Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Abstract Inspirational Others

3  

Geeta Sarangi

Abstract Inspirational Others

ଜୀବନ ଗୀତା-୩୩୫

ଜୀବନ ଗୀତା-୩୩୫

1 min
212


ଜୀବନ ଭିତରେ ଦେବତ୍ୱର ସତ୍ତା

ରହିଛି ରହିଥିବ

କୀଟଠୁଁ ପତଙ୍ଗ ସବୁରି ଭିତରେ

ବିଜେ ପରମବ୍ରହ୍ମ ॥୦॥

ଅଂଧାର ଭିତରେ ଆଲୋକ ଥାଏ

ବିଷାଦ ଭିତରେ ଆନନ୍ଦ

ଦୁଃଖର ଭିତରେ ସୁଖ ରହିଥାଏ

ବିଷର ମଧ୍ୟେ ମକରନ୍ଦ

ଅନୁଭବୀ ଏକା ବିପରିତ ସତ୍ତା

କରଇ ଅନୁଭବ ॥୧॥

ନୈରାଶ୍ୟ ଭିତରେ ଆଶାର ଜ୍ୟୋତି

ପାଉଁଶ ତଳର ଅନଳ

ଆତ୍ମାର ଭିତରେ ପରମ ଆତ୍ମା

ପଙ୍କରୁ ଜନମ କମଳ

ମହାନ ଯେ ଆତ୍ମା ଐଶ୍ୱରୀୟ ସତ୍ତା

କରଇ ଅନୁଭବ ॥୨॥


Rate this content
Log in

Similar oriya poem from Abstract