Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ବିକ୍ରମ ବେତାଳ - ୩୦
ବିକ୍ରମ ବେତାଳ - ୩୦
★★★★★

© ଓଡିଆ ଶିଶୁ ଗପ

Children

3 Minutes   7.7K    9


Content Ranking

ଦୋଷୀ କିଏ?

ପୁଣି ଥରେ ବେତାଳକୁ ଗଛରୁ ଆଣି ବିକ୍ରମ ନିଜ କାନ୍ଧ ଉପରେ ପକାଇ ଶ୍ମଶାନ ଆଡେ ଚାଲିବାକୁ ଲାଗିଲେ । ବେତାଳ ମଧ୍ୟ ସବୁଥରକ ପରି ଏଥର ମଧ୍ୟ ଏକ କାହାଣୀ କହିବାକୁ ଆରମ୍ଭ କଲା ।

‘ମହେଶ୍ୱରପୁର’ ରାଜ୍ୟରେ ‘ପୁସ୍ୟମିତ୍ର’ ନାମକ ଏକ ବ୍ରାହ୍ମଣ ବାସ କରୁଥିଲେ । ପୁସ୍ୟମିତ୍ରଙ୍କର ପତ୍ନୀ ସୁଲୋଚନା ଅତ୍ୟନ୍ତ ସୁନ୍ଦରୀ ଥିଲେ । ଦିନେ କମଳ କିଶୋର ଯଜମାନ କାର୍ଯ୍ୟରେ ଏକ ମାସ ପର୍ଯ୍ୟନ୍ତ ବିଦେଶ ଯିବାକୁ ମନସ୍ଥ କଲେ । ନିର୍ଦ୍ଧାରିତ ଦିନ ସେ ଘରୁ ବାହାରିଗଲେ । ସ୍ୱାମୀ ଚାଲିଯିବାରୁ ସୁଲୋଚନା ମନେ ମନେ ଭାରି ଦୁଃଖ କଲେ । ଦିନେ ସୁଲୋଚନା ସ୍ନାନ ସାରି ନିଜର ଲମ୍ବା କେଶକୁ ଶୁଖାଇବାପାଇଁ ଛାତ ଉପରେ ଠିଆ ହୋଇଥାଆନ୍ତି । ଏହି ସମୟରେ ଶ୍ୟାମସୁନ୍ଦର ନାମକ ଏକ ଯୁବକ ଘୋଡା ଉପରେ ବସି ସେହି ବାଟେ ଯାଉଥାଏ । ଶ୍ୟାମସୁନ୍ଦରର ଦୃଷ୍ଟି ଯେମିତି ସୁଲୋଚନାଙ୍କ ଉପରେ ପଡିଛି ସେ ସେଠାରେ କିଛି ସମୟ ଅଟକି ଗଲେ । ସୁଲୋଚନା ମଧ୍ୟ ଶ୍ୟାମସୁନ୍ଦରଙ୍କୁ ଦେଖିବା ମାତ୍ରକେ ବିମୋହିତ ହୋଇପଡିଲେ । ମନେ ମନେ ଶ୍ୟାମସୁନ୍ଦରଙ୍କୁ କିପରି ପାଖରେ ପାଇବେ ଚିନ୍ତା କରୁଥାଆନ୍ତି । କୌଣସି କାର୍ଯ୍ୟରେ ସୁଲୋଚନାଙ୍କର ମନ ଲାଗିଲା ନାହିଁ । ସୁଲୋଚନାଙ୍କର ଏପରି ଅବସ୍ଥା ଦେଖି ଦାସୀ ସୁଲୋଚନାଙ୍କୁ ତାଙ୍କ ମନ ଦୁଃଖର କାରଣ ପଚାରିଲା । ଦାସୀ ନିକଟରେ ସୁଲୋଚନା ନିଜର ମନର କଥା ପ୍ରକାଶ କଲେ । ଦାସୀଟି ମଧ୍ୟ ସୁଲୋଚନାଙ୍କୁ ଶ୍ୟାମସୁନ୍ଦରଙ୍କ ସହିତ ମିଳିତ କରାଇଦେବ ବୋଲି ନିର୍ଭର ପ୍ରତିଶୃତି ଦେଲା । ତହିଁ ଆରଦିନ ଶ୍ୟାମସୁନ୍ଦରଙ୍କ ନିକଟକୁ ଯାଇ ସବୁ ଘଟଣା କହିଲା । ଶ୍ୟାମସୁନ୍ଦର ମଧ୍ୟ ସୁଲୋଚନାଙ୍କ ପ୍ରତି ବିମୋହିତ ହୋଇଥିଲେ । ସେ ଦାସୀର କଥା ଶୁଣିବା ମାତ୍ରକେ ସଂଗେ ସଂଗେ ନିଜର ସମ୍ମତି ପ୍ରଦାନ କଲେ ।

ସୂର୍ଯ୍ୟାସ୍ତ ପରେ ସେହିଦିନ ଶ୍ୟାମସୁନ୍ଦର ସୁଲୋଚନାଙ୍କ ଘର ଅଭିମୁଖେ ବାହାରିପଡିଲେ । ସୁଲୋଚନାଙ୍କ ଘରେ ପହଁଚିବା ପରେ ସୁଲୋଚନା ତାଙ୍କର ଖୁବ୍ ଆଦର ଯତ୍ନ କଲେ । ଉଭୟେ ମନ ଖୁସିରେ ଭୋଗ ବିଳାସରେ ମାତିଗଲେ ଏବଂ ରାତ୍ରିଯାପନ କଲେ । ଏହିପରି ପ୍ରତିଦିନ ଶ୍ୟାମସୁନ୍ଦର ସୁଲୋଚନାଙ୍କ ଘରେ ରାତ୍ରିଯାପନ କରନ୍ତି । ଏକମାସ କେମିତି ଚାଲିଗଲା ସୁଲୋଚନାଙ୍କୁ ଜଣାପଡିଲା ନାହିଁ । ଠିକ୍ ମାସେ ପୂରିବା ପରେ ପୁସ୍ୟମିତ୍ର ଆସି ଘରେ ପହଁଚିଗଲେ । ତାଙ୍କୁ ପତ୍ନୀ ସୁଲୋଚନାର ହାବଭାବ କିଛି ଠିକ୍ ଲାଗିଲା ନାହିଁ । କିଛି ଦିନ ପରେ ସେ ଦାସୀଠାରୁ ସମସ୍ତ କଥା ଜାଣିପାରିଲେ । ସୁଲୋଚନାର ଏହି କାର୍ଯ୍ୟକଳାପରେ କ୍ଷୁବ୍ଧ ହୋଇ ପୁସ୍ୟମିତ୍ର ଗୃହ ତ୍ୟାଗ କରି ସନ୍ନ୍ୟାସୀ ହୋଇଗଲେ ।

କମଳ କିଶୋର ଗୃହତ୍ୟାଗ କରିବାପରେ ସୁଲୋଚନା ଗର୍ଭବତୀ ହେଲେ । ସେହି ସମୟରେ ସେ ପ୍ରାୟ ଶ୍ୟାମସୁନ୍ଦରର ଘରେ ରହୁଥାଆନ୍ତି କହିଲେ ଚଳେ । ଠିକଣା ସମୟରେ ସୁଲୋଚନା ଏକ ପୁତ୍ର ସନ୍ତାନ ଜନ୍ମ ଦେଲେ । ମାତ୍ର ଶ୍ୟାମସୁନ୍ଦର ସେହି ଶିଶୁପୁତ୍ରକୁ ସ୍ୱୀକାର କଲେ ନାହିଁ । ତେଣୁ ସୁଲୋଚନା ରାଗରେ ସେହି ଶିଶୁପୁତ୍ରକୁ ମାରି ନଦୀତଟରେ ଫିଙ୍ଗି ଦେଲେ । ଦେଖ ବିକ୍ରମ! ଯୋଗ ଏମିତି ଯେ ଯେଉଁ ନଦୀତଟରେ ସେ ଶିଶୁପୁତ୍ରକୁ ଫିଙ୍ଗିଦେଲେ, ସେହି ନଦୀତଟରେ ପୁସ୍ୟମିତ୍ର କୁଟୀର ନିର୍ମାଣ କରି ସନ୍ନ୍ୟାସୀଭାବେ ଜୀବନଯାପନ କରୁଥାଆନ୍ତି । ସକାଳେ ରାଜାଙ୍କର ସିପାହୀମାନେ ନଦୀତଟରେ ସ୍ନାନ କରୁଥିବା ସମୟରେ ସେହି ମୃତ ଶିଶୁପୁତ୍ରକୁ ଦେଖି ସନ୍ନ୍ୟାସୀ ଶିଶୁକୁ ମାରିଥିବା ମନେ କରି ରାଜାଙ୍କ ଆଗରେ ଯାଇ ଜଣାଇଲେ । ରାଜାଙ୍କ ଆଦେଶ କ୍ରମେ ସିପାହୀମାନେ ଆସି ସନ୍ନ୍ୟାସୀଙ୍କୁ ବାନ୍ଧିନେଲେ । ସେମାନେ ସନ୍ନ୍ୟାସୀଙ୍କୁ ସନ୍ଦେହ କରିବାର ଏକମାତ୍ର କାରଣ ଥିଲା ଯେ- ଶିଶୁପୁତ୍ରର ମୁଖମଣ୍ଡଳ ସନ୍ନ୍ୟାସୀଙ୍କ ମୁଖ ମଣ୍ଡଳ ସହିତ ପୁରା ମିଶୁଥାଏ । ରାଜା ସନ୍ନ୍ୟାସୀଙ୍କୁ ଶିଶୁପୁତ୍ର ସଂପର୍କରେ ପଚାରିବାରୁ ସନ୍ନ୍ୟାସୀ କହିଲେ, “ହେ ଅନ୍ନଦାତା! ଏପରି କାର୍ଯ୍ୟ ମୁଁ କରିନାହିଁ । ରାଜା କିନ୍ତୁ ସନ୍ନ୍ୟାସୀଙ୍କ କଥାକୁ ବିଶ୍ୱାସ ନକରି ତାଙ୍କୁ ଫାଶୀ ଦଣ୍ଡାଦେଶ ଦେଲେ । ତଥାପି ମଧ୍ୟ ସନ୍ନ୍ୟାସୀ ପାଟି ଖୋଲିଲେ ନାହିଁ । ସନ୍ନ୍ୟାସୀ କିନ୍ତୁ ଶିଶୁପୁତ୍ର କାହାର ସେ ସବୁ ଘଟଣା ଜାଣିଥାଆନ୍ତି । ଶେଷରେ ଯେଉଁଦିନ ଫାଶୀ ହେବ କିଛି ସମୟ ପୂର୍ବରୁ ସନ୍ନ୍ୟାସୀ ଶ୍ୟାମସୁନ୍ଦରର ପତ୍ନୀ ସୁଲୋଚନାଙ୍କୁ ଡାକିବାପାଇଁ କହିଲେ । ରାଜାଙ୍କ କର୍ମଚାରୀମାନେ ସଂଗେ ସଂଗେ ସୁଲୋଚନାଙ୍କୁ ନେଇଆସିଲେ । ସେତେବେଳେ ସୁଲୋଚନା ଶ୍ୟାମସୁନ୍ଦରର ରୂକ୍ଷ ବ୍ୟବହାରରେ ଅତିଷ୍ଠ ହୋଇପଡିଥିଲେ । ନିଜର କଲାକର୍ମପାଇଁ ଭାଗ୍ୟକୁ ନିନ୍ଦୁଥିଲେ । ସେ ଯେତେବେଳେ ସନ୍ନ୍ୟାସୀ ରୂପୀ ସ୍ୱାମୀଙ୍କୁ ବନ୍ଦୀଶାଳାରେ ଦେଖିଲେ, ଆଶ୍ଚର୍ଯ୍ୟ ହୋଇଗଲେ । ସବୁକଥା ଜାଣିବାପରେ ରାଜାଙ୍କ ଆଗରେ ନିଜେ ସୁଲୋଚନା ସମସ୍ତ ଘଟଣା ବୟାନ କଲେ ଓ ପୁସ୍ୟମିତ୍ରଙ୍କୁ ଛାଡି ଦେବାପାଇଁ ଅନୁରୋଧ କଲେ ।

କାହାଣୀଟି କହିବାପରେ ବେତାଳ ବିକ୍ରମଙ୍କୁ ପଚାରିଲା, “ବିକ୍ରମ! ତୁମେ ସେ ସ୍ଥାନରେ ଥିଲେ କାହାକୁ ଫାଶୀ ଦେଇଥାଆନ୍ତ?” ବେତାଳର କଥା ଶୁଣି ରାଜା କହିଲେ- “ମୁଁ ତିନିଜଣଙ୍କୁ ଦେଇଥାଆନ୍ତି । କାରଣ ଶିଶୁ ପୁତ୍ରର ଜନ୍ମପାଇଁ ତିନିହେଁ ଦାୟୀ । ତା’ପରେ ସୁଲୋଚନା ତ’ ପୁତ୍ରକୁ ନିଜ ହାତରେ ମାରିଛନ୍ତି ତେଣୁ ସେ ମଧ୍ୟ ପାପର ଭାଗୀଦାର । ତେଣୁ ତିନିଜଣଙ୍କୁ ଫାଶୀ ଦେବା ଉଚିତ୍ ।” ରାଜାଙ୍କର ନ୍ୟାୟପୂର୍ଣ୍ଣ କଥା ଶୁଣି ବେତାଳ ଖୁସି ହୋଇଗଲା । କିନ୍ତୁ ସବୁଥରକ ପରି ଏଥରକ ବିକ୍ରମଙ୍କର କାନ୍ଧରୁ ଉପରକୁ ଉଠିଗଲା ନାହିଁ । ବେତାଳର ଏପରି ନ ଉଠିବା ଦେଖି ବିକ୍ରମ ଭାବିଲେ ସେ ବୋଧହୁଏ ଏଥରକ ତାଙ୍କ କାର୍ଯ୍ୟରେ ସଫଳ ହୋଇଯିବେ । ତେଣୁ ସେ ଶୀଘ୍ର ଶୀଘ୍ର ଚାଲିବାକୁ ଲାଗିଲେ । ବେତାଳ ଚୁପ୍ ଚାପ୍ ପିଠି ଉପରେ ଓଲଟି ରହିଥାଏ । କିଛି ସମୟ ପରେ କହିଲା- “ରାଜା ବିକ୍ରମ! ଶ୍ମଶାନ ଆହୁରି ଅଧିକ ବାଟ ରହିଛି । ଏହି ସମୟ ମଧ୍ୟରେ ମୁଁ ତୁମକୁ ଆଉ ଏକ କାହାଣୀ ଶୁଣାଇ ପାରିବି । ଏହା କହି ବେତାଳ କାହାଣୀ କହିବା ଆରମ୍ଭ କଲା ।

ପୁସ୍ୟମିତ୍ର ଶ୍ୟାମସୁନ୍ଦର ସନ୍ନ୍ୟାସୀ

Rate the content


Originality
Flow
Language
Cover design

Comments

Post

Some text some message..