Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Manorama Mohanty

Inspirational

3  

Manorama Mohanty

Inspirational

ହସିଲେ ଆମ ଶିଶୁ ଜଗତ

ହସିଲେ ଆମ ଶିଶୁ ଜଗତ

1 min
199


ଏ ଦେଶର କୁନିକୁନା ଯେତେଶିଶୁ କଳିକା 

ଏ ଦେଶର ଉପବନେ ଶୋଭା ନାନା ଭଳିକା ।


କାଲିକି କାଲି ରେ ସିଏ ଫୁଲ ପରି ଫୁଟିବେ 

ସଉରଭ ଭରି ଦେହେ ସମୀରଣେ ଲୋଟିବେ ।


ଦରିଆ ରେ ବୁଡି ବୁଡି ପାଣି ପଙ୍କ ମାପିବେ 

ଆକାଶ ରେ ଉଡିଉଡି ଗ୍ରହ ତାରା ଦେଖିବେ ।


ପାହାଡ଼ରେ ଚଢି ପୁଣି ସମତଳେ ଚାହିଁବେ 

ନଈ ନାଳ ବିଲବଣ ଏକାକାର ଭାବିବେ ।


ତାଙ୍କରି ସବୁରି ଦେହେ ଏକା ନାଲିରକତ 

ଦେଶ ସେବା ପାଇଁ ସର୍ବେ ହୋଇ ଅନୁପ୍ରାଣିତ ।


ଜନ୍ମମାଟି ଗଉରବ ତାଙ୍କପାଇଁ କାମ୍ୟ 

ସେମାନଙ୍କ ହୃଦୟରେ ଭରି ଅଛି ସାମ୍ୟ ।


ସେମାନଙ୍କ ଦେହେ କେଉଁ ଅଙ୍ଗ ନୁହେଁ ନ୍ୟୂନ 

ପ୍ରତିଟିର ସମାହାରେ ଶିଶୁ ପରିପୂର୍ଣ୍ଣ ।


ସେମାନେ ପରା ଆମର କୋଟି ଶିଶୁ କଳିକା 

ଭାରତର ଉପବନେ ଯେତେ ଭଳି ଭଳିକା ।


 ଯେବେ ହସିବ ଆମ ସାରା ଶିଶୁ ଜଗତ 

ତେବେ ଯାଇ ହସିବରେ ଆମ ଦେଶ ଭାରତ ।


 


Rate this content
Log in