ଜୀବନ ଗୀତା-୨୮୫
ଜୀବନ ଗୀତା-୨୮୫
ଜୀବନ ଫୁଲର ଅନେକ ପାଖୁଡା
ପ୍ରତି ପାଖୁଡାରେ ପ୍ରୀତି କଲମରେ
ଲେଖିଦିଏ ବିହି ଗୀତର ମୁଖୁଡା ॥୦॥
ଜୀବନ ଗୀତର ଅନ୍ତରା ପଦ
ଲେଖଇ ସମୟ ଭଲ ବା ମନ୍ଦ
ସମୟ ଭଲ ସବୁତ ଭଲ
ମନ୍ଦରେ ଜୀବନ ଉଖୁଡ଼ା ଉଖୁଡ଼ା ॥୧॥
ଜୀବନ ପାଖୁଡ଼ା ରଙ୍ଗରେ ଭରା
କେବେ ଛାଇ କେବେ ପଡ଼ଇ ଖରା
କେବେ ଉଜ୍ଜଳେ କେବେ ମଉଳେ
କେବେ ଛିଡ଼ିଯାଇ ଟୁକୁଡ଼ା ଟୁକୁଡ଼ା ॥୨॥