Audio

Forum

Read

Contests

Language


Write

Sign in
Wohoo!,
Dear user,
ପଲ୍ଲୀ ସକାଳ
ପଲ୍ଲୀ ସକାଳ
★★★★★

© Bela Bhumi

Inspirational Fantasy

1 Minutes   6.9K    7


Content Ranking

କାକ ରାବିଳେଣି ପିକ ଗାଇଲେଣି

କୁମ୍ଭାଟୁଆ ହେଲେ ଭାଟ

ପଲ୍ଲୀବାଳା ସବୁ ଗାଧୋଇ ଗଲେଣି

ଚହଟେ ନଈର ତୁଠ ,

ଧିମି ଧିମି ଧୂପ ମହକର ସାଥେ

ବେତାର ଭକ୍ତି ସଙ୍ଗୀତ  

ମଳୟେ ଖେଳିଲା ଜଣାଇ ଜଣାଇ

ଆସିଗଲା ସୁପ୍ରଭାତ ,

ଗାଁ ଦାଣ୍ଡେ ବୁଲି କୁକ୍କୁଟ କହିଲେ

ଉଠ ନକରିଣ ମଠ

ମନ୍ଦିରୁ ଶୁଭିଲା ଘଣ୍ଟ ଘଣ୍ଟା ସାଥେ

ଶଙ୍ଖ ଧ୍ଵନୀ ମନ୍ତ୍ର ପାଠ,

ସିନ୍ଦୁରି ସିନ୍ଦୁରି ପୂରବ ଆକାଶ 

ବିହଙ୍ଗେ ଗାଇଲେ ଗୀତ

ସୁସୁପ୍ତ ପରାଣେ ‘ବାସ୍ତବର ଛୁଆଁ ‘

ସତେ ! କେତେ ପ୍ରାଣବନ୍ତ .. ।।

ତପନ ଦୀକ୍ଷିତ(ବେଳାଭୂମି)

ନାଶିକେଶ୍ୱର, କାକଟପୁର, ପୁରୀ

କାକ ସୁପ୍ରଭାତ ଗାଁ

Rate the content


Originality
Flow
Language
Cover design

Comments

Post


Some text some message..