ଗଳ୍ପ ଜୀବନର
ଗଳ୍ପ ଜୀବନର
ଗୋଟେ ଲୋକ ମରିଗଲା । ଯେତେବେଳେ ସେ ଜାଣିଲା ମରିଯାଇଛି, ଦେଖିଲା ଭଗବାନ ତା ପାଖକୁ ଆସୁଛନ୍ତି ଓ ତାଙ୍କ ହାତରେ ଏକ ସୁଟକେସ୍ ଅଛି । ଭଗବାନ କହିଲେ ପୁତ୍ର ଏବେ ଚାଲ, ତୁମ ସମୟ ଶେଷ ହୋଇଯାଇଛି । ଲୋକଟି କହିଲା ଏତେ ଶିଘ୍ର କାହିଁକି ? ମୋର ଆହୁୁରି ଅନେକ କାମ ବାକି ଅଛି । କ୍ଷମା କରନ୍ତୁ ପ୍ରଭୁ ଏବେ ମୋର ଯିବା ସମୟ ହୋଇନାହିଁ କିନ୍ତୁ ଅପଣଙ୍କ ହାତରେ ଥିବା ସୁଟକେସ୍ ରେ କଣ ଅଛି ? ଭଗବାନ କହିଲେ ଏଥିରେ ତୁମ ଜିନିଷ ଅଛି ।
ମାନେ ମୋ ଜିନିଷ ?
ମୋ ଧନ ରତ୍ନ ଓ ମୋ କପଡା ।
ଭଗବାନ ଉତ୍ତର ଦେଇ କହିଲେ ଏହା ତ ତୁମର ନଥିଲା । ଏହା ପୃଥିବିରେ ଆବଶ୍ୟକ କରୁଥିବା ଲଜ୍ଜ୍ୟା ଲୁଚାଇବା ପାଇଁ ପୃଥିବି ସମ୍ଭୋଧିତ ବସ୍ତୁ ।
ଲୋକଟି କହିଲା ମୋ ସ୍ମୃତି ?
ଭଗବାନ କହିଲେ ଏହା ତ କେବେ ତୁମର ନଥିଲା । ସେସବୁ ସମୟର ଖେଳ ।
ଲୋକଟି କହିଲା ମୋ ଜ୍ଞ୍ୟାନ ଓ ମୋ ବୁଦ୍ଧି ?
ଭଗବାନ କହିଲେ ଏହା ତୁମର କେବେ ନଥିଲା । ଏହା ସମୟ ଚକ୍ରରେ ସୃଷ୍ଟି ହୋଇଥିବା ପରିସ୍ଥିତି ର ।
ହୋଇପାରେ ମୋ ପରିବାର ଲୋକ ଓ ମୋ ସାଙ୍ଗ ସାଥି ?
ଭଗବାନ କହିଲେ ସେମାନେ ଜୀବନ ପଥରେ ଜଣେ ଜଣେ ବାଟୋଇ । ସେମାନେ ତୁମ ନିଜର କେହି ନୁହନ୍ତି ।
ନଚେତ୍ ମୋ ଶରିର ହୋଇଥିବ ?
ଭଗବାନ କହିଲେ ସେ ବି ତୁମର ନଥିଲା । ଏହା ମାଟିରେ ତିଆରି ହୋଇଥିଲା ଓ ମାଟିରେ ମିଶିଗଲା ।
କଣ ଏହା ମୋର ଆତ୍ମା ହୋଇପାରେ ?
ଭଗବାନ କହିଲେ ଆତ୍ମା ତ ମୋର ଥିଲା ଓ ମୋ ସହିତ ଲୀନ ହୋଇଗଲା ।
ଏବେ ଲୋକଟି ବହୁତ ଡରିଗଲା ଓ ଭଗବାନଙ୍କ ହାତରୁ ସୁଟକେସ୍ ନେଇ ଖୋଲିଲା । ସେ ଦେଖିଲା ସେଥିରେ କିଛି ନାହିଁ । ଲୋକଟି ଆଖିରୁ ଲୁହ ଧାର ଧାର ଗଡୁଥିଲା ଓ ଭଗବାନଙ୍କୁ ପଚାରିଲା ମୋ ପାଖରେ କଣ କେବେ କିଛି ନଥିଲା ?
ଭଗବାନ କହିଲେ ଏହା ତ୍ରିବାର ସତ୍ୟ । ତୁମେ ଜୀବନ କାଳରେ ଯେତିକି ସମୟ ପାଇଛ, କେବଳ ସେତିକି ତୁମର ଥିଲା । ବେଙ୍ଗ କହେ ବେଙ୍ଗୁଲି ଲୋ ପୃଥିବି କ୍ଷଣକ୍ଷଣକେ ଆନ । ସେଥିପାଇଁ ଯେତିକି ସମୟ ଆମକୁ ମିଳିଛି, କେବଳ ସେତିକି ମୂଲ୍ୟବାନ । ତେଣୁ ସବୁ ସମୟକୁ ସଠିକ୍ ପଥରେ ଉପଯୋଗ କରିବା ଉଚିତ୍ । ଏପରି କର୍ମ କର ଯେ ତୁମକୁ ଆଉ ଗୋଟେ ଜନ୍ମ ମିଳୁ । ସବୁ ସମୟ ଖୁସିରେ ରହିବା ଉଚିତ୍ । ଯେଉଁ ବସ୍ତୁ ହେଉ କି ଜିନିଷ ପାଇଁ ଆମେ ରକ୍ତର ନଦୀ ବହିବା ପାଇଁ ପଛାଉନାହାନ୍ତି, ତାକୁ କେବେ ଆମେ ସାଥିରେ ନେଇ ପାରିବା ନାହିଁ । ଜୟ ଜଗନ୍ନାଥ ।।।