ସ୍ୱାସ୍ଥ୍ୟ ପାଇଁ ଖେଳ
ସ୍ୱାସ୍ଥ୍ୟ ପାଇଁ ଖେଳ
ଦୁଆରେ ବସିଣ ଜେଜେ ଡାକିଲେଣି
କୁନୁ ମୁନୁ ଶୁଣ ଶୁଣ
ଖେଳ ପଡିଆରେ ହେଲାଣି ଚହଳି
ବେଟ ବଲ ସାଥେ ଆଣ l
ଚାହିଁ ରହିଅଛ ମୋବାଇଲ ତୁମେ
ସେଥିରେ ମିଳେ କି ବଳ
ଖେଳ କସରତ କରିଲେ ଜାଣ
ଦେହରୁ ବହିବ ଯେ ଝାଳ l
ମାଂସପେଷୀ ତୁମ ହୋଇବ ସୁଦୃଢ
ଖେଳକୁଦେ ଲଗାଇଲେ ତୁମେ ମନ
ଶାରୀରିକ ସୁସ୍ଥତା ବଜାୟ ରହିବ
ଆନନ୍ଦ ଉଲ୍ଲାସେ ବିତିବ ଦିନ l
ହସିବ ବସିବ ସାଙ୍ଗସାଥୀ ମେଳେ
ଲଭିଣ ନୂଆଁ ନୂଆଁ କୌଶଳ
ଚାରିକାନ୍ଥ ମଧ୍ୟେ କିସୁଖ ରହିଛି
ପାଇବୁ ଲୋଟିଣ ମାଟିମା ' କୋଳ l
