STORYMIRROR

Snigdha Swayangprava dash

Romance

4  

Snigdha Swayangprava dash

Romance

ଏଇ ବୋଧେ ପ୍ରେମ

ଏଇ ବୋଧେ ପ୍ରେମ

1 min
714

ଜାଣିଲି ଯେବେ ମୁଁ ପଡିଛି ପ୍ରେମରେ

ଆନମନା ହେଲା ମନ

ଶିହରଣ ଖେଳି ମୋ ସାରା ଦେହରେ

ଦେଖିଲି ନାନା ସପନ......


ଯାଦୁ କି କୁହୁକ ରହିଛି ପ୍ରେମରେ

ଜୀବନ ବଦଳିଗଲା

ଯୁଆଡେ ଚାହିଁଲି ପ୍ରିୟାର ଚେହେରା

ନିଆରା ସବୁ ଲାଗିଲା....


ଗୋଟେ ଗୋଟେ ଦିନ ସତେ ଯୁଗ ସମ

ତା ସାଥିରେ ଭେଟ ପାଇଁ

ଭାବି ତାର କଥା କଡ ଲେଉଟାଏ

କେତେ ରାତି ଯାଏ ପାହି..


ନୂଆ ନୂଆ ସବୁ ଲାଗଇ ଜୀବନେ

ଫଗୁଣର ଧୂଆଁ ଖେଳେ

ମନ ବଗିଚାରେ ଫୁଟେ କେତେ ଫୁଲ

ତା ପ୍ରଥମ ଛୁଆଁରେ..


ଆଖି ସାଥେ ଆଖି ମିଶି ଗଲାପରେ

ଜାଗେ ଖୁସି ଉନ୍ମାଦନା

କଥା ହେବାପାଇଁ ତା ସାଥିରେ ଟିକେ

ଖୋଜଇ କେତେ ବାହାନା..


ପ୍ରେମର ଦୁନିଆ ଅପୂର୍ବ ଭାବନା

ଆଶା ଜାଗେ ଏଇ ମନେ

ଖୋଜୁଥିବା ସାଥି ମିଳିଗଲା ପରେ

ଖୁସି ଫେରେ ଏ ଜୀବନେ..


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance