Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Classics

0.2  

ଓଡ଼ିଆ ଗଳ୍ପ ଓ କବିତା - ୩

Classics

ଦୁଃଖ ଫୁଲ

ଦୁଃଖ ଫୁଲ

1 min
7.2K


ଭାଗିରଥୀ ବେହେରା


ଟୋପାଏ ବି ଲୁହ

ମାଟିରେ ପଡିବାକୁ ଦିଅନା ॥

ଛୁଉଁ ଛୁଉଁ ମାଟି ଦେହ

ତୁମ ଲୁହବୁନ୍ଦା

ଫୁଟିଯିବ ଦୁଃଖଫୁଲ ହୋଇ l

ଚାହୁଁ ଚାହୁଁ ଗଛସାରା

ଦୁଃଖଫୁଲ ଆଉ ଦୁଖଫୁଲ

ଦେବ ମୋତେ ଗହଳ ଯାତନା,

ଟୋପାଏ ବି ଲୁହ

ମାଟିରେ ପଡିବାକୁ ଦିଅନା ॥


ହସଫୁଲ ହେଇ ଯେବେ ଝଋପଡୁଥିଲ

ତମେ ପାଲଟୁଥିଲ

କେଉଁ ରୋମାଣ୍ଟିକ୍ କବିତାର ଶବ୍ଦ

ଅଜଣା ଗଳ୍ପର ନାୟିକା ଅବା

କାହାର ଅଳସୀ କନ୍ୟା l

ଦୁଃଖର ନଈରେ କେବେ ଫୁଟେନା

ସୁଖର ପଦୁଅଁ,

ଦୁଃଖର କିଆରୀରେ କେବେ

ମଧୁପ ଉଡ଼େନା

ଟୋପାଏ ବି ଲୁହ

ମାଟିରେ ପଡ଼ିବାକୁ ଦିଅନା ॥


ଦୁଃଖଫୁଲରୁ ଏବେ ଫଳ ଫଳିବାର

ଡର ଖାଲି ଗୋଡାଏ ମୋତେ,

ତମର ମୋର ସାରା ସଂସାର

ସେ ଗଛର ଚେରରେ

ବାନ୍ଧି ହୋଇଯିବା ଯଦି

ମୁକୁଳିବା ବାଟ କିଏ ବି ଜାଣେନା l

ହେ ପ୍ରିୟ ତମା, କହି ରଖୁଛି ଏଠି

ତମ ଅଧରରେ ଟିକିଏ ହସ

ମୋ ବଞ୍ଚିବାର ଶତାୟୁ ବାହାନା

ଟୋପାଏ ବି ଲୁହ

ମାଟିରେ ପଡ଼ିବାକୁ ଦିଅନା ॥


Rate this content
Log in

Similar oriya poem from Classics