STORYMIRROR

Amulya Kumar Panda

Others

3  

Amulya Kumar Panda

Others

ମାର ନାହିଁ ପର ପେଟକୁ

ମାର ନାହିଁ ପର ପେଟକୁ

1 min
478




ମାର ଯେତେ ଭାଇ ପିଠିରେ ମାରିବ

ପେଟକୁ ମାରନା ମୋଟରୁ

ପିଠିରେ ମାରିଲେ ବାହାରଟା କାଟେ

ପେଟ ଭିତିରିଆ ଚୋଟରୁ

ଲିଭିଯାଏ ପିଠି ଦାଗଟା

ପେଟର ଦାଗଟା ଏତେ ଗହରିଆ

ସତେକି ଭୋକିଲା ବାଘଟା ।


ପିଠିର ଦରଜ ଅପସରି ଯାଏ

ପେଟର ଦରଜ କମେନା

ସେହି ଦରଜରୁ ମନ ପୋଡିଯାଏ

ଆଉ ଭାବ ମୋଟେ ଜମେନା

ସମ୍ପର୍କ ସୁନ୍ଦର ଭାବରୁ

ଅତୁଟ ସମ୍ପର୍କ ଗଢଇ ଯେମିତି

ନାଉରି ତା ପ୍ରିୟ ନାବରୁ ।


ଅନ୍ୟର ପେଟକୁ ଲାତ ମାର ନାହିଁ

ଅବା ପୋଡ ନାହିଁ ମନଟା

ମନ ଥରେ ଯଦି ପୋଡିଯାଏ ଜାଣ

ତୁଚ୍ଛ ସେଠି ଧନ ତନଟା

ମନ କେବେ କା'ର ପୋଡନା

ମନ ପୋଡିଦେଇ ନିଜ ସ୍ବାର୍ଥ ପାଇଁ

ଆଉ ତାଳି ଦେଇ ଯୋଡ଼ନା ।


------------ #ଅମୂଲ୍ୟ_କୁମାର_ପଣ୍ଡା ------------

-------- ଅରଙ୍ଗାବାଦ୍ , ବରୀ , ଯାଜପୁର ---------


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍