କାହିଁକି ମୋତେ ଚଖାଇଲ ଭଲ ପାଇବାର ସ୍ୱାଦ ଯେଉଁଥିପାଇଁ ମୁଁ ଆଜି ଏକା ଏକା ଜ୍ବଳନ୍ତ ନିଆଁରେ ପୋଡ଼ି ଦଗ୍ଧ ହେବାକୁ ବସିଛି | ଯେତେ ଶାନ୍ତନା ପାଇଲେ ବି ଏ ଅବାଗିଆ ମନଟା ଜମାରୁ ବୋଲ ମାନୁନି | ପ୍ରକୃତରେ ତୁମର ସେହି ମନ ଭୂଲାଣିଆ ଚାହାଣି, ମିଠା ମିଠା ହସ ଭିତରେ ମୁଁ ସମ୍ପୂର୍ଣ ଭାବରେ ହଜିଗଲି | ଆଉ ଯେଉଁ ମୁହୁର୍ତରେ ତୁମ ଆଖି ସହିତ ମୋ ଆଖିର ମିଳନ ହେଲା ହେଲା ସେତେବେଳେ ମୋ ଦେହ ଓ ମନରେ ଖେଳିଗଲା ବିଦ୍ୟୁତର ସିହରଣତା | ତା ପରଠୁ ମୁଁ ତୁମକୁ ନେଇ କଳ୍ପନା କରି ଚାଲିଲି ଅନେକ କିଛି ଦୂର ଆକାଶର ବଉଦ ଭିଯାଶୁଳ ଶେଯ ଉପରେ ପଡ଼ି ରହି ରତିକ୍ଲାନ୍ତ ଅଳସି ଚଉଠି ଜହ୍ନଟା ଯେତେବେଳେ ଆଖି ଠାରି ମୋତେ ଡାକେ, କାଶତଣ୍ଡୀ ଫୁଲର ଧବଳ ପଠା ମୋତେ ସେତେବେଳେ ହାତ ଠାରେ ଠିକ ସେତିକିବେଳେ ତୁମ ସ୍ମୃତିକୁ ରୋମନ୍ଥନ କରିବାକୁ ଯାଇ ତୁମକୁ ଖୋଜିବା ପାଇଁ ମୁଁ ନିଜ କୁ ହଜେଇ ଦିଏ କେତେ ନିଝୁମ ରାତିରେ ସ୍ୱପ୍ନିଳ ପରିବେଶ ମଧ୍ୟରେ ସ୍ୱପ୍ନର ଆସର ଭିତରେ ତୁମେ ଆଉ ମୁଁ | ମୁଁ ଆଉ ତୁମର କେତେବେଳେ ଫଗୁଣର ରଙ୍ଗ ଖେଳରେ ଓ କେତେବେଳେ ବିଭିନ୍ନ ପୂଜା ପାର୍ବଣରେ ଦିଗ ବଳୟ ପରିଧି ଅତିକ୍ରମ କରି ମୋ କଳ୍ପନା ମୋ ଭାବନା ଛୁଟିଯାଏ ଦୂରକୁ,,,, ଅନେକ ଦୂରକୁ କେବଳ ଏତିକି ନୁହେଁ ତୁମକୁ ଖୋଜି ଖୋଜି, ମୁଁ କଟାଇ ଦେଇଛି କେତେ ପୂର୍ଣ୍ଣିମା, ଚାନ୍ଦିନୀ ରାତି କେତେବେଳେ ନିଛାଟିଆ ନଈ କୂଳ ତ ପୁଣି କେତେବେଳେ ଖୋଲା ପଡିଆରେ କେତେ ଗୋ ଧୂଳି ଲଗ୍ନର ନିର୍ଜନ ଦିପହରେ ସ୍ମୃତିର ବେଳାଭୂମିରେ | ବସି ବସି ପ୍ରେମ ସାଗରରେ ବାଲି ଗରଡ଼ା ଗୁଡ଼ିକ ଗୋଟି ଗୋଟି କରି ଗୋଟାଇ ମନର ସିନ୍ଧୁଙ୍କ ଭିତରେ ସାଇତି ବାନ୍ଧି ରଖେ | ବାଲୁକାରେ ଅସଂଖ୍ୟ ପଦଚିହ୍ନ ମଧ୍ୟରୁ ତୁମର ପଦ ଚିହ୍ନ ଖୋଜି ବୁଲେ |ତଥାପି ମୋର ମନ ମାନେନା କିନ୍ତୁ ତୁମେ କୁହତ ମରୁଭୂମିରେ ପଦ ଚାରଣ କରୁଥିବା ପଥହାର ତୃଷାର୍ତ୍ତ ପଥିକ ମରୀଚିକା ପଛରେ ଧାଇଁ ବୁଲିବା କଣ? ସମୟ ସ୍ରୋତରେ ପାଇବା ନ ପାଇବାର ଦ୍ୱନ୍ଦ୍ୱ ଭିତରେ ବୁଡ଼ି ରହି ତଥାପି ମୁଁ ଖୋଜିବୁଲେ ତୁମକୁ ହିଁ ତୁମକୁ !
ହୁଏ ତ ତୁମେ ଏଇଠି ପ୍ରଶ୍ନ କରିପାର ମୁଁ ଯଦି ତୁମକୁ ଏତେ ଭଲ ପାଏ, ତେବେ ମୋ ମନର କଥା କାହିଁକି ଦିନକ ପାଇଁ ବି ଜଣାଇ ନ ଥିଲି | ତୁମେ କହିପାର ମୁଁ ଲଜ୍ୟା ସଂକୋଚ କିମ୍ବା ଭୟରେ ଭୁଲି | କାରଣ ତୁମର ମନେ ରଖିବା ଉଚିତ ପ୍ରେମ ନିକଟରେ ଭୟ, ସଂକୋଚ କିମ୍ବା ଲଜ୍ୟାରେ ପ୍ରଶ୍ନ ଉଠେନା ଅପେକ୍ଷାରେ,,,,,