Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡିଆ ଶିଶୁ ଗପ

Children

0  

ଓଡିଆ ଶିଶୁ ଗପ

Children

ହଳଧର ସିଂହଡାକ

ହଳଧର ସିଂହଡାକ

2 mins
635


ହଳଧର ସିଂହ ନାମକ ଜଣେ ସମ୍ଭ୍ରାନ୍ତ ଜମିଦାର କୃଷ୍ଣ ନଗରରେ ବାସ କରନ୍ତି । ହଳଧର ବାବୁ ଏକ ଦିନ ନିଜ ଗୃହର ପିଣ୍ଢାରେ ବସିଛନ୍ତି, ଏହି ସମୟରେ ଗୋପାଳ ଭାଣ୍ଡ ରାସ୍ତାରେ ଚାଲି ଯିବାର ଦେଖିଲେ । ସେ କୌତୁକ କଥା ଶୁଣିବା ଅଭିପ୍ରାୟରେ ଗୋପାଳ ଭାଣ୍ଡକୁ ଡାକି କରି କହିଲେ –

କିହୋ ଗୋପାଳ ।

କୁଆଡେ ଯାଉଛ?

ଆଚ୍ଛା ସତ କରି କୁହତ ତୁମର ନାମ କ’ଣ?

ପ୍ରକୃତ ଗୋପାଳ, କି ଗୋରୁ ଚରାଇବା କାରଣରୁ ଗୋପାଳ ଅର୍ଥାତ୍ (ଗଉଡ) ନାମ ଧାରଣ କରିଛ?

ହଳଧର ବାବୁଙ୍କର ଏହି ଇଙ୍ଗିତ କଥା ବୁଝି ପାରି, ଗୋପାଳ ଭାଣ୍ଡ ହଳଧର ବାବୁ ଡାକିଲା ମାତ୍ରେ, ତତ୍କ୍ଷଣାତ୍ ରାସ୍ତାରେ ପଡି ମୂର୍ଚ୍ଛା ହୋଇ ଭୂମିରେ ପଡି ଗଲେ । ଗୋପାଳର ହଠାତ୍ ମୂର୍ଚ୍ଛା ଯିବା ଦେଖି ହଳଧର ବାବୁ ଆଉ କଥା କହିବେ କ’ଣ ସେ ତରତର ହୋଇ ଚାକର ମାନଙ୍କୁ ଡାକି ଗୋପାଳଙ୍କୁ ତାଙ୍କ ବୈଠକ ଖାନାକୁ ଟେକି ନେଇ ମୁଣ୍ଡରେ ପାଣି ମାରି ପଙ୍ଖା କରି ସାଷ୍ଟାଙ୍ଗ କରିଲେ । ଗୋପାଳ ବାବୁ କିଛି କ୍ଷଣ ପରେ ଆଖି ମିଟି ମିଟି କରି ଚାହିଁଲେ । ସଚେତ ହେବା ଦେଖି ହଳଧର ବାବୁ ପଚାରିଲେ –

“କିହୋ ଗୋପାଳ ତୁମ୍ଭର କ’ଣ କିଛି ବାତ ବାତ ବ୍ୟାଧି ଅଛି କି?”

ହଠାତ୍ ଏପରି ହେଲା କାହିଁକି?

ଉପସ୍ଥିତ ଟିକେ ଆରାମ୍ ବୋଧ ହେଉଛି ନା । କିଛି ଔଷଧ ବ୍ୟବସ୍ଥା କରିବି?

– ଏହା ଶୁଣି ଏକ କପଟ ଦୀର୍ଘ ନିଃଶ୍ୱାସ ପକାଇ କ୍ଷୀଣ ସ୍ୱରରେ କହିଲେ –

ଆଜ୍ଞା ।

ନା ମହାଶୟ ଆପଣଙ୍କୁ ଆଉ ଔଷଧର ବ୍ୟବସ୍ଥା କରିବାକୁ ହେବ ନାହିଁ । ଯାହା କରି ଛନ୍ତି ଏହାହିଁ ଯଥେଷ୍ଟ । ମୋର କାଳେ ଆପଣଙ୍କ ଆଶୀର୍ବାଦରୁ କୌଣସି ରୋଗ ନାହିଁ ।

ହଳଧର ବାବୁ କହିଲେ –

“ତେବେ ମୁଁ ଡାକିବା ମାତ୍ରେ ହଠାତ୍ ମୂର୍ଚ୍ଛା ଗଲ କାହିଁକି?”

ତହୁଁ ଗୋପାଳ ଭାଣ୍ଡ କହିଲେ –

“କାରଣଟା କ’ଣ ବୁଝି ପାରୁ ନାହାଁନ୍ତି?”

ଲୋକେ କହନ୍ତି ଯେ, ସିଂହର ଡାକ ଶୁଣିଲେ ପୁରୁଷ ପୁଅଙ୍କର ପୁରୁଷତ୍ୱ ଖସି ପଡେ । ମୁଁ ତ ବାଟେ ବାଟେ ଯାଉ ଥିଲି । ହଠାତ୍ ଆପଣ ଡାକ ପକାଇଲେ । ଆପଣଙ୍କର ସେହି ଉପାଧି ହଠାତ୍ ସ୍ମରଣ ହେବାରୁ ମୁଁ ମନେ କରିଲି ତେବେ କ’ଣ ମୋର ସେଇଟା ଖସି ପଡିଲା କି ନା ଖସି ପଡିବ । ଏହି ଭୟରେ ମୁଁ ହଠାତ୍ ମୂର୍ଚ୍ଛା ଗଲି । ବର୍ତ୍ତମାନ ଦେଖୁଛି ମୋର ସମସ୍ତ ବଜାୟ ଅଛି ଅନିଷ୍ଟ ହୋଇ ନାହିଁ । ଗୋପାଳର ଏଭଳି କଥା ଶୁଣି ସମସ୍ତେ ଠୋ ଠୋ ହୋଇ ହସିଲେ । ହଳଧର ବାବୁ ଗୋପାଳର ଭାଣ୍ଡାମିରେ ସନ୍ତୁଷ୍ଟ ହୋଇ ତାଙ୍କୁ ଖଣ୍ଡିଏ ନୋଟ୍ ପୁରସ୍କାର ଦେଲେ । ଗୋପାଳ ସେଠାରୁ ବିଦାୟ ହୋଇ ରାଜ ଭବନକୁ ଆସିବା ବିଳମ୍ବ ଦେଖି କୃଷ୍ଣ ଚନ୍ଦ୍ର ପଚାରିଲେ –

“ଗୋପାଳ ଆଜି ଏତେ ବିଳମ୍ବ କାହିଁକି?”

ଗୋପାଳ କହିଲେ –

“ମହାରାଜ ଆଜି ରାସ୍ତାରେ ଆସୁ ଆସୁ ସିଂହଙ୍କ ଉପରେ ଚଢି ୧୦ ଟଙ୍କା ବକ୍ସିସ୍ ପାଇ ଅଛି ।”

ରାଜା ଗୋପାଳଙ୍କର ସିଂହ ଉପରେ ଚଢିବା ଶୁଣି ବିସ୍ମୟରେ କାରଣ ପଚାରିବାରୁ ଗୋପାଳ ଆଦ୍ୟରୁ ପ୍ରାନ୍ତ ପର୍ଯ୍ୟନ୍ତ ସମସ୍ତ କଥା ରାଜାଙ୍କୁ କହିଲେ । ରାଜା ଖୁସି ହୋଇ ନଅର ଆଡେ ଗଲେ, ଗୋପାଳ ମଧ୍ୟ ନିଜ ଗୃହକୁ ଫେରିଲେ ।


Rate this content
Log in

Similar oriya story from Children