ବର୍ଷା
ବର୍ଷା
1 min
841
ବର୍ଷାରେ ଭିଜିଲେ ଯେତେ ମୁହିଁ ଆଜି
ହୃଦୟେ ବଢୁଛି ତାତି
ତୁମ ବିରହରେ ଭଲ ଲାଗୁନାହିଁ
କିବା ଦିନ କିବା ରାତି
ଆଗୋ ମୋର ମଧୁମତୀ
ଦେଖା ଦେଇ ତୁମେ ଦୂରେ ଚାଲିଗଲ
ହୋଇ ମୋର ପ୍ରିୟା ପ୍ରୀତି
ତୁମ ବିରହରେ ଧୀରେ ଧୀରେ ମୋର
ହୃଦୟେ ବଢୁଛି ଦୁଃଖ
ତୁମ ବିରହରେ ଭୁଲି ଯାଇଅଛି
ଅଭୁଲା ସ୍ମୃତିର ସୁଖ
ଆଶ୍ଚର୍ଯ୍ୟର କଥା ଦେଖ
ଦର୍ପଣକୁ ଯେବେ ଅନାଇ ବସେ ମୁଁ
ଦେଖେ ତୁମ ପଦ୍ମ ମୁଖ
________
ଅମୂଲ୍ୟ_କୁମାର_ପଣ୍ଡା
ଅରଙ୍ଗାବାଦ, ବରୀ, ଯାଜପୁର
