STORYMIRROR

Amulya Kumar Panda

Others

4.5  

Amulya Kumar Panda

Others

ବର୍ଷା

ବର୍ଷା

1 min
846



ବର୍ଷାରେ ଭିଜିଲେ ଯେତେ ମୁହିଁ ଆଜି

ହୃଦୟେ ବଢୁଛି ତାତି

ତୁମ ବିରହରେ ଭଲ ଲାଗୁନାହିଁ

କିବା ଦିନ କିବା ରାତି

ଆଗୋ ମୋର ମଧୁମତୀ

ଦେଖା ଦେଇ ତୁମେ ଦୂରେ ଚାଲିଗଲ

ହୋଇ ମୋର ପ୍ରିୟା ପ୍ରୀତି


ତୁମ ବିରହରେ ଧୀରେ ଧୀରେ ମୋର

ହୃଦୟେ ବଢୁଛି ଦୁଃଖ

ତୁମ ବିରହରେ ଭୁଲି ଯାଇଅଛି

ଅଭୁଲା ସ୍ମୃତିର ସୁଖ

ଆଶ୍ଚର୍ଯ୍ୟର କଥା ଦେଖ

ଦର୍ପଣକୁ ଯେବେ ଅନାଇ ବସେ ମୁଁ

ଦେଖେ ତୁମ ପଦ୍ମ ମୁଖ

________

ଅମୂଲ୍ୟ_କୁମାର_ପଣ୍ଡା

ଅରଙ୍ଗାବାଦ, ବରୀ, ଯାଜପୁର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍