STORYMIRROR

Amulya Kumar Panda

Others

3  

Amulya Kumar Panda

Others

ମୌସୁମୀ ଗୋ

ମୌସୁମୀ ଗୋ

1 min
132

ମୌସୁମୀଗୋ ତୁମେ ଜ୍ଵଳନ୍ତ ପ୍ରାଣର

ନୀଳ ଜଳ ରାଶି ସିନ୍ଧୁ 

ମନ ଉପବନେ ଶୀତଳ ପରଶ 

କୋଟିଏ ପ୍ରାଣର ବିନ୍ଦୁ 


ମୌସୁମୀଗୋ ତୁମେ ଦୂର ଅକାଶରେ 

ଚାତକର ଦିବ୍ୟ ଦୃଷ୍ଟି 

ମରୁ ପ୍ରାନ୍ତରରେ ଆଶାର କିରଣ 

ସବୁଜ ବନାନୀ ସୃଷ୍ଟି 


ମୌସୁମୀଗୋ ତୁମେ ଚାଷୀର ଭରଷା

ସୁବର୍ଣ୍ଣ କ୍ଷେତର ଆଶା

ମରତ ଭୂଇଁରେ ମାଟିର ମହକ

କବିର ହୃଦୟ ଭାଷା


ମୌସୁମୀଗୋ ତୁମେ ବେଙ୍ଗୁଲୀ ରାଜ୍ୟର

କୋଳାହଳ ଭରା ହାଟ

ମଖମଲି ଘାସ ଗାଲିଚା ଉପରେ

ସାଧବ ବୋହୂର ପାଟ


ମୌସୁମୀଗୋ ତୁମେ କୁନି ପିଲାଙ୍କର

କାଗଜର ଭସା ନାଆ 

ମନ୍ଦ ମନ୍ଦ ହସ ଖରାର ଡହକେ

ଜୀବନ ଶୀତଳ ବାଆ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍