Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amulya Kumar Panda

Inspirational

2  

Amulya Kumar Panda

Inspirational

ନେତାଙ୍କ ସଜ୍ଞା

ନେତାଙ୍କ ସଜ୍ଞା

1 min
6.7K


 କିଏ କହେ ପୋଡାମୁହାଁ କିଏ ରହିଜଳା

କଳାକୁ ମୁଁ ଧଳା କରେ ଧଳାକୁ ମୁଁ କଳା

ଜନତାଙ୍କ ପାଦ ଧରେ ପରେ ଚିପେ ଗଳା

ନାଆଁ ମୋର ନେତା

ମୋ' କରମ ଜାଣିଗଲେ ବୁଡିଯିବ ଚେତା । .......( ୧ )

ପ୍ରତିଶୃତି ମୋର ସବୁ ପାଣି ଗାର ପରି

ବରଷା ଯୁଆଡେ ହୁଏ ଯାଏ ଛତା ଧରି

ବ୍ୟାଙ୍କ୍ ସଙ୍ଗେ ତ୍ରିଜୋରିରେ ଯାଏ ଧନ ଭରି

ଭୋଟରଙ୍କ ଦୁଃଖେ

ଉପରେ ଲୁହ ଝରାଏ ରହି ମୁହିଁ ସୁଖେ । ....... ( ୨ )

ଶଳା ଶାଳୀ ପୁଅ ଝିଅ ପତ୍ନୀ ନାମେ କୋଠା

ମାଣ ମାଣ ଜମି ମୋର ଗାଡି ଗୋଟା ଗୋଟା

ନଥିବେ ଏ ସଂସାରରେ ମୋ'ପରି କେ ଚୋଠା

ସଭାଟିରେ ତାଳି

ସଭା ସରିଗଲେ ମୁହିଁ ପାଏ ଖାଲି ଗାଳି । ........ ( ୩ )

ଭଙ୍ଗା କୁ ମୁଁ ଯୋଡି ଦିଏ କମିଶନ ଖାଇ

ରାତି ଅଧେ ଖୁସି ହୁଏ ନାରୀ ସଙ୍ଗ ପାଇ

ସଭା ସମିତିରେ ଭଦ୍ରଲୋକ ବୋଲୁ ଥାଇ

କୁହେ ମୁହିଁ ଯାହା

ବିପରୀତ କାମ କରି ପାଏ ବାହା ବାହା । ........ ( 4 )


ଅମୂଲ୍ୟ କୁମାର ପଣ୍ଡା


Rate this content
Log in

Similar oriya poem from Inspirational