Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Srinibas Mahalik

Inspirational Abstract

2  

Srinibas Mahalik

Inspirational Abstract

ସୌମ୍ୟର କାହାଣୀ

ସୌମ୍ୟର କାହାଣୀ

3 mins
7.5K


ଗ୍ରାଜୁଏସନ୍ ଶେଷ ହେବାର ଦେଢ ମାସ ପରେ ସୌମ୍ୟର ବାପା ଚାଲିଗଲେ, ଘରେ ରୋଜଗାର କରିବାକୁ କେହିନାହାନ୍ତି । ଦୁଇ ଦୁଇଟି ଭଉଣୀଙ୍କ ପାଠ ପଢା, ରୋଗୀ ମାଆର ଔଷଧ ଖର୍ଚ୍ଚ ଆଉ ସୌମ୍ୟ ନିଜେ ବି କିଭଳି ପାଠ ପଢିବ ଏସବୁ କଥାକୁ ଭାବି ଭାବି ସେ ଚିନ୍ତାଗ୍ରସ୍ତ ହୋଇପଡୁଥାଏ । ଘର ଚଳେଇବାକୁ ହେଲେ ଚାକିରୀ ନିହାତି ଆବଶ୍ୟକ । ଅନ୍ୟ କୌଣସି କାମ ଧନ୍ଦା କଲେ ତାହା ହୋଇପାରିବନାହିଁ । ଏମିତିରେ ବି ସେ ଜାଣିଥିଲା ଯେ ଗ୍ରାଜୁଏସନ୍ କରି କୌଣସି ଭଲ ଚାକିରୀ ଶୀଘ୍ର ମିଳିପାରିବନି, ତେଣୁ ସେ ସ୍ଥିର କଲା ଏମ୍. ବି.ଏ ପଢିବ, ଯେଉଁଥିରେ ସରକାରୀ କିମ୍ବା ବେସରକାରୀ ଚାକିରୀଟିଏ ଶୀଘ୍ର ମିଳିଯିବ ।

ଏମ୍.ବି.ଏ କରିବାକୁ ହେଲେ ବହୁତ ଟଙ୍କା ଦରକାର ହେବ, ତାଙ୍କର ବି ସେତେ ଜମିବାଡ଼ି ନଥିଲା ଯାହାକୁ ବନ୍ଧକ ରଖି କିଛି ଟଙ୍କା ଆଣିହେବ, ତେଣୁ ସେ ଚିନ୍ତାରେ ପଡିଲା । ସୌମ୍ୟ ବାପାଙ୍କ ସାଙ୍ଗ ଜଣେ ସ୍କୁଲ ଶିକ୍ଷକ ଥିଲେ, ତାଙ୍କୁ ଅର୍ଥ ସାହାଯ୍ୟ ମାଗିବାକୁ ସୌମ୍ୟ ତାଙ୍କ ଘରକୁ ଗଲା । ହେଲେ ସେ ଟଙ୍କା ଦେବାକୁ ମନା କରିଦେଲେ କାରଣ ସେ କିଛି ମାସ ତଳେ ତାଙ୍କ ଝିଅକୁ ବିବାହ କରିଥିଲେ, ଯେଉଁଥିରେ ଅନେକ ଟଙ୍କା ଖର୍ଚ୍ଚ ହୋଇଯାଇଥିଲା । କିନ୍ତୁ ସେ ଟଙ୍କା ଆସିବାର ଉପାୟ ସୌମ୍ୟକୁ କହିଦେଲେ । ସେ କହିଲେ ଯେ, ଆଜିକାଲି ଛାତ୍ରଛାତ୍ରୀମାନଙ୍କ ଉଚ୍ଚ ଶିକ୍ଷା ପାଇଁ ସରକାର ପ୍ରତ୍ୟେକ ବ୍ୟାଙ୍କରେ ଛାତ୍ର ଋଣର ସୁବିଧା କରିଛି, ସେଠାକୁ ଯାଇ ଚେଷ୍ଟା କର ଟଙ୍କା ମିଳିଯିବ । ତା'ପର ଦିନ ସକାଳୁ ସୌମ୍ୟ ବ୍ୟାଙ୍କକୁ ଯାଇ ମ୍ୟାନେଜରଙ୍କ ସହ କଥା ହେଲା ହେଲେ ବ୍ୟାଙ୍କ ମ୍ୟାନେଜର କୌଣସି କାରଣରୁ ଋଣ ଦେବାକୁ ମନା କରିଦେଲେ । ହେଲେ ସୌମ୍ୟର ମନ ବୁଝିଲାନି, ମ୍ୟାନେଜରଙ୍କୁ ନେହୁରା ହେଲା ଋଣ ଦେବାପାଇଁ ହେଲେ ସେ ଋଣ ଦେଲେନାହିଁ । ତଥାପି ସୌମ୍ୟର ମନରେ ସବୁବେଳେ ଗୋଟେ ଆଶା ଥିଲା ଯେ ବ୍ୟାଙ୍କ ମ୍ୟାନେଜର ବାବୁ ଆଜି ମୋତେ ଛାତ୍ର ଋଣ ଦେଇଦେବେ, ତେଣୁ ସେ ପ୍ରତ୍ୟେକ ଦିନ ବ୍ୟାଙ୍କକୁ ଯାଏ ଏବଂ ଧାରଣା ଦେବା ଭଳି ବ୍ୟାଙ୍କ ଫାଟକ ପାଖରେ ବସେ । ଏମିତି ବ୍ୟାଙ୍କକୁ ଧାଇଁ ଧାଇଁ ତିନି ମାସ ବିତିଗଲା । କିଛି କିଛି ସୌମ୍ୟକୁ ଦେଖି କହିଲେ ବିଚରା ପିଲାଟା ପାଗଳ ହୋଇଗଲା ଆଉ କେହି କେହି ମଧ୍ୟ କହିଲେ ଏ ପିଲାଟି ବୋଧେ ବ୍ୟାଙ୍କର ସୁରକ୍ଷାକର୍ମୀ ଅଛି । ବ୍ୟାଙ୍କ ମ୍ୟାନେଜର ବାବୁ ସୌମ୍ୟକୁ ଦେଖି ଆଉ ସହି ପାରିଲେନି । ତେଣୁ ପିଅନ ଦ୍ଵାରା ସୌମ୍ୟକୁ ଡାକି କହିଲେ ମୁଁ ଜୀବନ କାଳରେ ଋଣ ପାଇଁ ଏତେ ନେହୁରା ହେବାର କାହାକୁ ଦେଖିନଥିଲି । ତୁ ହିଁ ଏକା ପ୍ରଥମ । ଆଉ ଦଶ ଦିନ ପରେ ମୋର ଅବସର ହୋଇଯିବ ତେଣୁ ଆଜି ମୁଁ ତୋ ପାଇଁ ଦେଢ଼ ଲକ୍ଷ ଟଙ୍କାର ଛାତ୍ର ଋଣ କରି ପ୍ରଥମ ଓ ଶେଷ ଥର ପାଇଁ ଗୋଟେ ବହୁତ ବଡ଼ ରିସ୍କ ନେଉଛି । ତୁ ଯଦି ପରିଶୋଧ କରିପାରିବୁ ଭଲ ନହେଲେ ଦେଢ଼ ଲକ୍ଷ ଟଙ୍କା ବ୍ୟାଙ୍କବାଲା ମୋ ଖାତାରୁ ନେଇଯିବ । ଦେଢ଼ ଲକ୍ଷ ଟଙ୍କାର ଚେକ୍ ଆଣି ଏମ୍. ବି. ଏ କଲେଜରେ ନାମ ଲେଖି ଭଲ ଭାବରେ ମନ ଧ୍ୟାନ ଦେଇ ପଢିଲା ଏବଂ ଏମ୍.ବି. ଏ ପାଠ ଶେଷ ହେବା ପୂର୍ବରୁ ସେ ଗୋଟେ ଭଲ ବେସରକାରୀ କମ୍ପାନୀରେ ଚାକିରୀ ପାଇଗଲା । ଯାହାର ମାସକୁ ଦରମା ଚାଳିଶି ହଜାର ଟଙ୍କା ଥିଲା । ଚାକିରୀ କରିବାର କିଛି ଦିନ ପରେ ସେହି ବ୍ୟାଙ୍କକୁ ଯାଇ ସେହି ମ୍ୟାନେଜର ବାବୁଙ୍କ ଠିକଣା ଆଣି ତାଙ୍କ ଘରକୁ ଗଲା । ମ୍ୟାନେଜରଙ୍କ ଘରେ ମ୍ୟାନେଜର ବାବୁଙ୍କୁ ଦେଖି ତାଙ୍କ ଗୋଡ଼ ତଳେ ପଡ଼ିଗଲା ଓ କାନ୍ଦି କାନ୍ଦି କହିଲା, ମୁଁ ଆପଣଙ୍କ ପାଇଁ ଗୋଟେ ନୂଆ ଜୀବନ ପାଇଛି । ସୌମ୍ୟକୁ ଦେଖି ମ୍ୟାନେଜର ବାବୁଙ୍କ ଆଖିରୁ ମଧ୍ୟ ଲୁହଗଡ଼ିଗଲା । ସୌମ୍ୟ ତା ଜୀବନରେ ଦୁଇ ଜଣଙ୍କ ପାଖରେ ଚିର ଋଣୀ ହୋଇରହିଲା, ସେମାନେ ହେଉଛନ୍ତି ପରାମର୍ଶ ଦେଇଥିବା ତା ବାପାଙ୍କ ସାଙ୍ଗ ସ୍କୁଲ ଶିକ୍ଷକ ଓ ପାଠ ପାଇଁ ଋଣ ଦେଇଥିବା ବ୍ୟାଙ୍କ ମ୍ୟାନେଜର ।।


Rate this content
Log in

Similar oriya story from Inspirational