STORYMIRROR

sulochana Bisoyi

Tragedy

3  

sulochana Bisoyi

Tragedy

କାନ୍ତ ବିନୁ

କାନ୍ତ ବିନୁ

1 min
218

ପଶ୍ଚିମ ଆକାଶେ ରବି ଲୁଚିଲେଣି 

         ସଞ୍ଜ ଆସେ ନଇଁ ନଇଁ

ଗାଁ ବଧୁ ଟିଏ ସଞ୍ଜବତୀ ଜାଳି

         କାନ୍ଦୁଅଛି କଇଁ କଇଁ

କାନ୍ତ ବାଟ ଚାହିଁ ରହିଛି ଅନାଇ

         ପଲକ ତା ପଡୁନାହିଁ

  ଲୁହ ପୋଛି ପୋଛି ବୀର ହେ ପୁଚ୍ଛଇ

  ଲୋ ସଞବତୀ ଲୋ ବୃନ୍ଦାବତୀ

  ମୋ କାନ୍ତ ରହିଗଲେ କାହିଁ ........।

ପାଟ ପତନି ରେ ନିଜକୁ ସଜାଇ

         କେଶ‌ ରେ‌ ଗଜରା ନାହିଁ

ପାକ ଅନ୍ନ ଥାଳି ରଖିଛି ସଜାଇ

         ‌‌ସ୍ନେହେ ଭୁଞ୍ଜାଇବା ପାଇଁ

ଆସିବା ପାଇଁକି ସଂଦେଶ ପଠାଇ 

         ନ ଆସିଲ କାହିଁ ପାଇଁ 

  ବାଟ ଚାହିଁ ଚାହିଁ ନିରାଶେ ପୁଚ୍ଛଇ

  ରେ ଖଦ୍ଯୋତିକା ରେ ପିପିଲିକା

  ମୋ କାନ୍ତ ରହିଗଲେ କାହିଁ ........।

ଦୂର ଦେଶେ ଗଲ ରୋଜଗାର ପାଇଁ 

         ମନକୁ ମୋ ପାଶେ ଥୋଇ

ପରିବାର ମୁଖେ ଅନ୍ନ ଦେବା ପାଇଁ

         ପରଦେଶେ ଗଲ କାହିଁ

ବିରହ କଷଣ ନ ସହି ମୋ ପ୍ରାଣ

         ଅନ୍ତ ନିକଟ ହୁଅଇ

   ପ୍ରାଣ ଯାଉ ଯାଉ ବିକଳେ ପୁଚ୍ଛଇ

   ହେ ଜଳ ଧର ହେ ନିଶାକର 

   କାନ୍ତ ମୋ ରହିଗଲେ କାହିଁ.........।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy