ମୌସୁମୀ ଗୋ
ମୌସୁମୀ ଗୋ
1 min
122
ମୌସୁମୀଗୋ ତୁମେ ଜ୍ଵଳନ୍ତ ପ୍ରାଣର
ନୀଳ ଜଳ ରାଶି ସିନ୍ଧୁ
ମନ ଉପବନେ ଶୀତଳ ପରଶ
କୋଟିଏ ପ୍ରାଣର ବିନ୍ଦୁ
ମୌସୁମୀଗୋ ତୁମେ ଦୂର ଅକାଶରେ
ଚାତକର ଦିବ୍ୟ ଦୃଷ୍ଟି
ମରୁ ପ୍ରାନ୍ତରରେ ଆଶାର କିରଣ
ସବୁଜ ବନାନୀ ସୃଷ୍ଟି
ମୌସୁମୀଗୋ ତୁମେ ଚାଷୀର ଭରଷା
ସୁବର୍ଣ୍ଣ କ୍ଷେତର ଆଶା
ମରତ ଭୂଇଁରେ ମାଟିର ମହକ
କବିର ହୃଦୟ ଭାଷା
ମୌସୁମୀଗୋ ତୁମେ ବେଙ୍ଗୁଲୀ ରାଜ୍ୟର
କୋଳାହଳ ଭରା ହାଟ
ମଖମଲି ଘାସ ଗାଲିଚା ଉପରେ
ସାଧବ ବୋହୂର ପାଟ
ମୌସୁମୀଗୋ ତୁମେ କୁନି ପିଲାଙ୍କର
କାଗଜର ଭସା ନାଆ
ମନ୍ଦ ମନ୍ଦ ହସ ଖରାର ଡହକେ
ଜୀବନ ଶୀତଳ ବାଆ
