Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dillip Badatya

Romance

2  

Dillip Badatya

Romance

ବର୍ଷା

ବର୍ଷା

1 min
1.1K


ବର୍ଷା

ତୁମ ଆଗମନେ

ଚିତ୍ର ଶିଳ୍ପୀଟିଏ ଆଙ୍କୁଥାଏ

ତୁମ ଛବି ତୁମ ରୂପ

ସାହିତ୍ୟ ପୃଷ୍ଠାରେ   |

କେତେ ଅସୁମାରୀ ସ୍ୱପ୍ନ

ସବୁ ଅପାସୋରା ରହେ

ଭଂଗା  ଗଢା ସଂସାରରେ

ଟପ୍ ଟପ୍ ବର୍ଷା ବିନ୍ଦୁ ଧାରେ  |

ଭାଂଗି ଯାଏ ମନ

କରାଳ ଛାୟାରେ

ଗଢି ଉଠେ  ଅନେକ ପ୍ରାସାଦ

କାଗଜ ଡଂଗାରେ   |

ମୁଁ ଏମିତି ଅନେଇ ଥାଏ

ତୁମେ ଆସିବ

ଧିରେ ଧିରେ

ରାଜକୀୟ ଭଂଗୀରେ

ମେଘ ମହ୍ଲାର ସାଙ୍ଗରେ

ବିଜୁଳୀ ରୋଷଣୀ ନେଇ

ସବୁଜ ବର୍ଣ୍ଣାଳୀର

ପତ୍ରରେ ପତ୍ରରେ   |

ଫାଟି ଉଠେ ବିଲ ବାଡି

କୁମ୍ଭାଟୁଆ  ଗୀତରେ

ନାଚି ଉଠେ ତରୁଲତା

ତୁମ ମଧୁର ସ୍ପର୍ଶରେ |

 ତୁମ ପାଇଁ କୁସୁମିତ ହୁଏ   

ଯୁଇ ଯାଇ କଦମ୍ବ ,ଚମ୍ପା ,ଟଗର

ବସୁନ୍ଧରା ଭେଟି ଦିଏ

ଜାମୁ କୋଳି ,ବରକୋଳି

ତାଳ ଓ ପଣସ  ସମ୍ଭାର   |

ଆଷାଢ଼ର ତାଳେ ତାଳେ

ଶ୍ରାବଣର ସୁର ସଂଗୀତରେ

କୋଳେଇ ଯେ ନେଲ ତୁମେ

ଧରଣୀକୁ ରୂପରେ, ରସରେ, ଗନ୍ଧରେ

ଆଲିଂଗନ  କଲ

ତୁମେ ପ୍ରୀତି ଲଗ୍ନା

ଧରିତ୍ରୀକୁ ପ୍ରୀତିରେ ପ୍ରୀତିରେ   |

 

ଦିଲ୍ଲୀପ କୁମାର ବାଡତ୍ୟା

ଜବାହର ନବୋଦୟ ବିଦ୍ୟାଳୟ

ଗୁରୁଜଂଗ ,ଖୋରଧା

 


Rate this content
Log in

Similar oriya poem from Romance