ଲୁହର ଆନନ୍ଦ
ଲୁହର ଆନନ୍ଦ
ଲୁହର ଆନଂଦ
କେତେ ଯେ ଆନଂଦ
ଲୁହବିନ୍ଦୁଟେ ହୋଇ ଜକେଇ ହେବାକୁ
ନିଜେ ଓଦା ହୋଇ
ଶୁଖାଇ ତ ପାରିବି ଛାତି ଭିତର
ଦୁଃଖର ବନ୍ୟା ପ୍ଲାବନକୁ ।
କେତେ ଯେ ଆନଂଦ
ଲୁହଧାର ହୋଇ ଗଡିଯିବାରେ
ବିନ୍ଦୁସବୁକୁ ଗୋଟାଇଆଣି
ଅଜାଡି ଦେଇ ତ ପାରିବି
କୋହର ବହ୍ନିକୁ ଲିଭାଇବାକୁ ।
କେତେ ଯ ଆନଂଦ
ଲୁହର ନଈଟିଏ ହୋଇ ବହିଯିବାରେ
କେତେ ମଉଜ ହେବ
ପ୍ରସାରିତ ଲୁହଧାର ସବୁ ଏକାଠି
ଦୁଃଖସବୁ ବାଂଟି ଆଗେଇଯିବାରେ ।
କେତେ ଯେ ଆନଂଦ
ଲୁହନଈରୁ ସମୁଦ୍ରଟେ ହେବାରେ
ସମୂହ କୋହର ଢ଼େଉକୁ
ବାଡେଇ ଚୁରମାରି କରି ହଜାଇ ଦେବାକୁ
ସମୟ ସୈକତର ଅନଃହୀନ ଇଲାକାରେ ।