Audio

Forum

Read

Contests

Language


Write

Sign in
Wohoo!,
Dear user,
ନାମର ମହତ୍ତ୍ୱ
ନାମର ମହତ୍ତ୍ୱ
★★★★★

© Rajesh Kumar Jain

Comedy

2 Minutes   13.4K    3


Content Ranking

ନାମର ମହତ୍ତ୍ୱ

 

ରାଜେଶ କୁମାର ଜୈନ୍ (ଶାନ୍ତିରାଜେଶ)

 

ନାମ ଅନୁସାରେ କର୍ମ,

ଏବେ କରୁଛି କେଉଁ ଅଧମ ?

ନାମର ମହତ୍ତ୍ୱ ଯାଇଛି ସରି,

ଚାଲିଯା କିଛି ଭଲ କାମ କରି ା

ଜୀବନଟା ଏବେ କିରିକିରି,

ଲାଗିବ ନିଜକୁ କିଛି ହେଲାପରି ।

 

ରାମ  : ମର୍ଯ୍ୟାଦାର ନାହିଁ କିଛି କାମ,

        ସବୁଠାରୁ ବେଶୀ ବଦନାମ ।

ଭଗବାନ : କରିଛି ପାନ ଦୋକାନ,

        ଦିନସାରା ଦେଉଛି ଫିଲ୍ମ ଜ୍ଞାନ ।

ଶଙ୍କର  : ଆଉ ହେଉନାହିଁ ତରତର,

              ମାରୁଛି ଧନ ଲୋକଙ୍କର ।

ହନୁମାନ : ଜୀବନରେ ନାହିଁ ଅନୁଶାସନ,

              କରୁଛି ସବୁଦିନେ ନାରୀ ଦର୍ଶନ ।

ଅକ୍ଷୟ : ହୋଇଯାଇଛି ସବୁ ପୁଣ୍ୟର କ୍ଷୟ

              ଚୋରି କେଶ୍ ରେ ଜେଲ୍ ରେ ଥୟ ।

ଜୀବନ :ଶବ୍ଦର ବାଣ ଖାଲି ଟାଣ,

              ନାହିଁ କିଛି କରିବାର ପଣ ।

ସମ୍ରାଟ : ଆଉ କିଛି ନାହିଁ ବାଟ,

              ଶୁଖୁଆ ବିକୁଛି ହାଟ ହାଟ ।

ଗଣେଶ : ଲେଖି ପାରୁ ନାହିଁ ନାମ,

              ଗଧ ଖଟଣିରେ କରମ ବାମ ।

ବିଶ୍ୱାସ : କହୁନାହିଁ କେବେ ସତ,

              ଠକିବାର କଳା ଶତ-ପ୍ରତିଶତ ।

ବୀରବର : ନାମ ବହିଅଛି ବୀରବର,

              କୁକୁର ଦେଖି ଖୋଜେ ବଙ୍କର ।

ସାଧୁ  : ନାମଟି ତା’ର ଅଟଇ ସାଧୁ,

              ଅଫିସ୍ ରେ ଚାଖେ ଲାଞ୍ଚର ମଧୁ ।

ଲକ୍ଷ୍ମୀ : ବୁଲୁଛି ଦୁଆର ଦୁଆର,

              ଭିକ ମିଳୁନାହିଁ ଗୁରୁବାର ।

ସୀତା : ହୋଇଛି ଏବେ ନେତା,

              ଚାରିଆଡ଼େ କାଟୁଛି ଫିତା ।

ଗୀତା : ପଢ଼ିନି ପାଠ ଦଶମ,

              କଥା କୁହେ କିସମ କିସମ ।

ଶାନ୍ତି  : ନାହିଁ ସଦାଚାର ଆଉ ଭକ୍ତି,

              ଶାଶୁ-ବୋହୂ ଦିନସାରା ଯୁକ୍ତି ।

 

ଦ୍ୱାପର ସତ୍ୟ ଯୁଗରେ ନାମରେ ଥିଲା କର୍ମ,

ନାମ ଆଦର୍ଶ ହେଲା ଧର୍ମ,

କଳିଯୁଗେ ନାମରେ ସବୁ ଅପକର୍ମ,

ନାମ ବଦନାମ ହେଲା ଅଧର୍ମ,

ପାଇଛୁ ମଣିଷ ଜୀବନ,

ଜୀବନର ସାରମର୍ମ

କରିଯା କିଛି ପୁଣ୍ୟକର୍ମ ା

ନାମ ପାଇଁ ଆଜି ସବୁ ଖେଳ,

ସାରା ଦୁନିଆଟା ନାମ ପାଇଁ ପାଗଳ ।

 

ଅପର୍ଣ୍ଣା ନଗର, ଚାଉଳିଆଗଞ୍ଜ, କଟକ-୭୫୩୦୦୪

ଫୋନ୍ : ୯୪୩୭୦୨୦୬୧୮

*****

ନାମର ମହତ୍ତ୍ୱ

Rate the content


Originality
Flow
Language
Cover design

Comments

Post


Some text some message..