Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ତୋ ' ମୁଣ୍ଡ ଗଣ୍ଡି
ତୋ ' ମୁଣ୍ଡ ଗଣ୍ଡି
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୩

Classics

4 Minutes   7.6K    10


Content Ranking

ମଲିକ୍ ଶ୍ରୀ ପ୍ରାଣକୃଷ୍ଟ

ସେଦିନ ଫୁଲ ସଞ୍ଜବେଳ ହୋଇଥାଏ l ପିଲାଏ ଅଜାକୁ ଘେରିଗଲେ l ମ୍ମାମୁନି କହିଲା, ‘’ ଅଜା ! ଆଜି ଗୋଟିଏ ମଜା କଥା କୁହ l ‘’ ନାତି ନାତୁଣୀଙ୍କ ଶରଧା ଦେଖି ଅଜା ନିଜ ସୁବିଧା କରି ଚକା ପାରିଲେ l ସେ ଦ୍ଵିଧା ନ କରି ବାଧ୍ୟ ହୋଇ କାହାଣୀଟିଏ ଆରମ୍ଭ କାଲେ l କହିଲେ, ଶୁଣ l ଗୋଟିଏ ଗାଆଁରେ ଶାଶୁଟିଏ ବୋହୁଟିଏ ଥାଆନ୍ତି l ପୁଅ ଦୂର ରାଇଜକୁ କାମ କରିବାକୁ ଯାଇଥାଏ l ବୋହୁଟି ନୂଆ ହୋଇ ଆସିଛି l ତେଣୁ ସାଶୁ ଓ ବୋହୁ ଗୋଟିଏ ଘରେ ଶୁଅନ୍ତି l ଥରେ ଊଆଁସ ରାତିରେ ବର୍ଷା ସାଙ୍ଗକୁ ଝଡ ତୋଫାନ ଆସିଲା l ମୁହଁକୁ ମୁହଁ ଦିଶୁନଥାଏ l ପବନ ସୁସୁ ହୋଏ ବୋହୁଥାଏ l ଚୁଲୀ ଜଳାଇବାର ଜୁ ନାହିଁ l ତେଣୁ ଶାଶୁ କହିଲେ, ‘’ ପବନ ଯଦି ବନ୍ଦ ହେବ ତେବେ ରାନ୍ଧିବୁ l ନ ହେଲେ ନ ଖାଇ ସେମିତି ରହିଯିବା l ତୁ ଝରକା କବାଟ ବନ୍ଦ କରି ଚାଲିଆ l ‘’

ଶାଶୁଙ୍କ କଥା ଅନୁସାରେ ବୋହୁ, ଝରକା କବାଟ କିଳି ଘରେ ରହିଲା l ଶାଶୁ ସେତେବେଳକୁ ଘୋଡିଘାଡି ହୋଏ ଶୋଇ ପଡିଲେଣି l ବୋହୁ ଅବା କେତେ ସମୟ ଏକୁଟିଆ ଚାହିଁ ପାରନ୍ତା l ସେ ଆଲୁଅ ଲିଭାଇ ଦେଇ ଶୋଇ ପଡିଲା l ରାତି ଯେତେ ହେଉଥାଏ ଝଡ଼ ତୋଫାନ ସେତେ ବଢୁଥାଏ l କ’ଣ କରିବେ ? ଭୋକରେ ପେଟ ଆଉଟୁ ପାଉଟୁ ହେଉଛି l ଆଖିକୁ ବ ନିଦ ଆସିବ କୁଆଡୁ ? ଖାଇବା ପାଇଁ ସେମିତି କିଛି ନାହିଁ l ଯାହା ଅଛି ଅରନ୍ଧା, ଖାଇ ହେବନି l ଦୁହେଁଯାକ ସେମିତି ଖାଡ଼ାଖାଡ଼ା ଉପାସ ସୋଇଲେ l ଶାଶୁବୁଢୀ ଆଉ ସମ୍ଭାଳି ପାରିଲାନି l ଅଧରାତିରେ ବିଞ୍ଚଣାରୁ ଉଠି ବସିଲେ l ଚାରିଆଡକୁ ଚାହିଁଲେ l ଦେଖିଲେ ଆଗ ଅପେକ୍ଷା ଝଡ କମି ଗଲାଣି l ବୋହୁ ନିଘୋଡ଼ ନିଦରେ ଶୋଇଛି l ଶାଶୁ ପାଦ ଚିପି ଚିପି ଶୋଇବା ଘରୁ ବାହାରି ଆସିଲେ l ଦେଖିଲେ କେହି କେଣେ ନାହିଁ l ହାଣ୍ଡିଶାଳ ଘର ଆଡ଼କୁ ମୁହାଁଇଲେ l କାଳେ ମୁଠେ କି ଦି’ ମୁଠା ପଖାଳ ଥିବ l ସେତିକିରେ କାମ ଚଳିଯିବ l ଶାଶୁ ଚୁପ୍କିନି ହାଣ୍ଡି ଶାଳ ଘରେ ପଶିଲେ l

ତାଙ୍କ ବିରାଡିଟି ଚୁଲୀ ମୁଣ୍ଡରେ ସୋଇଥିଲା l ତାକୁ ମଧ୍ୟ ବହୁତ ଭୋକ l ସେ ବୁଢିଙ୍କ ପଛେ ପଛେ ମ୍ୟାଉଁ ମ୍ୟାଉଁ ହୋଇ ହାଣ୍ଡି ଶାଳ ଘରେ ପଶିଗଲା l ବୁଢୀ ହାଣ୍ଡିର ଢାଙ୍କୁଣୀ କାଢିଲେ l ହାତ ପୁରାଇ ଅଣ୍ଡାଳିଲେ l ଦେଖିଲେ, ଭାତ ଜଣାପଡୁନି l ବେଳେ କି ଦୁଇ ବେଲା ତୋରାଣି ଅଛି l ଯେତେ ଅଣ୍ଡାଳିଲେ କିଛି ଲାଭ ହେଲାନି l ଏଣେ ବିଲେଇଟି ମ୍ୟାଉଁ ମ୍ୟାଉଁ ହୋଇ ତାଙ୍କ ଚାରି ପାଖରେ ଘଷି ହୋଇ ବୁଲୁଛି l ବୁଢୀ ବଡ ଅକଳିଆରେ ପଡିଲେ l ଭାବିଲେ କ’ଣ କରିବେ ?

ସେତିକି ବେଳେ ଆକାଶରେ ବିଜୁଳି ଚମକିଲା l ଦେଖିଲେ, ଓଳିତଳେ ବର୍ଷାପାଣି ଚାଲିଛି l ସାସୁ ମନେ ମନେ ଭାବିଲେ,-ଯଦି ଉପର ତୋରାଣିତକ ଓଳିଛାରେ ଢାଳି ଦିଅନ୍ତି ତେବେ ତାହା ପାଣିରେ ବୋହିଯିବ l ସେ ତଳକୁ ଥିବା ଭାତ ନେଇ ଆରମରେ ଖାଇ ପାରିବେ l ସେ କଥା ଭାବି ହାଣ୍ଡିକୁ ଟେକିନେଇ ହାଣ୍ଡିଶାଳ ଘରୁ ବାହାରକୁ ଆସିବା ପାଇଁ ଥିରି ଥିରି ପାଦ ପକାଇଲେ l ସହଜେ ତ ବୁଢୀ ମଣିଷ ! ଚାଲିଲାବେଳେ ପାଦ ଟଳମଳ ହେଉଥାଏ l ପୁଣି ଊଆଁସ ରାତି ସାଙ୍ଗକୁ ମେଘ ଅନ୍ଧାର l କିଛି ଦିଶୁ ନ ଥାଏ l ଏତିକି ବେଳେ ବିରାଡିଟି ତାଙ୍କ ପାଦ ପାଖକୁ ଲାଗି ଆସି ସେ ଦୁ8ଖ ଜଣାଇବା ଭଙ୍ଗୀରେ ଆରମ୍ଭ କରିଦେଲା – ମ୍ୟାଉଁ ମ୍ୟାଉଁ ....l ବୁଢୀଙ୍କ ପାଦ ଦୁଇଟି ଛନ୍ଦିହୋଇ ବିରାଡି ଲାଞ୍ଜ ଉପରେ ପଡିଗଲା l ବିରାଡି କି ଆଉ ଛାଡ଼େ ! ସେ ପାଲଟା ଆକ୍ରମଣ କରିଦେଲା l ବୁଢୀ ଆଉ ଯାଆନ୍ତି କୁଆଡ଼େ ? ଦୁଲ୍ କିନା ତଳେ ପଡିଗଲେ l ସେ ଯେଉଁ ହାଣ୍ଡିଟି ଧରିଥିଲେ ତାହା ମାଟିହାଣ୍ଡି ଥିଲା l ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଗଲା l

ଶବ୍ଦ ଶୁଣି ବୋହୁ ଧଡକିନା ଉଠିପଡି ଟର୍ଚ ଜାଳିଲା l ଦେଖିଲା ଶାଶୁ ବିଛଣାରେ ନାହାଁନ୍ତି l ସେ ଘରୁ ବାହାରକୁ ଆସିଲା l ଟର୍ଚ ଆଲୁଅ ଶାଶୁଙ୍କ ଉପରେ ପଡିଲା l ବାସ୍ ସେତିକି ! ଶାଶୁଙ୍କୁ ଆଉ ସମ୍ଭାଳେ କିଏ ? ସେ ବୋହୁର ବାପ ଗୋସବାପ ଠାରୁ ଆରମ୍ଭ କରି ତା’ ଚଉଦପୁରୁଷଙ୍କୁ ଶ୍ରାଦ୍ଧ ବାଢିବାକୁ ଲାଗିଲେ l ବୋହୁ ଧୀର ଗଳାରେ କ’ଣ ହେଲା ବୋଲି ପଚାରି ଦେଲା l ଶାଶୁ ଏତିକି ଶୁଣିବା ମାତ୍ରେ ବଡ ପାଟିରେ କମ୍ପେଇଲେ – ‘’ଏଇଟା କି ଯୁଗ ହେଲାଲୋ ମୋ ‘ ! ଆଜିକାଲିର ଏ ବୋହୁକୁ ଦେଖ l ନିଜେ ଖାଇଦେଇ ଶୋଇ ପଡ଼ୁଛନ୍ତି l ଶାଶୁ ବୁଢୀଟା ମଲା କି ଗଲା ପଚାରୁ ନାହାନ୍ତି ! ଆମେ କ’ଣ ବୋହୁ ହୋଇ ନଥିଲୁ ନା ଶାଶୁଶଶୁରଙ୍କ ସେବା କରୁ ନ ଥିଲୁ !’’ ଏମିତି ଆହୁରି କେତେ କ’ଣ କହିଲେ l ଶେଷକୁ କହିଲେ,… ‘’ ନା, ଆଉ ନୁହେଁ !’’ ଗାରୁ ଗାରୁ ହୋଇ ଲଣ୍ଠନ ଲଗାଇଲେ l

ବୋହୁ ଏ ସବୁ ଦେଖି ତାଟକା l ସେ ପଥର ପାଲଟି ଗଲାଣି l ଶାଶୁ ଲଣ୍ଠନଟି ଧରି ତମ ତମ ହୋଇ ଦୁମ୍ ଦୁମ୍ ବାହାରି ଆସିଲେ l ପାଟିକରି କହିଲେ, ‘’ ଏ ଜୀବନ ଆଉ ରଖିବି ନାହିଁ ଲୋ ମାଆ ! ନଈକୁ ଡେଇଁପଡି ଜୀବନ ଦେବି ଲୋ ମାଆ ! ବୋହୁ ଜାଳାରେ ଘରେ ରହି ପାରିବି ନାହିଁ ଲୋ ମାଆ ...l ‘’ ଏମିତି କହି କହି ଚାଲିଥା’ନ୍ତି l ବୋହୁକୁ କିଛି ବୁଦ୍ଧିବାଟ ଦେଖାଗଲାନି l ପାଖ ପଡୋଶୀ ଘରକୁ ଦୌଡିଗଲା l ତାଙ୍କ ସାନଝିଅ ସାଗରୀ ଉଠି କବାଟ ଖୋଲିଲା l ତା’ ପଛେ ପଛେ ଅନ୍ୟମାନେ ଉଠି ଆସିଲେ l ବୋହୁ ଠାରୁ ସବୁକଥା ଶୁଣି ସାଗରୀ ଆଗରେ ଦୌଡିଲା l

‘’ ଆଲୋ ହେ ବୁଢୀମା ! ତୁ ଏତେ ରାତିରେ ଲଣ୍ଠନଟା ନେଇ କୁଆଡ଼େ ଯାଉଚୁ ?’’ ..... ସାଗରୀ ପଚାରିଲା l ବୁଢୀ ମୁହଁ ଛିଞ୍ଚାଡି କହିଲା ... ‘’ ବୁଡି ମରିବାକୁ ଯାଉଛି l ‘’

ସାଗରୀ.... ତୁ ତ ବୁଡିମରିବୁ, ସାଙ୍ଗରେ ଏ ଲଣ୍ଠନଟା କାହିଁକି ନେଉଛୁ ? ବୁଢୀ-କିଲୋ ! ଏଇଟା ପରା ଅନ୍ଧାର ରାତି l ପୁଣି ବରଷା ବତାସି ହୋଇଛି l ସାପ କି ବେଙ୍ଗ ଯାଉଥିବେ l ତାଙ୍କ ଉପରେ ଯଦି ପାଦ ପଡିଯାଏ l

ସାଗରୀ- ପଡିଗଲେ ଅସୁବିଧା କ’ଣ ? ବୁଢୀ- ସାପ କାମୁଡିଲେ ମରି ଜିବନି l

ସାଗରୀ- ଓଃ, ବୁଝିଗଲି l ତୁ ପରା ବୁଡି ମରିବୁ l ସାପ କାମୁଡାରେ ନୁହେଁ l

ବୁଢୀ- ତୋ’ ମୁଣ୍ଡ ଗଣ୍ଡି ବୁଝିଲୁ l

ବୁଢୀ ତମ ତମ ହୋଇ ଘରକୁ ଫେରି ଆସିଲେ l ପଛେ ପଛେ ବୋହୁ ଯାଇ କବାଟ ବନ୍ଦ କଲା l ଆଜା ଏତିକି କହିସାରି ମଜା କରିବାକୁ ମାମୁନିକୁ ପଚାରିଲେ- ଶାଶୁ କାହିଁକି ବୋହୁକୁ ଗାଳି ଦେଲେ କହିଲୁ ? ମାମୁନି ଆଁଟାଏ କରି ଅନେଇଥାଏ l ତା’ ସାନ ଭାଇ ଶିବା ତାକୁ ହଲାଇ ଦେଇ କହିଲା- କ’ଣ କିଛି ବୁଝି ପାରିଲୁଣି କି ? ମାମୁନି ତରବରରେ କହି ପକାଇଲା- ସବୁ ବୁଝିଛି l

ଶିବା କହିଲା, କ’ଣ ଛେନା ଗୁଡଟେ ବୁଝିଛୁ କହୁନୁ l ମାମୁନି କହିଲା –ଛେନାଗୁଡ଼ ନୁହେଁ, ତୋ’ ମୁଣ୍ଡ ଗଣ୍ଡି l ସବୁପିଲା ଏକାଥରେ ହସି ଉଠିଲେ l

ସଞ୍ଜବେଳ ନାତୁଣୀ ଶାଶୁ

Rate the content


Originality
Flow
Language
Cover design

Comments

Post

Some text some message..