Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr Jharana Satapathy

Inspirational

3  

Dr Jharana Satapathy

Inspirational

ଧନୁର୍ଦ୍ଧର

ଧନୁର୍ଦ୍ଧର

1 min
361



ଲକ୍ଷ୍ୟ ଅଛି ମୋର ମାରିବି ମୁଁ ତୀର

ମନରେ ଏତିକି ପ୍ରତିଜ୍ଞାମୋର 

ନ ମାନିବି କେବେ ହାର

ମୁଁ ପରା ଅଟେ ବୀର ଧନୁର୍ଦ୍ଧର ।


ଜିତିବି ମୁଁ ବାଜି,ଧନୁର୍ଦ୍ଧର ସାଜି 

ଗାଇବେ ସବୁ ମୋର କିର୍ତିରାଜି

ଲକ୍ଷ୍ୟର ଦିଗ ଦିନେ ହେବ ସଫଳ

ମନରେ ଅଛି ସାହାସ ସହ ବଳ ।


ରହିଛି ମନରେ ବଡ ଅଭିଳାସ

ହରାଇନି ଧୈର୍ଯ୍ୟ ଆଉ ସାହାସ

ହୋଇବ ସଫଳ ନିଶ୍ଚୟ ଏଥର

ଲକ୍ଷ୍ୟ କରି ସ୍ଥିର ହୋଇଛି ଅଗ୍ରସର ।


ଏକାଗ୍ରତା କରି ମନକୁ ମୋର

ଲକ୍ଷ୍ୟଭେଦ କରିବ ମୋ ତୀର

ନିଣ୍ଣୟ ହେବ ଏଠି କିଏ ଧନୁର୍ଦ୍ଧର

ଜାଣିବେ ସବୁ ନାମଟି ମୋର ।


ଘର ମୋର ଅଟେ ପର୍ଶୁରାମପୁର 

ମୁଁ ପରା ସେହି ପର୍ଶୁରାମ ବୀର ।




Rate this content
Log in

Similar oriya poem from Inspirational