STORYMIRROR

Sukanti Hotta

Fantasy

2.5  

Sukanti Hotta

Fantasy

କଳ୍ପନା

କଳ୍ପନା

1 min
11.3K



ଭାବିଥିଲି ଉଡିଯିବି ଏକ ଅଜଣା ରାଜ୍ୟକୁ

ଯେଉଁଠି ଥିବ' ସତ୍ୟ' ଏବଂ' ଅହିଁସା'

କିନ୍ତୁ, ସବୁଆଡେ ଖୋଜିଲି ପାଇଲିନି,

ଖାଲି ଦେଖିଲି ଶକୁନି ଖେଳର ପଶା l


ମନେ ମନେ ଦୃଢ଼ କଲି କରିଦେବି ଆପଣାର

ଦୁନିଆର ଦୁର୍ଯ୍ୟୋଧନକୁ,

କିନ୍ତୁ ପାରିଲିନି ଏକାକୀ ମୁଁ

ଭାରତ ମାତାର କୌରଵ ଭାଇଙ୍କୁ l


ଆସ ମୋର ପାଣ୍ଡଵ ଗଣ, ଆସ ମୋର ମିତ୍ର କୃଷ୍ଣ

କରିବାନି ରକ୍ତାତ ଭାରତ ମାତାର କୋଳ,

ସତ୍ୟ ଶାନ୍ତି ପକ୍ଷ ଦେବେ, ଖୁବ ଶୀଘ୍ର ବୁଝିଯିବେ କୌରବ କୁଳ......

ମାୟାଵୀ ଶକୁନିର ଚାଲବାଜି ଖେଳ

ତାପରେ...........


ଚର୍ତ୍ତୁଦିଗେ ବିରାଜିବ ଶାନ୍ତିର ଅମୃତ ମୂର୍ଚ୍ଚନା

ଶୁଭିବନି ଶୀତଳ ଯୁଦ୍ଧର କରୁଣ ଚିତ୍କାର......

ପରିବେଶ ହୋଇଯିବ ଶାନ୍ତ ଶିଷ୍ଟ ସୌମ୍ୟ

କର୍ଣ୍ଣରେ ମୁଖରିତ ହେବ ଅଂହିଁସାର ଜୟ ଜୟ କାର l


ପରିତ୍ୟାଗ କରିଦେବେ ଗୁଳିଗୋଳା ବାରୁଦ

ପରମାଣୁ ବୋମା ହେବ ଅତି ହିତକାରୀ l

ବ୍ୟବହାର ହେବ ମଣିଷ ଜାତିର ଉନ୍ନତି ପଥରେ

ନାଚିବେ ଗାଇବେ ଅଂହିଁସାର ଜୟଗାନ କରି l


ଯୁଦ୍ଧ ହେବ ନାହିଁ ଦେଶେ ଦେଶେ

ଭାଇ ଭାଇ ସ୍ନେହେ ବାନ୍ଧି ହୋଇଯିବେ l

ଭୁଲିଯିବେ ପୂର୍ବର ଭୂଲ ବୁଝାମଣା

ଜାତିଧର୍ମ ତ୍ୟାଗ କରି ଆନନ୍ଦେ ରହିବେ l


ସୁକାନ୍ତି ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy