Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sabitri Mohapatra

Drama Horror Thriller

4  

Sabitri Mohapatra

Drama Horror Thriller

ଅଶରୀରୀ

ଅଶରୀରୀ

5 mins
518


ଆଂନ୍ଦିଆ ବାପା ଆଉ ହରି ଅଜା ନାମରେ ସେମାନ ଦିଜଣ ନାମିତ । ଗାଁ ଯାକର ଲୋକ ଛୋଟରୁ ବଡ ଯାଏଁ ସମସ୍ତେ ତାଙ୍କୁ ଏହି ନାମରେ ଡାକଂତି । ଗାଁ ଯାକରେ ସବୁଠୁ ବୟୋଜ୍ୟେଷ୍ଠ ଲୋକ ବୋଲି ବୋଧେ ସମସ୍ତେ ସେମାନଙ୍କୁ ଏହି ନାମର ହିଁ ଡାକଂତି। ସେମାନଙ୍କର ପ୍ରକୃତ ନାମ ହେଲା ଆନଂଦ ଚଂଦ୍ର ମିଶ୍ର ଓ ହରିହର ରଥ । ସେମାନେ ବେଶ୍ ପରିଣତ ବୟସରେ ପହଞ୍ଚି ସାରିଲେଣି। ତଥାପି ତାଙ୍କର କର୍ମ କରିବାର କ୍ଷମତାରୁ ଓହରି ନାହାଁନ୍ତି ଦିନେ । ଆଗ ଠାରୁ ଟିକେ ଅବଶ ହୋଇ ପଡିଲେଣି ସତ, ହେଲେ ତାଙ୍କର କାମ ସେ କରିଚାଲିଥାଂତି । ସେମନଙ୍କର ଦୁଇଟି ଦୋକାନ ଦୁଇଜଣଙ୍କର ବାରଙ୍ଗ ବଜାରରେ ଥିଲା ।ଦୋକାନ ବୋଇଲେ ଦୁଇଟି ଚାଳିଆ ଘର, ଚାରିପଟୁ ମାଟିକାଂଥ ଓ ବାଉଁଶରେ ଘେରା ହୋଇଛି ।ଛୋଟିଆ ଛୋଟିଆ ତାଟିର କବାଟ ଦିଟା ଲାଗିଛି ।ଗୋଟିକରେ ଆନ୍ଦିଆ ବାପା ବରା ଆଉ ଗୁଗୁନି କରି ବିକଂତି। ଆଉ ଆରଟିରେ ହରି ଅଜା ଚକୁଳି ଡାଲମା କରି ବିକଂତି ।ବହୁତ ଦିନର ଘଟଣା। ସେତେବେଳେ ଜଳଖିଆ ବୋଇଲେ ସେଇଆ ହିଁ ଚଳୁଥିଲା ।ସେମାନେ ଦୁଇଜଣ ସାଙ୍ଗ ହୋଇ କଂଟୁଣିଆ ଗାଁ ରୁ ଯାଇ ସେହି ବାରଂଗ ବଜାରରେ ଜଳଖିଆ ଦୋକାନ କରି ଜଳଖିଆ ବିକ୍ରି କରୁଥିଲେ ।ରାତି ନପାହୁଣୁ ସେମାନେ ତାଙ୍କର ଯାତ୍ରା ଆରମ୍ଭ କରୁଥିଲେ ଓ ସେଠାରେ ପହଞ୍ଚୁ ପହଞ୍ଚୁ ପ୍ରାୟ ସକାଳ ହୋଇ ଯାଉଥିଲା। ତାପରେ ତାଙ୍କର ତାଟିକବାଟ ଖୋଲି ଜଳଖିଆ କରିବାର ପର୍ବ ଆରମ୍ଭ କରୁଥିଲେ ।

ଘରୁ ସବୁ ରେଡି କରି ନେଇକି ଯାଉଥିଲେ । ସେଠାରେ ସକାଳ ଆଠଟା ବେଳକୁ ,ସବୁ ଜଳଖିଆ ପ୍ରାୟ ରେଡି ହୋଇ ଯାଇଥାଏ। ସବୁ ଲୋକମାନେ ଷ୍ଟେସନ କୁ ଯିବା ବାଟରେ ସେଠାରେ ଟିକେ ଜଳଖିଆ ଖାଇକି ଯାଆନ୍ତି।କିଏ ଟ୍ରେନ୍ ରେ ଚଢି ବାହାରକୁ ଚାକିରୀ ବା ବ୍ୟବସାୟ କରିବାକୁ ଯାଆନ୍ତି, ଆଉ କେତେକ ସେହି ବାରଂଗ ବଜାର ବା ବାରଂଗ କାରଖାନା କୁ କାମ କରିବାକୁ ଯାଆନ୍ତି । ଆଂଦିଆ ବାପା ଙ୍କ ବରା ଗୁଗୁନି ଆଉ ହରି ଅଜା ଙ୍କ ଚକୁଳି ଡାଲମା ଯାହା ପାଟିରେ ଥରେ ଲାଗିଛି,ସେ ସବୁଦିନ ପାଇଁ ମନେ ରଖିଛି ସେ ଜଳଖିଆ।କେତେଲୋକଙ୍କର ମଧ୍ୟ ସେଠାରେ ବସି ଜଳଖିଆ ଖାଇବା ନିତି ଦିନିଆ ଅଭ୍ୟାସ ।

ପ୍ରାୟ ସକାଳ ଆଠଟାରୁ ଜଳଖିଆ ଖାଇବା ଆରମ୍ଭ ହୋଇ ଦିନ ଗୋଟାଏ ଯାଏଁ ଚାଲେ । ତାପରେ ସେମାନେ ସବୁ ସଫାସଫି କରି ନିଜ ନିଜ ଘରକୁ ଫେରିଯାଂତି ଓ ଘରେ ପହଞ୍ଚୁ ପହଞ୍ଚୁ ଦିନ ଦୁଇଟା କି ତିନିଟା ବାଜିଯାଏ । ଘରେ ନିଜର ମଧ୍ୟାହ୍ନ ଭୋଜନ ସାରି ଟିକିଏ ବିଶ୍ରାମ ନିଅନ୍ତି ।ପୁଣି ପାଂଚଟା ଛଅଟା ବେଳକୁ ଉଠି ତା ପରଦିନ ର କାମ ପାଇଁ ପ୍ରସ୍ତୁତ ହୋଇଯାଆନ୍ତି । ରାତିରେ ବେଶି ସମୟ ଚାହିଁବା ମଧ୍ୟ ତାଙ୍କର ଅଭ୍ୟାସ ନଥାଏ । ଗାଁ ଗହଳି କଥା,ରାତି ନଅଟା ମାନେ ବହୁତ୍ ବେଶି ।ସେମାନେ ଜଲ୍ଦି ଶୋଇ ସକାଳ ଚାରିଟାରେ ଉଠିଯାଂତି। ନିଜ ନିଜର ନିତ୍ୟକର୍ମ ସାରି ସକାଳ ପାଂଚଟାରେ ବାରଂଗ ବଜାରକୁ ଯିବାର ଆୟୋଜନ କରଂତି ।

ଦିନକର କଥା। ରାତିରେ ଜହ୍ନ ଆଲୁଅ ଟିକେ ଝାପ୍ସା ଜଣା ପଡୁଥିଲା। ବୋଧେ ମେଘ ଆଢୁଆଳ ରେ ଚନ୍ଦ୍ର ଦେବତା ଲୁଚି ଯାଇଥିଲେ । ଝାପ୍ସା ଝାପ୍ସା ଆଲୁଅ ଆଉ ଅନ୍ଧାର ମିଶା ଜଣାଯାଉଛି। ଏ ସମୟରେ ଆଂଦିଆ ବାପା ଙ୍କର ନିଦ ଭାଙ୍ଗି ଯାଇଛି । ସେ ଭାବିଲେ କଣ ସକାଳ ହୋଇଗଲା କି ? ଧଡପଡ ହୋଇ ନିଦକୁ ଛଡେଇ ଯାଇ ନିତ୍ୟକର୍ମ ସାରିଲେ । ତାଙ୍କୁ ଯେମିତି ଲାଗୁ ଥାଏ,ସକାଳ ହେଇ ହେଇ ଆସୁଛି । ଆଜି ବହୁତ ଡେରି ହୋଇଗଲାଣି, ବୋଧେ ବେଶି ସମୟ ଶୋଇପଡିଛି ବୋଲି ଭାବିଲେ। ଏଇଆ ଭାବି ସେ ତାଙ୍କର ଜିନିଷପତ୍ର ଧରି ତରତର ହୋଇ ବାରଂଗ ବଜାରକୁ ଯିବାକୁ ବାହାରି ପଡିଲେ ।

"ଆଜି କଣ ହରି ମୋତେ ଡାକିଲାନି କି ? ମୋତେ ନଡାକି ସେ ବୋଧେ ଆଗ ପଳେଇଛି । " ତାର ଆଜି ବିକ୍ରୀବଟା ବେଶି ପରିମାଣରେ ହବ । "ମୋର ତ ଏତେ ଡେରି ହେଲାଣି, ଲୋକମାନେ ସବୁ ନଖାଇ ଫେରିଯିବେ ।" ଆଉ ଏତେ ଡେରି ରେ ଯାଇ ସେ ଠିକ୍ ଭାବରେ ତିଆରି କରିପାରିବେନି ବୋଲି ଭାବିଲେ ।କିନ୍ତୁ ବାହାରକୁ ଆସି ବନ୍ଧ ଉପରକୁ ଉଠିଲା ବେଳକୁ ଦେଖେ ତ ତାଙ୍କ ଆଗେ ଆଗେ ହରି ଯାଉଛି ।ଏକ ବିରାଟ ବନ୍ଧ ଲମ୍ବି ଯାଇଛି ତାଙ୍କ ଗାଁ ରୁ ସିଧା ବାରଂଗ ବଜାର ଯାଏ । ବନ୍ଧ ଉପରେ ସିଧା ସିଧା ଚାଲିବାକୁ ହୁଏ ,ଆଉ କିଛି ଅସୁବିଧା ହୁଏନି।

ହରି ତ ଏବେ ଯାଉଛି,ତା ମାନେ ବେଶି ଡେରି ହୋଇନି। କିନ୍ତୁ ଆଂଦିଆ ବାପା ମନରେ ପ୍ରଶ୍ନ ଉଠିଲା---ଏ ହରି ଆଜି କାହିଁକି ମୋତେ ନଡାକି ଏକା ଏକା ଆଗ ଚାଲିଆସିଲା ? ସେ ହରିକୁ ଡାକି ପଚାରିଲେ, "ହଇରେ ହରି,ମୋତେ ଆଜି କାହିଁକି ନଡାକି ଆଗ ଆଗ ପଳେଇ ଆସିଲୁ ?"କିନ୍ତୁ କିଛି ଉତ୍ତର ଏପଟୁ ମିଳିଲାନି ,ଖାଲି ହୁଁ!ଯେତେ ଯାହା ପ୍ରଶ୍ନ କଲେ ଭି ସବୁର ଉତ୍ତର ଖାଲି ହୁଁ ଛଡା ଆଉ କିଛି ମିଳୁ ନଥାଏ । ଏ ହରି ର ଆଜି କଣ ହେଲା ? ଆଂଦିଆ ବାପା ତେଣୁ ଜୋରରେ ଜୋରରେ ଚାଲି ହରି ଅଜା ଙ୍କୁ ଅତିକ୍ରମ କରି ଆଗେଇ ଯିବେ ବୋଲି ଭାବିଲେ । ତେଣୁ ଟିକେ ଜୋରରେ ଚାଲିବା ଆରମ୍ଭ କରିଦେଲେ।


କିନ୍ତୁ ଯେତେ ଜୋରରେ ଚାଲିଲେ ବି ହରି କୁ ଅତିକ୍ରମ କରି ପାରୁନଥାଂତି । କଥା କଣ ? ସବୁଦିନ ଧିରେ ଧିରେ ଚାଲୁଥିବା ହରି ଆଜି କଣ ଏତେ ଜଲ୍ଦି ଜଲଦି ଚାଲୁଛି ? ଏଇ ଧିରେ ଧିରେ ଚାଲିବା ଯୋଗୁଁ ଆଂଦିଆ ବାପା ଙ୍କ ଠାରୁ କେତେଥର ଗାଳି ଶୁଣିବାକୁ ପଡିଛି ହରି ଅଜା ଙ୍କୁ ।ମାତ୍ର ଆଜି ଏ କି ପରିବର୍ତ୍ତନ ? କିଛି ବୁଝି ପାରିଲେନି ସେ। ଯେତେ ଜୋରରେ ଆଂଦିଆ ଅଜା ଚାଲିଲେ ବି ହରି ଅଜା ତାଙ୍କଠୁ ଖଣ୍ଡେ ଦୂରରେ ଚାଲୁଥାଂତି ।ଏମିତି ଚେଷ୍ଟାରେ ଚେଷ୍ଟାରେ ଆସି ଆଂଦିଆ ବାପା ପହଞ୍ଚିଗଲେ ବାରଂଗ ବଜାରର ତାଙ୍କ ଦୋକାନ ପାଖରେ ।ଓଃ ଏ ହରି ଟା ମୋତେ ଦଉଡେଇ ଦଉଡେଇ ହାଲିଆ କରି ଦେଇଛି ଆଜି....ଟିକେ ଥକା ମାରି ବସିପଡିଲେ ସେହି ଦୋକାନ ଆଗରେ ପଡିଥିବା ବେଂଚ ଉପରେ ।

ତାପରେ ଥକା ମାରିସାରି ଚାରିଆଡକୁ ଚାହିଁ ସାରି ହରି ହରି ଡାକ ପକେଇଲାବେଳକୁ ହରି ନାହିଁ । ତାଟିକବାଟ ଖୋଲି ଦୋକାନ ଭିତରେ ପଶିଲେ ।ଦେଖିଲା ବେଳକୁ ହରି କୁ ଆଉ କୋଉଠି ପାଇଲେନି । ହରି ଅଜା ଙ୍କ ଦୋକାନ ମଧ୍ୟ ଖୋଲା ହୋଇନି ।ଆରେ ଏ ହରି ଟା ଗଲା କୁଆଡେ ? ଭାବି ଆଶ୍ଚର୍ଯ୍ୟ ହୋଇଗଲେ ।କିଛି ନ ଭାବି ଆଂଦିଆ ବାପା ତାଙ୍କ କାମ ଆରମ୍ଭ କରିଦେଲେ । କାମ ପ୍ରାୟ ଅଧା ଅଧି ହେଲା ବେଳକୁ,ରାସ୍ତା ଆଡକୁ ଚାହିଁ ଦେଖଂତି ତ ହରି ସିଆଡୁ ଧଇଁସଇଁ ହୋଇ ଦୋକାନ ଆଡକୁ ଆସୁଛି । ଆହୁରି ଆଶ୍ଚର୍ଯ୍ୟ ହେବାକୁ ପଡିଲା ଯେ ଆଜି କାହିଁ ଲୋକଗହଳି କିଛି ନାହିଁ ?ଏତେବେଳକୁ ଲୋକମାନଙ୍କ ଗହଳି ପୁରା ଆରମ୍ଭ ହୋଇ ଯାଇଥାଏ।


ତାଙ୍କ କାମ ପ୍ରାୟ ସରିବା ଉପରେ।ଏପଟେ ହରି ଅଜା ଙ୍କ ଧଇଁସଇଁ ହୋଇ ଆସିବା ଦେଖି ଆଂଦିଆ ବାପା ଆଶ୍ଚର୍ଯ୍ୟ ହୋଇ ରହିଗଲେ ।"ଏବେ କଣ ସେ ଆସୁଛି ? ତେବେ ସେ କାହାସଙ୍ଗେ ଆସୁଥିଲେ ସକାଳେ ? "ଏଣେ ହରି ଅଜା ଙ୍କର ମହାରାଗ । ତାଙ୍କୁ ନଡାକି କାହିଁକି ଆଗତୁରା ଆଂଦିଆ ବାପା ପଳେଇ ଆସିଲେ ? ଏଣେ ଆଂଦିଆ ବାପା ଙ୍କ ମୁଣ୍ଡ ଖରାପ ,ଏବେ ତ ହରି ଆସୁଛି,ସେ ତେବେ କାହାସଙ୍ଗେ ଆସୁଥିଲେ ? ଆଂଦିଆ ବାପା ତାଙ୍କର ଜଳଖିଆପତ୍ର ସବୁ ତିଆରି କରିବାର ଘଣ୍ଟାକ ପରେ ଲୋକଗହଳି ଆରମ୍ଭ ହେଲା । ଆଜି ଏ କଣ ସବୁ ପରିବର୍ତ୍ତନ? ଏସବୁ ଭାବି ଭାବି ଆଂଦିଆ ବାପା ଟିକେ ଅନ୍ୟମନଷ୍କ ହୋଇପଡିଲେ । ତା ମାନେ ସେ ଆଜି ବହୁତ ରାତିରୁ ଏଠାକୁ ଚାଲିଆସିଛଂତି । ଛାଇ ଛାଇ ଜହ୍ନ ଆଲୁଅ ତାଙ୍କୁ ଧୋକା ଦେଇଛି ବୋଧେ ।


ହରି ଅଜା ଧିରସ୍ଥିର ହୋଇ କାମ ସାରିଲାବେଳକୁ ଲୋକମାନଙ୍କର ଗହଳି ଆରମ୍ଭ ହେଲା ।ଆଂଦିଆ ବାପା କେତେବେଳୁ ତାଙ୍କ କାମ ସାରି ଲୋକମାନଙ୍କୁ ଅପେକ୍ଷା କରି ବସିଥାନ୍ତି । ଦୁଇଜଣଯାକ ରଗାରଗି ହୋଇ କେହି କାହା ମୁହଁ କୁ ଚାହୁଁ ନଥାନ୍ତି । ସବୁ କାମ ସରିବାପରେ ଧିରସ୍ଥିର ମନରେ ଆଂଦିଆ ବାପା ହରି ଅଜା ଙ୍କୁ ଯାଇ କହିଲେ...... ଆରେ ଭାଇ ,ଆଉ ରାଗେନି। ଘଟଣା ଟି ଟିକେ ଶୁଣେ ।ସେ ଯାହାସବୁ ରାତିରୁ ଘଟିଥିଲା, ହରି ଅଜା ଙ୍କୁ ଗୋଟି ଗୋଟି କରି ଶୁଣେଇଲେ ।ଏସବୁ ଶୁଣି ହରି ଅଜା ଆଶ୍ଚର୍ଯ୍ୟ ହୋଇ ଅନେଇ ରହିଲେ । ଆରେ ତୁ ଏସବୁ କଣ କହୁଛୁ ? ତୁ ବୋଧେ ବହୁତ ରାତିରୁ ଉଠି ପଳେଇ ଆସିଛୁ ?

ଆଂଦିଆ ବାପାଙ୍କଠୁ ଏକଥା ସବୁ ଶୁଣି ହରି ଅଜା ମୁଣ୍ଡରେ ହାତ ଦେଇ ଗୁମ୍ ହୋଇ କିଛି ସମୟ ବସି ପଡିଲେ। କହିଲେ,ଆରେ ତୁ ବହୁତ ରାତିରୁ ଉଠି ନିଶ୍ଚୟ ପଳେଇ ଆସିଛୁ । ରାତି ଦୁଇଟା ତିନିଟା ରୁ ବୋଧେ ଉଠି ଆସିଛୁ । ସେ ସମୟ ଟା ଆଶରୀରୀ ମାନଙ୍କ ର ବୁଲିବା ସମୟ ।ବୋଧହୁଏ କେହି ଜଣେ ଅଶରୀରୀ ତୋ ସହିତ ଆସୁଥିଲା ।


ତୋ ଭାଗ୍ୟ ଭଲ,ତୋର ଧର୍ମବଳ ଥିବାରୁ ତୁ ତାଠାରୁ ବଞ୍ଚିକି ଆସି ପାରିଲୁ । ନହେଲେ କୋଉଠି ତୋତେ ସେ ଶେଷ କରି ଦେଇଥାନ୍ତା । ଏସବୁ କଥାବାର୍ତ୍ତା ହେଲାପରେ ଦୁଇଜଣଙ୍କ ମନରେ ବହୁତ ଭୟ ଆସିଗଲା । ସେମାନେ ବସି ସ୍ଥିର କଲେ.....ଆଉ ରାତି ଅଧରୁ ଆସିବେନି ।ସକାଳ ପାହିବା ପର୍ଯ୍ୟନ୍ତ ଅପେକ୍ଷା କରି ସାଙ୍ଗ ହୋଇ ଘରୁ ବାହାରିବେ । ଏକା ଏକା କେହି ବାହାରିବେନି । ସେ ଦିନଠୁଁ ସେଇଆ ହିଁ କଲେ ।ଏକାଠି ସକାଳ ହେବା ପର୍ଯ୍ୟନ୍ତ ଅପେକ୍ଷା କରି ସକାଳୁ ହିଁ ବାହାରିଲେ............ ।


Rate this content
Log in

Similar oriya story from Drama