STORYMIRROR

Dillip Badatya

Others

3  

Dillip Badatya

Others

ହେ ମୌସୁମୀ

ହେ ମୌସୁମୀ

1 min
13.6K


ହେ ମୌସୁମୀ

ଦିଲୀପ କୁମାର ବାଡତ୍ୟା

ତୁମ କଳ୍ପନାରେ
ଅନେକ...
ଅନେକ ଆନନ୍ଦ,
ମନ-ପବନରେ
ତୁମ ପ୍ରେମର ମହକ
ତୁମେ ଆସ
ପତ୍ରରେ ଫୁଲରେ
କିଶଳୟର ହରିତିମାରେ
ମାଟିର ମହକ ନେଇ
ସୁଶୀତଳ ସ୍ପର୍ଶରେ ଛୁଇଁ
ପଶିଆସ ହୃଦୟର ଝରକା 
କବାଟ ଦେଇ,
ହେଲେ ବଂଚିରୁହ
ଅନାଗତ ପ୍ରେମର ପ୍ରତୀକ ହୋଇ,
ତୁମ ଆଗମନେ
ମନ ହୁଏ ଆନମନା,
ଆଉ ସହିହୁଏ ନାହିଁ
ତୁମ ବିରହ ବେଦନା, 
ତୁମେ ଆସ...
ତୁମେ ଆସ...
ରୁଣୁଝୁଣୁ ଶବ୍ଦରେ
ବିଜୁଳିର ପ୍ରତିଟି ଅଗ୍ନିକଣ।ରେ
ଶେଷ ହେଉ ଏ ଗ୍ରୀଷମ ଯାତନା,
ହେ ମୌସୁମୀ !
ଦିଅ ଆଶ୍ୱାସନା,
ଏ ଯାନ୍ତ୍ରିକ ମନୁଷ୍ୟର
ଶତେକ ଭୁଲ ପାଇଁ
ଆଉ କରନା ଅବମାନନା,
ପ୍ରତିଟି ବିନ୍ଦୁରେ
ଯାଅ ତୁମେ
ଛୁଇଁ ଛୁଇଁ
ଆସ...
ଆସ...
ତୁମେ... ଆଷାଢ଼ର
ପହିଲି ପୁଲକ ହୋଇ,
ଏ ପ୍ରତୀକ୍ଷାର ଅନ୍ତ କାହିଁ
ହେ ମୌସୁମୀ !

ଜବାହର ନବୋଦୟ ବିଦ୍ୟାଳୟ

ଗୁରୁଜଂଗ, ଖୋରଧା

*****

 


Rate this content
Log in