STORYMIRROR

Priyadarsini Dash

Inspirational Others

4  

Priyadarsini Dash

Inspirational Others

ଜୀବନ ବାଟରେ

ଜୀବନ ବାଟରେ

1 min
561


 ଜୀବନ ଟା ଏକ ରାସ୍ତା ହେଲେ

       ମଣିଷ ଏହାର ବାଟୋଇ......

ରାସ୍ତାର ଆରମ୍ଭ ଜନ୍ମରୁ ହେଲେ

       ଶେଷ ହୁଏ ମୃତ୍ୟ ହୋଇ......

କେବେ ଚିହ୍ନା ଲୋକ ହୋଇଯାଏ ପର

       କେବେ ଅଚିହ୍ନା, ହୃଦୟ ରେ କରେ ଘର....

ଶେଷରେ ମଣିଷ ହଜିଯାଏ,

       ଏ ଚିହ୍ନା-ଅଚିହ୍ନା ସମ୍ପର୍କ ଭିତରେ......

କେବେ ସତ କହିବାକୁ ଅନ୍ୟକୁ ବୁଝାଏ

       କେବେ ମିଛ ପରଦାରେ ନିଜକୁ ଲୁଚାଏ.....

ହାରିଯାଏ କେତେବଳେ

       ଏ ସତ-ମିଛ ର ଛକି ଶୁନ ଖେଳ ରେ.......

କେବେ ପ୍ରଶଂସା ରେ ଭ

ାସିଯାଏ

       ପୁଣି କେବେ ନିନ୍ଦା ରେ ବୁଡ଼ିଯାଏ..........

ତଥାପି ସୁଖ ଦୁଃଖ କୁ ସାଇତି ରଖେ

       ନିଜ ଛାତିର ଶାମୁକା ଭିତରେ........

କେତେ ଘଟଣା ମନେ ରୁହେନି

       କେତେ ଘଟଣା ଭୁଲି ହୁଏନି......

ଏ ସବୁ ସ୍ମୃତି କୁ ଗଣ୍ଠିଲି କରି

       ନେଇଯାଏ ତା ସାଥିରେ.........

ଯେତେ କଣ୍ଟା ଥାଉ

       ଯେତେ ଅନ୍ଧାର ହେଉ......

ମଣିଷ ଚାଲୁଛି ଚାଲୁଥିବ ..........

     ଏ ଜୀବନ ବାଟରେ.......

     ଏ ଜୀବନ ବାଟରେ....... 


Rate this content
Log in

More oriya poem from Priyadarsini Dash

Similar oriya poem from Inspirational