Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ghanashyam Jena

Inspirational

4  

Ghanashyam Jena

Inspirational

ବିଶ୍ଵ ମାତୃଭାଷା ଦିବସ

ବିଶ୍ଵ ମାତୃଭାଷା ଦିବସ

1 min
584


ମା' ବକଳ କ୍ଷୀର, ଅମୃତ ଅଧର

ବାଣୀ ବଳେ ବଳୀୟାନ,

ସେ ଅମୃତ ପାନ, ଅମୃତ ବଚନ

କରିଛି ତା'କୋଳେ ପାନ ।


ସେ ଅମୃତ ବାଣୀ, ଅତି ଗରୀୟାନ

ମାଆ କୋଳୁ ଅଛି ପାଇ,

ସେହି ସିନା ମୋର, ଶିରା ପ୍ରଶିରାରେ

ପ୍ରବାହିତ ରକ୍ତ ହୋଇ ।


କୋଟି ଜନମର,ପୁଣ୍ୟ ତପଫଳେ

ଜନମ ନେଲି ଉତ୍କଳେ,

ଉତ୍କଳର ଭାଷା, ମୃଦୂଳ ମଞ୍ଜୁଳ

ସମ ନାହିଁ ମହୀତଳେ ।   

          

ଜଗତର ନାଥ, ଯହିଁ ବିରାଜିତ 

ପବିତ୍ର ଭୂମି ଉତ୍କଳେ,

ତା' କୋମଳ ବାଣୀ, କୋଳ କରି ପୁଣି

ଯଶ ରଖ ମହୀତଳେ ।


ମାତୃଭୂମି ମାତୃଭାଷାର ମମତା

ହୃଦରେ କରି ଣ ଗାର,                 

ସାର୍ଥକ କରିବା ଜୀବନ ଆମର

ସେବା କରି ନିରନ୍ତର ।


ଜାତୀୟ ସ୍ତରରେ, ପାଇଛି ପ୍ରଥମେ

ପ୍ରାଚୀନ(ଆର୍ଯ୍ୟ)ଭାଷାର ମାନ୍ୟ,

ମାେ ଉତ୍କଳ ମାଟି,ସେ ଓଡ଼ିଆ ଜାତି

ଭାଷା ତାର ଧନ୍ୟଧନ୍ୟ ।


ପଢ଼ିବା ଓଡ଼ିଆ,ଭାସିବା ଓଡ଼ିଆ,

ଗାଇବା ଓଡ଼ିଆ ଗୀତ,

ଓଡ଼ିଆ ଜାତିର, ମହାନ ସଂସ୍କୃତି

ତା'କୁ କର ପ୍ରାଣମିତ।


Rate this content
Log in

Similar oriya poem from Inspirational