ମାନବିକତା
ମାନବିକତା
ମାନବ ସେବା ଅଟେ ମାଧବ ସେବା ।
ସକଳ ଘଟେ ନାରାୟଣ ଯେ ଉଭା ॥
ପଥର ପୂଜୁ ନିତି ଭାବି ଦେବତା ।
ଚଳନ୍ତି ଠାକୁର ଯେ ତୋ ପିତା ମାତା ॥
ଗୁରୁ ଗୁରୁଜନ ଦେବତା ତୁଲ ।
ସେଇ ଅସଲ ଦିଅଁ ଜମା ନଭୁଲ ॥
ପ୍ରତିମା ଆଖି ଦେଖି ହେଉ ବିସ୍ମୟ,
ଆଖି ନଥିବା ଲୋକେ ଦିଅ ହୃଦୟ ॥
ହାତ ଗୋଡ଼ ନାହିଁ ଜଗତନାଥ ।
ଦିବ୍ୟାଙ୍ଗ ସେହି ନାହିଁ ଯା ଗୋଡ଼ ହାତ ॥
ଯେ ନର କରେ ତାରେ ସେବା ସାହାଯ୍ୟ ।
ବର ଦିଅନ୍ତି ପ୍ରଭୁ ସେ ଅଗ୍ରପୂଜ୍ୟ ॥
ବାଳୁତ ବୃଦ୍ଧ ପରା ବ୍ରହ୍ମା ମହେଶ ।
ସେବା କମିଲେ ବଢ଼େ ବିଷ୍ଣୁଙ୍କ ରୋଷ ॥
ରୋଗକୁ ଘୃଣା କର ରୋଗୀକୁ ନୁହଁ ।
ସେବା ପାଇଲେ ଶୁଖି ଯିବ ତା ଲୁହ ॥
ସେବା ପାଇଲେ ଭଲ ହୁଏ ପାଗଳ ।
ଅସହାୟରେ ଦାନ ମିଳେ ମଙ୍ଗଳ ॥
ଦୁଃଖି ଦରିଦ୍ର ଦେଖି ଝରେ ଯା ଲୁହ ।
ଅଶେଷ ପୂଣ୍ୟ ମିଳେ ଈଶ୍ୱର ପ୍ରିୟ ॥
ମାନବ ସେବାକୁ ଯେ ବ୍ରତ କରଇ ।
ମାଧବ ତାହା ଠାରେ ପ୍ରୀତ ହୁଅଇ ॥
ମାନବ ସେବାରେ ଯେ ଦିଏ ଜୀବନ ।
ଦେଖି ସନ୍ତୋଷ ହୋନ୍ତି ଶ୍ରୀଭଗବାନ ॥
ମାନବିକତା ଅଟେ ମାନବ ଧର୍ମ ।
ମାନି ଚଳିଲେ ଯିବୁ ସରଗ ଧାମ ॥
ମାନବ ହେଇ ନାହିଁ ମାନବିକତା ।
ପଶୁ ସମାନ ଜାଣ ଜୀବନ ପିତା ॥
