ବାଣ ଫୁଟାଇବା ନାହିଁ
ବାଣ ଫୁଟାଇବା ନାହିଁ
ଶବ୍ଦ ପ୍ରଦୂଷଣ ହେଉଥାଏ ପୁଣି
ବାୟୁ ପ୍ରଦୂଷିତ ହୁଏ
ବାରୁଦର ଗନ୍ଧେ ପରିବେଶ ଆମ
ଦୂଷିତ ବି ହୋଇଥାଏ ।
ସତର୍କ ଟିକିଏ ନରହିଲେ ପୁଣି
କେବେ ଲାଗିଯାଏ ନିଆଁ
ଆଖି କାନ କେବେ ଜାଳି ପୋଡି ଦିଏ
ବାରୁଦ ବିଷାକ୍ତ ଧୂଆଁ ।
ଦୀପାବଳି ପରା ଖୁସିର ପର୍ବଟେ
ଖୁସିରେ ରହିବା ପାଇଁ
କରିବା ଶପଥ ଦୀପାବଳି ଦିନ
ବାଣ ଫୁଟାଇବା ନାହିଁ ।
ଦୀପ ଜାଳି ଆମେ ଦୀପାବଳି ଦିନ
ପାଳିବା ଯେ ଦୀପାବଳି
ବାଣ ରୂପେ ଆମେ ଟଙ୍କାକୁ ଆମର
କାହିଁକି ଦେବାରେ ଜାଳି ।
ବାଣ ମଧ୍ୟେ ପୁଣି ଚାଇନାର ବାଣ
ମିଳୁଥାଏ ପରା ବେଶି
ସେହି ବାଣ ଆମେ ଯେତେ କିଣୁଥିବା
ଚାଇନାର ବଢେ ଖୁସି ।