Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sisir Panda

Inspirational

3  

Sisir Panda

Inspirational

ପଢିବାକୁ ଦିଅ ଛାଡ଼ି

ପଢିବାକୁ ଦିଅ ଛାଡ଼ି

1 min
6.9K



ଦୀପା ସିପୁ ବସି ପାଠ ପଢ଼ୁଥିଲେ

ଦୀପାକୁ ଡାକିଲା ଆଈ

କହିଲା, ହଇଲୋ ପାଠ ତୁ କାହିଁକି

ଭାଇ ପାଖେ ପଢ଼ୁ ଯାଇ ?

ପାଠ ପଢ଼ି ତୁହି କି ଲାଭ କହିଲୁ

ସରଗ କାହାକୁ ନବୁ

ଝିଅ ହୋଇ ଯଦି ପାଠ ତୁ ପଢ଼ିବୁ

ଖାଲି ବଦନାମ ହବୁ ।

ଘର କାମ ତେଣେ କାହିଁରେ କେତେଯେ

ସେକଥା ଦିଶୁନି ତତେ

ପାଠ ପଢ଼ି ଭାବୁ ଡାକତର ହବୁ

ମରଣ ନାଇଁଲୋ ମତେ !

ଆର ଘରେ ଥାଇ ସବୁ ଶୁଣୁଥିଲେ

ମୋ ମାଉସୀ ପୁଅ ଭାଇ

ପଦାକୁ ଆସିକି କହିଲେ , ହଇଲୋ

ପାଗଳୀ ହେଲୁ କି ଆଈ ?


ଝିଅ ମାନଙ୍କୁ ତୁ କଅଣ ଭାବୁଛୁ

ନାହିଁତ ସେ ଯୁଗ ଆଉ

କିଛି ନ ଜାଣିକି ଦୀପାଟା ଉପରେ

ହେଉ ଖାଲି ରାଉରାଉ !

ଆଜିକା ଯୁଗରେ ପୁଅ ଠାରୁ ଝିଅ

କେଉଁଠି କଅମ ନୁହେଁ

ଇଚ୍ଛାଶକ୍ତି ଥିଲେ , ସୁଯୋଗ ପାଇଲେ

ଜହ୍ନ ରାଇଜକୁ ଛୁଏଁ ।

ପୁଅ ଝିଅ କିଛି ଫରକ ନ ଦେଖି

ପଢ଼ିବାକୁ ଦିଅ ଛାଡ଼ି

ଝିଅ ଖାଲି ଘର କାମ ଯେ କରିବ

ଏକଥା ମନରୁ କାଢ଼ି ।


ଶିଶିର କୁମାର ପଣ୍ଡା

କୁଆଁସ , ମେରଦା କାଟିଆ

ଯାଜପୁର


Rate this content
Log in

Similar oriya poem from Inspirational