ଅତୀତ
ଅତୀତ
ପ୍ରତାପ ନାୟକ
7008054282
ପ୍ରେମର ଫଲ୍ଗୁରେ ବନ୍ଧାହୋଇ ତୁମେ
ଚାଲିଗଲ ହାତଛାଡି
ବିରହ ଜୁଇରେ ଜଳୁଅଛି ମୁହିଁ ମନାସୀ
ଶୁଭ ତୁମରି
ରୁଣୁଝୁଣୁ ତୁମ ପାଦର ପାଉଁଜି
ଗୁଣୁଥାଉ ଶାଶୁଘରେ
ବିଦଗ୍ଧ ଯନ୍ତ୍ରଣା ମୋର ହୃଦୟରେ
ବାଜୁଥାଉ ନିରନ୍ତରେ
ଝରାହସ ତୁମ ସଦା ଝରୁଥାଉ
ତୁମରି ନାଲି ଓଠରେ
ପ୍ରିତୀ ସିନ୍ଦୁକକୁ ବୋହି ମଥାନରେ
ରଖିଛି ମୋର ପାଖରେ
ସିନ୍ଦୁର ତୁମର ଝଟକିବ ସଦା
କଂକଣ ଝଂକାର ଶୁଭୁଥିବ
ତୁମ ଅଭାବକୁ ପ୍ରାଣ ସଦା ମୋର
ମରି ମରି ଯାଣ ବଂଚୁଥିବ
ଅତୀତ ଆମର ସପନ ପରିକା
ତୁମ ମନ ଭୁଲି ଯାଇଥିବ
ସତର ପାଉଣା ଉଦ୍ଧାର ପାଇଁ ସେ
ମୋ ଚାରିପଟେ ଘୁରିବୁଲୁଥିବ
ମୋ ଚାରିପଟେ ଘୁରିବୁଲୁଥିବ