Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Inspirational

3  

Prasanna Kumar Madala

Inspirational

ସେବା ପରମ ଧର୍ମ ( ଶିଶୁକବିତା )

ସେବା ପରମ ଧର୍ମ ( ଶିଶୁକବିତା )

1 min
7.3K


କୋରାପୁଟ ଜିଲ୍ଲା      ବନସ୍ତରେ ଥିଲା

ବାଉଁଶ ଝାଡିର ଘର

ମୁଠାଏ ପଖାଳ     ଘେନି କାଟେ କାଳ

ଝିଅଟିଏ ନାଆଁ ସର ।

ବଣ ମୂଲକରେ       ବଞ୍ଚି ତୁଲ କରେ

ଜୀବିକା ତ ସ୍ଥିର ନାହିଁ

ସାଙ୍ଗ ସାଥୀ ମେଳେ   ହସି ବୁଲି ଖେଳେ

ଜୀବଜନ୍ତୁ ଦେଖି ଚାହିଁ ।

ପକ୍ଷୀ ଛୁଆ ପଡି      ଥିଲେ ଗଛ ଚଢି

ଥୋଇ ଦିଏ ରାବି ରାବି

ମାନବ ସେବାକୁ     ଆବୋରି ନେବାକୁ

ମନ ବଳାଇଲା ଭାବି ।

ଜୀବେ ଦୟା ଭାବ     ପାଇଁ ସିନା ଲାଭ

ଆତ୍ମସନ୍ତୋଷ ହିଁ ସାର

ସେବା କରିବାର     ଇଚ୍ଛା ଯୋଗୁଁ ତାର

ଗରିବୀ ମାନିଲା ହାର ।

ବଡ ହୋଇ ସିଏ       ଭାବିଲାନି କିଏ

ଆପଣାର ଅବା ପର

ସମସ୍ତ ପ୍ରକାର        ପର ଉପକାର

ପାଇଁ ଧାଏଁ ଛାଡି ଘର ।

ଛୋଟ ପିଲା ଦେଖି   ପଢା ଲେଖା ଲେଖି

ପାଇଁ ସେ ବୁଝାଇ କହେ

ଡାକ୍ତରଙ୍କ ଦେବା     ଔଷଧରେ ସେବା

କରି ରୋଗୀ ପାଶେ ରହେ ।

କରି ମିଳାମିଶା       ଛାଡିବାକୁ ନିଶା

ଲୋକଙ୍କୁ ବୁଝାଇ ଥାଏ

ସର ନାନୀ ଆମ    କେତେ ତାର ନାମ

ସଭିଙ୍କ ଆଦର ପାଏ ।

ଯଦି ତାଙ୍କ ଭଳି      ପଥେ ଯିବା ଚଳି

ଦିନୁ ଦିନ ହୋଇ ଶକ୍ତ

ଜନ ହିତେ ଥିଲେ     ଜାଣି ଥାଅ ପିଲେ

ବୋଲାଇବା ଦେଶଭକ୍ତ ।

ପ୍ରସନ୍ନ କୁମାର ମାଦଳା


Rate this content
Log in

Similar oriya poem from Inspirational