STORYMIRROR

Dillip Badatya

Others

2  

Dillip Badatya

Others

ଅପେକ୍ଷା ରେ ଏକା ଏକା

ଅପେକ୍ଷା ରେ ଏକା ଏକା

1 min
351


ମୋ ମନର ସଂଚିତ ଅପୁର୍ଣ୍ଣ ଆଶା ସବୁ

ଯେବେ ମୁକ୍ତି ଖୋଜୁଥିଲା

ସେବେ ଭାସି ଆସୁଥିଲା

ମୋ ଆଖିର ଦରଫୁଟା ଭାଷା ରୂପ ରେ

ସେବେ ତାକୁ ରୋକି ଥିଲା ତୁମର ସ୍ମୃତି ମାନ

ଆଉ ସେ ଅଟକି ଯାଇଥିଲା ତୁମର ଅନ୍ତହୀନ ଅପେକ୍ଷା ରେ I

ହୃଦୟର କରୁଣ ଉଚ୍ଛ୍ବାସ ସବୁ

ଯେବେ ଛୁଇଁବାକୁ ଚେଷ୍ଟା କରୁଥିଲା

ଦୁର ଦିଗନ୍ତ କୁ

ବିରହୀ କବିତା ର ଅଧ ଲେଖା ପଂକ୍ତିରେ

ସେବେ ତାକୁ ରୋକିଥିଲା ତୁମର ନିଷ୍ଠୁର ଧୋକା ପ୍ରତାରଣା

ଆଉ ସେ ସ୍ତବ୍ଧ ହୋଇ ଯାଇଥିଲା

ତୁମର ଅନ୍ତହୀନ ଅପେକ୍ଷାରେ I

ଯେବେ ତୁମ ଆସିବାର୍ ସମୟ ହୋଇଯାଏ

ହୃଦୟ ଆବେଗ ସବୁ

ତୋଳି ଧରନ୍ତି ରାଗ ରାଗିଣୀର

ଏକ ଅପୁର୍ବ ମୂର୍ଛନା

ମୋ ସ୍ପନ୍ଦନର୍ ପ୍ରତିଟି ତନ୍ତ୍ରୀରେ

କିନ୍ତୁ ତାକୁ ବେସୁର କରି ଦିଅନ୍ତି

ତୁମର ନିଷ୍ଠୁର ଶବ୍ଦ ମାନ

ଆଉ ସେ ଫିକା ପଡିଯାଏ

ତୁମର ଅନ୍ତ ହୀନ ଅପେକ୍ଷାରେ I

ମୁଁ ଜାଣିଛି,

ନଦୀ ତାର ଗତି ବଦଳାଇବା ସମ୍ଭବ

ଅମାବାସ୍ୟା ରେ ଚନ୍ଦ୍ର ଉଁଇବା ସମ୍ଭବ କିନ୍ତୁ

ତୁମର

ପାଷାଣ ହୃଦୟରେ ପ୍ରେମ ,ବିଶ୍ବାସ , ଆଉ ସମ୍ପର୍କ ର

ସଂଜ୍ଞା ମିଳିବା ଅସମ୍ଭବ

ଭୂଲ୍ ତୁମର ନୁହେଁ ମୋର ଥିଲା

ସେଥି ପାଇଁ ତ ମୁଁ ତମକୁ ଖୋଜୁଛି

ପ୍ରଭାତ ର ଦିଗନ୍ଟ୍ ବିସ୍ତାରି ନୀଲ ଆକାଶ ରେ ପକ୍ଷୀ ର କାକଳିରେ

ତୁମର ପ୍ରତିଟି ସ୍ମୃତିକୁ ସଜାଡି ବସିଛି ତୁମର ଅନ୍ତ ହୀନ ଅପେକ୍ଷାରେ I




ଦିଲିପ କୁମାର ବଡତ୍ୟା

ଜବହାର୍ ନବୋଦୟ ବିଦ୍ୟାଳୟ

ଖୋରଧା ,ଓଡିଶା


Rate this content
Log in