Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Classics Tragedy

5.0  

ବି. ନିରୁପମା

Classics Tragedy

କେମିତି ସହିବି ତାହା

କେମିତି ସହିବି ତାହା

1 min
247



ତୁମ ପରେ ଏତେ ଭରସା କରି ମୁଁ

ଭୋଗିଲିଣି କେତେ ସଜ୍ଜା ,

ଏ ମରମ କଥା ଆଉ କେ ଜାଣିଲେ

ଉଡ଼େଇବେ ତୁମ ମଜା...

କେମିତି ସହିବି ତାହା ;

ମୋହ ଲାଗି ତୁମ ଯଶରେ କଳଙ୍କ

ନ ଲାଗୁ ହେ ଚଉବାହା ।(ଘୋଷା)


ହତାଦର ମୋତେ କଲେ କର ପଛେ

ଦେଲେ ଦିଅ ଯେତେ କଷ୍ଟ ,

ତଥାପି ତୁମକୁ ଭଜୁଥିବି ନିତି

ଭକ୍ତିଭରେ କରି ଇଷ୍ଟ ।

ନେଲେ ନିଅ ଯେତେ ପରୀକ୍ଷା ମୋହର

ଭାବନା କରିଛ ଯାହା ।(୧)


ମୋହ ଲାଗି ତୁମ ଯଶରେ କଳଙ୍କ

ନ ଲାଗୁ ହେ ଚଉବାହା ।


ଏ ଜନମେ ହେତୁ ପାଇବା ଦିନରୁ

ତୁମକୁ ଦେଇଛି ମନ ,

ଆପଣାପଣର ସୁଯୋଗ ଉଠେଇ

ମାଗିନାହିଁ ଧନ, ଜନ ।

କହିନାହିଁ ଦିଅ ସରଗର ସୁଖ

ମୋ ଲାଗି-ଅଲୋଡ଼ା ତାହା ।(୨)


ମୋହ ଲାଗି ତୁମ ଯଶରେ କଳଙ୍କ

ନ ଲାଗୁ ହେ ଚଉବାହା ।


ଦେଲେ ଦିଅ ତୁମ କୃପାରୁ କଣିକେ

ପାଇଲେ ମୁଁ ଯିବି ତରି ,

କଣିକାଏ ତହୁଁ ଊଣା ହୋଇଗଲେ

ଭଣ୍ଡାର କି ଯିବ ସରି !

ତୁମ କିରତିରେ ବାଧା ପଡ଼ିବ କି

ମୋତେ ହେଲେ ବାରେ ସାହା ।(୩)


ମୋହ ଲାଗି ତୁମ ଯଶରେ କଳଙ୍କ

ନ ଲାଗୁ ହେ ଚଉବାହା ।।


ବି. ନିରୁପମା

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।


Rate this content
Log in

Similar oriya poem from Classics