ଆଜି ବି ଭାରତ
ଆଜି ବି ଭାରତ
ଏଇ ମୋ ଭାରତ ବର୍ଷ
କ୍ଷତ୍ରିୟ ବ୍ରାହ୍ମଣ ଗୈରିକ ବସନ
ବାବା ସ୍ଵାମୀ ଚିର ହର୍ଷ ।
ଗଣ୍ଡେ ଖାଇ ଢୋକେ ପିଇ
ଦଳିତ ଅଥବା ଶୂଦ୍ରାଦି କଦବା
ଜୀବନକୁ ପାରେ ଜୀଇଁ ।
ସେ ଆମର ସୁନା ପୁଅ
ପ୍ରଲୋଭନ ବଳେ ଭୋଟ ପାଇ ଭଲେ
ଅନୁକମ୍ପା ଟିକେ ଥୁଅ ।
ଭାସିଯାଉ ପଛେ କୁଳ
ମାଗଣା ନିବାସ ଭୋଜନ ବିଳାସ
ଯୋଗାଣେ ଦୋହଲୁ ମୂଳ ।
ସମସ୍ତେ ତ ନିର୍ବିକାର
ଜଙ୍ଗଲ ଓ ଜମି ପାଇଁ ଚିତ୍ତେ ଭ୍ରମି
ଦାବି କଲେ ଅଧିକାର ।
ଦାବି କଲେ କିଛି ପଛେ
ଦିବାଲୋକ ଭୁଲି ଖାଏ ମାଡ ଗୁଳି
ବନ୍ଧା ହୋଇ ଖୁଣ୍ଟେ ଗଛେ ।
ନାରୀ ମଧ୍ୟ କଲବଲ
କନ୍ଦୁକର ଯୋଗ୍ୟା ଅବା ଗଣଭୋଗ୍ୟା
ହୋଇ ପାରିଲେ ତ ଭଲ ।
କରୁ ସିନା ଗର୍ଭପାତ
ଚାଲୁଥାଉ ନିତ୍ୟ ନିପୁଣ ବିଶ୍ଵସ୍ତ
ବଳିଷ୍ଠ ଦୁଇଟି ହାତ ।
ହୋଇ ଯାଅ ସାବଧାନ
ମୁନି ଋଷି ଦେଶେ ଭେଦର ବିଦ୍ଵେଷେ
ଗରିବର ଜୟ ଗାନ ।
ପ୍ରସନ୍ନ କୁମାର ମାଦଳା