Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr.Sashi Bhushan Mohapatra

Abstract

5.0  

Dr.Sashi Bhushan Mohapatra

Abstract

ଫନି ଗଲାପରେ ତଥାପି ଅନ୍ଧାର

ଫନି ଗଲାପରେ ତଥାପି ଅନ୍ଧାର

1 min
235



ଫନି ଗଲାପରେ

ଦୁଃଖ ଅପ୍ରମିତ

ଯନ୍ତ୍ରଣା ବର୍ଣ୍ଣନାତୀତ,

ସନ୍ଧ୍ୟା ନଇଁଲେ ଗାଁ ଓ ସହର

ସବୁଆଡେ ଘନ ଅନ୍ଧାର |

କ୍ଷୟ କ୍ଷତି ହୋଇଛି ବ୍ୟାପକ

ଆକଳନ କରିବା ଅସମ୍ଭବ |

ପାଣି ନାହିଁ,ଖାଦ୍ୟ ନାହିଁ

ବିଜୁଳି ନାହିଁ,ଫୋନ ନାହିଁ

ପେଟ୍ରୋଲ ନାହିଁ,ଯୋଗା ଯୋଗ ନାହିଁ

ନୋଟ ନାହିଁ ଇଣ୍ଟରନେଟ ନାହିଁ

ପ୍ରଶାସନ, ପାଖେ ପହଂଚି ନାହିଁ

ଦିନ ଦିନ ବିତିଲାଣି

ତଥାପି ଜୀବନ

ଆଶ୍ଵସ୍ତ ହୋଇନାହିଁ

ଭୋକ ଓ ଶୋଷରେ

ବୁନ୍ଦାଏ ପାଣି ପାଇଁ

ବାଲ୍ଟି, ଗରା,ବକେଟ ଧରି

ସବୁଆଡେ ଲାଗିଛି ଲମ୍ବା ଧାଡି

ଜୀବନକୁ ଦୟନୀୟ କରି |


ଫନି ସିନା ଯାଇଛି ଚାଲି

ବିଷ ଜ୍ଵାଳା ସରି ନାହିଁ

ଶ୍ରୀହୀନ ଶ୍ରୀକ୍ଷେତ୍ର

ବେହାଲ ରାଜଧାନୀ

କଟକର ଛଟକ ନାହିଁ

ବାତ୍ୟା ଘାତେ ଜୀବନ ବ୍ୟତିବ୍ୟସ୍ତ

ସବୁଜିମା ଯାଇଛି ଉଜୁଡି

ଭାଙ୍ଗି ଯାଇଛି ଓଡ଼ିଶାର ମେରୁଦଣ୍ଡ |

ଆଜିବି ବିପଦ ଟଳି ନାହିଁ

ଅନ୍ଧାର କରୁଛି ରାଜୁତି

ଶୁଭୁଛି ଏବେବି ଚାରିଆଡେ

ଫନୀର ଫଁ ଫଁ ଶବ୍ଦ |




Rate this content
Log in

Similar oriya poem from Abstract