Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Inspirational

3  

Prasanna Kumar Madala

Inspirational

ରଙ୍ଗମଞ୍ଚ

ରଙ୍ଗମଞ୍ଚ

1 min
6.6K


ଲୋକାରଣ୍ୟ ବଡ ଘଞ୍ଚ ବନ୍ଧୁର ଏ ପଥେ

ଦୁନିଆଁ ଯେ ରଙ୍ଗମଞ୍ଚ ଜୀବନ ନାଟକେ ,

ସହି ଯେତେ ପ୍ରତିଘାତ ଦେହର ଏ ରଥେ

ଅବରୁଦ୍ଧ ପ୍ରାଣ ବାତ ନିଃଶ୍ୱାସ ଫାଟକେ ।

ଯୁଗଧର୍ମେ ମତିବାନ ସଭ୍ୟତା ପ୍ରତୀକ

ପଦାର୍ପଣେ ଗତିବାନ ରଙ୍ଗ ଭୂମି ତଳେ ,

ନବରସେ ଛନ୍ଦ ତୋଳି ପରଷେ ରତିକ

ଭୂମିକାର ରଙ୍ଗ ବୋଳି ଅଭିନୟ ବଳେ ।

ପରିପାଟୀ ନାନା ବେଶ ଭୂମିକାକୁ ଲେଖି

ଭ୍ରୂକୁଟି ନଚାଇ ଲେଶ ଭାବ ଯେ ପ୍ରକାଶ ,

ମନ୍ତ୍ର ମୁଗ୍ଧ କରେ କଳା ଦର୍ଶକଙ୍କୁ ଦେଖି

ନିଜତ୍ଵ ପାସୋରି ଭଲା ନୈପୁଣ ସକାଶ ।

ରଙ୍ଗମଞ୍ଚେ ଲାସ୍ୟମୟୀ କୁଞ୍ଜର ଗାମିନୀ

ଅଭିନେତ୍ରୀ ହାସ୍ୟମୟୀ ପ୍ରସ୍ଫୁଟନେ ଲୀନ ,

ଶୋକର ଉତ୍କର୍ଷ ଘେନି ନିସ୍ତବ୍ଧ ଯାମିନୀ

ବିବସିତା ଯାଜ୍ଞସେନୀ ତ୍ରସ୍ତା ସାହା ହୀନ ।

ବିରସ ଭାବ ନିଯୋଗେ ଆନ୍ଦୋଳନ ଘାତ

ବିହ୍ଵଳେ ଭାଷ୍ୟ ବିଯୋଗେ ଯବନିକା ପାତ ।

ପ୍ରସନ୍ନ କୁମାର ମାଦଳା


Rate this content
Log in

Similar oriya poem from Inspirational