Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡିଆ ଶିଶୁ ଗପ

Children

2  

ଓଡିଆ ଶିଶୁ ଗପ

Children

ମୁର୍ଖ ପଣ୍ଡିତ କଥା - ୨

ମୁର୍ଖ ପଣ୍ଡିତ କଥା - ୨

3 mins
7.5K


ଠକର ଏକଥା ଶୁଣି ବ୍ରାହ୍ମଣ ଖୁବ୍ ରାଗିଗଲା । ଆରେ ମୂର୍ଖତୋର ସେଇଟା ଆଖି ନା ଗାଡ଼ିଆ । ଆରେ ମୁଁ ବର୍ଣ୍ଣ ଶ୍ରେଷ୍ଠ ବ୍ରାହ୍ମଣ । ମୁଁ କୁକୁରଟାକୁ କାନ୍ଧରେ ପକାଇ ଯିବା କଥା ତୋର ସେହି ମୂର୍ଖ ଆଖିକୁ ଦେଖାଗଲା ।

ଠକ କହିଲା – ଆହେ ଗୋସେଇଁ ମାପୁରୁ । ଆପଣ ତ ବେଶ୍ ଚିତା କାଟିଛନ୍ତି । ନିଜ ମଣିଷଟିଏ ପରି ଦିଶୁଛନ୍ତି । ଆପଣମାନେ ବେଦଜ୍ଞ ବ୍ରାହ୍ମଣ ସହିବାର ଶକ୍ତି ଆପଣଙ୍କ ଠାରେ ବେଶି । ସେଥିପାଇଁ ଆପଣ ସବୁ ଛୋଟ ଜାତି ଆପଣଙ୍କୁ ପଣ୍ଡିତ ଠାକୁର କହି ମାନିଆ ଦେଉଛୁ । ଆପଣ କ’ଣ ମୋର ଶତ୍ରୁ ଯେ ମୁଁ ଆପଣଙ୍କୁ ଛେଳିକୁ କୁକୁର କହୁଛି । ଯାହା ସତ୍ୟ ତାହା ତ କହିଲି ଏଥିରେ ମୋତେ କ୍ଷମା କରିଦେବେ ଆଉ ଏଇଟା ଯଦି ସତରେ କୁକୁର ହୋଇନଥିବ ତୁମେ ଗାଁରେ ପହଞ୍ଚିଲେ ଲୋକେ ପୁଣି କ’ଣ କହିବେ ସେତ ବେଳେ ମୋ କଥା ମନେ ପକାଇବ ।

ଏହି କହି ଠକ ସେହିଠାରେ ରହିଗଲା । ବ୍ରାହ୍ମଣଙ୍କର ମନ ମଧ୍ୟରେ ଏଥର ସନ୍ଦେହ ଆସିଲା । ସତରେ କ’ଣ ଯେଜେମାନ ମୋତେ ଠକାଇ ଦେଲା । ଯଦି ଏଇଟା ଛେଳି ନ ହୋଇ କୁକୁର ହୋଇଥାଏ ତାହାହେଲେ ଯେଜମାନଙ୍କୁ ବ୍ରହ୍ମଶାପ୍ୟ ଲାଗିବ । ଏହାପରେ ବ୍ରାହ୍ମଣ ପୁଣି ନିଜ ମାର୍ଗରେ ଗମନ କରିବାକୁ ଲାଗିଲେ ।

ନିଜ ଗ୍ରାମରେ ପହଞ୍ଚିବାକୁ ଅଳ୍ପ ରାସ୍ତା ଅଛି । ତୃତୀୟ ଠକଟି ପଣ୍ଡିତଙ୍କୁ ପଥରେ ଦେଖି ଓଳଗି ହୋଇ ହସ ହସ ହୋଇ କହିଲା – ହେ ପଣ୍ଡିତ ଆପଣଙ୍କର ଆଜି ବହୁତ ଭାଗ୍ୟ ନା, ଆଜି ରୋଜଗାରଟା ଭଲ ହୋଇଛି । ଗଣ୍ଠିଲି ତ ପୁରା ଓଜନ ଅଛି ।

ଠକ କଥା ଶୁଣି ବ୍ରାହ୍ମଣଙ୍କର ମନରେ ଆନନ୍ଦ ଆସିଲା । ସେ ଖୁସି ହୋଇ ହସି ଦେଇ କହିଲେ – ହଁରେ ପୁଅ । ଆଜି ଅନୁକୁଳଟା ଭଲ ଥିଲା । ଯେଜେମାନଟି ମୋର ମନର ମଣିଷଟିଏ । ମନ ଭରି ଭୋଜନ । ମନ ଭରି ଦକ୍ଷିଣା ଦେବା ସହିତ କହିଲା ଗୋସେଇଁ ମହାପ୍ରଭୁ ମୋର ଗୋଟାଏ ମାନସିକ ଥିଲା । ଆଜି ଏଇ ଛେଳିଟିକୁ ଆପଣଙ୍କୁ ଦାନ ଦେଇ ମାନସିକରୁ ମୁକ୍ତି ପାଇବି ।

ବ୍ରାହ୍ମଣ ମୁଖରୁ ଆନନ୍ଦର କଥାଟି ଶୁଣି ପକାଇ ଠକ କହିଲା ତମ ଯେଜେମାନଟା କେଡ଼େ ଠକ ଦେଖିଲ । ଶଳା ଠକେଇବାକୁ ଆଉ କାହାକୁ ପାଇଲା ନାହିଁ । କିରେ ଚାରିବର୍ଣ୍ଣରେ ଶ୍ରେଷ୍ଠ ବ୍ରାହ୍ମଣ । ଆମ ଛତିଶ ପାଟକରେ ବ୍ରାହ୍ମଣଙ୍କୁ ଦେବତା ମାନି ପୂଜା କରନ୍ତି । ସେ ପୁଣି ନିଜର କୂଳ ପୁରୋହିତ । ତାଙ୍କୁ ପୁଣି ଠକେଇ ଦେଲା । କି ହୋ ଗୋସାଇଁ ତୁମ ଯେଜମାନନା ମୋଚି କିହୋ । ଜାଣି ଜାଣି ଡାକି ହାକି ତୁମର ଅଭିଶାପ ନେଉଛି । କିହୋ ଗୋସେଇଁ କ’ଣ ତୁମକୁ ଏତେ ଛୋଟ ହୋଇ ମାଗୁଥିଲେ ଯେ ତୁମେ ତାଙ୍କୁ ଛେଳିକହି କାଳିଆ କୁକୁରଟାକୁ ଦାନ କରିଛ। ଛି ଛି ଆଜିକାଲି ଦୁନିଆରୁ ଧର୍ମ ଛାଡ଼ିଗଲା ଗୋସେଇଁ ।

ତୃତୀୟ ଠକର କଥା ଶୁଣି ବ୍ରାହ୍ମଣ ବିସ୍ମୟ ହୋଇଗଲା । ବାଟରେ ତ ଗୋଟିଏ କଥା ତିନିଜଣ କହିଲେଣି । ପୁଣି ଗ୍ରାମରେ ପହଞ୍ଚିଗଲେ କିଏ ବା କ’ଣ ମୋତେ ନ କହିବ । ଛି ଛି ଛି ୟେ ମୋ ଯେଜମାନନା ମୋର ଶତ୍ରୁ । ନିଜର କୂଳ ପରୋହିତ ସାଥିରେ ଅଧର୍ମର ବିଚାର କଲା । ଆରେ ତୋର କୂଳରେ କେହି ରହିବେନି? ଏହା କହି ଛେଳିଟାକୁ କାନ୍ଧରୁ ଓହ୍ଲାଇ ଫିଙ୍ଗିଦେଲେ ।

ଠକ କହିଲେ – ସତରେ ଦୁନିଆଁରେ ପୁଣି ଇମିତି ଠକ ଥାଆନ୍ତି ନିଜର କୂଳ ପରୋହିତ! ତାଙ୍କୁ ପୁଣି ଠକିଦେଇଛି। ସତରେ ବ୍ରାହ୍ମଣମାନଙ୍କର ଅଭିଶାପ ଏ କଳି ଯୁଗରେ ତ ସଙ୍ଗେ ସଙ୍ଗେ ଫଳିବ । କୂଳ ପରୋହିତଙ୍କ କାନ୍ଧରେ ତୁମେ କୁକୁରଟାକୁ ବୁହାଇଲ । ଏହା କହି ଠକ ଓଳଗିଟିଏ ହୋଇ ଛେଳିର ଦୌଡ଼ି ଯାଉଥିବା ରାସ୍ତାକୁ ଚାହିଁଥାଏ । ଏଥର ବ୍ରାହ୍ମଣଙ୍କର କାନ୍ଧ ହାଲୁକା ହୋଇଗଲା ସିନା ହେଲେ ମନଟା ରାଗ କ୍ରୋଧରେ ପୁରିଗଲା । ସେହିକଥା ଭାବି ଭାବି ବ୍ରାହ୍ମଣ ପୁଣି ନିଜ ମାର୍ଗରେ ଚାଲିଲେ । ଏହାପରେ ଛେଳିଟିକୁ ଗୋଡ଼େଇ ଗୋଡ଼େଇ ତିନି ଠକ ଆନନ୍ଦରେ ଚାଲିଗଲେ । କଥାରେ କହନ୍ତି ତିନି ତୁଣ୍ଡରେ ଛେଳି କୁକୁର, ତିନି ଠକ ତାହା ପ୍ରମାଣ କରିଦେଲେ ।


Rate this content
Log in

Similar oriya story from Children