ଯୁବଶକ୍ତି
ଯୁବଶକ୍ତି
କଲେଜ ସାରା ଗୋଟିଏ ଚାପା ଗୁଞ୍ଜରଣ ଖେଳି ବୁଲୁଛି। ଯେଉଁଠି ଦେଖ୍ ପଢା ଛାଡି ଦଳ ଦଳ ପିଲା କେଉଁ କଥା ଉପରେ ଆଲୋଚନା କରୁଛନ୍ତି ଅନୁଚ୍ଚ ସ୍ୱରରେ। କ'ଣ ହୋଇପାରେ କଥା ଟା।ଅନୁମାନ ଲଗେଇଲି। ହଁ ଆଗରେ କଲେଜ ଇଲେକ୍ସନ୍ ତା ପାଇଁ ଏପରି ହେଉଥିବେ।କିନ୍ତୁ ଇଲେକ୍ସନ୍ ପାଇଁ କଲେଜ ମାହୋଲ ସରଗରମ ରୁହେ; ଆଜି ତ ନିରବ ଝଡ଼ ବୋହୁଛି।ମାମଲା କିଛି ଅଲଗା ନିଶ୍ଚେ।
ଏ ଶୁଣ କ'ଣ ହୋଇଛି କି ? ପିଲାମାନେ କ୍ଳାସ ନଯାଇ ଏମିତି ଦଳ ଦଳ ହୋଇ କ'ଣ କଥା ହେଉଛନ୍ତି ? ପଚାରିଲି ଗୋଟେ ଜୁନିଅର ପିଲାକୁ।
ସେ ଭୟରେ ମୁଁ ଜାଣିନି କହି ଜୋର୍ ଜୋର୍ ପାହୁଣ୍ଡ ପକାଇ ପଳାଇଲା।
ଏ ଜଗାନା ଶୁଣ ତ ? କ'ଣ ହୋଇଛି କି ଆଜି କଲେଜ ଏତେ ଗମ୍ଭୀର ପଚାରିଲି ଜଣେ ପିଅନକୁ।
କେଜାଣେ, ମୁଁ କିଛି ଜାଣିନି ମ ମଳୟବାବୁ କହି ଜଗାନା ଯେମିତି ମୋ ହାବୁଡ଼ରୁ ରକ୍ଷା ପାଇବା ପାଇଁ ଉପକ୍ରମ କରି ପ୍ରିନ୍ସପାଲ୍ ଅଫିସିକୁ ଚାଲିଗଲା।
ଏଥରକ ୟାକୁ ତାକୁ ନ ପଚାରି ସିଧା ଦଳେ ପିଲାଙ୍କ ପାଖକୁ ଯାଇ ପଚାରିଲି କ'ଣ ହୋଇଛି କି କ୍ଳାସ ଫ୍ଲାସ ନାହିଁ, ଏମିତି କ'ଣ ବାହାରେ ବୁଲୁଛ? କଣ ପଢିବାକୁ ମନ ନାହିଁ ? କୁଆଡେ ଆସୁଛ ତାହେଲେ ?
ପିଲା ଗୁଡା ତରବର ହୋଇ କିଏ କୁଆଡ଼େ ଏଁ , ନାଇଁ ଥଙ୍ଗ ମଙ୍ଗରେ କହି ଯେ ଯାହା ବାଟରେ ପଲେଇଲେ।
ଦେଖିଲି ଅରୁଣୀମା ମୋ ଗାର୍ଲ ଫ୍ରେଣ୍ଡ ତା ସାଂଗ ମାନଙ୍କ ସହ ଆସୁଛି।
ମୁଁ ଦଉଡ଼ି ଯାଇ ପଚାରିଲି ,ଅରୁ ଆଜି କ'ଣ ହୋଇଛି କି? କଲେଜ ଟା କେମିତି ଗୁମ୍ ସୁମ୍ ଲାଗୁଛି।ପିଲା ମାନେ କ୍ଲାସକୁ ନ ଯାଇ ଠା କୁ ଠା କଣ ଧୀରେ ଧୀରେ ଗୋଟେ ଗମ୍ଭୀର ଆଲୋଚନା କରୁଛନ୍ତି।ପଚାରିଲେ କିଛି ନ କହି ଥଙ୍ଗ ମଙ୍ଗ ହୋଇ ଚାଲି ଯାଉଛନ୍ତି ?
ମଳୟ ତୁମେ ଆସିଲ ଭଲ ହେଲା। ମାଙ୍କ ଦେହ ଖରାପ କଥା ଶୁଣି ତୁମେ ତ ଗାଁ କୁ ଚାଲି ଯାଇଥିଲ ଆଠଦଶ ଦିନ ହେବ।ଏଣେ ଏଇ ଆଠ ଦିନ ହେବ କଲେଜ ଉଠୁଛି ପଡୁଛି।ତୁମେ ଥିଲେ ଆମର ଗୋଟେ ସବୁ କଥାରେ ସାହସ ଥାଏ। କଲେଜ ପ୍ରେସିଡେଣ୍ଟ ପୁଣି ଜଣେ ମେଧାବୀ ଛାତ୍ର ତୁମେ। ଯାହାକୁ ଯାହା କୁହ ସମସ୍ତେ ଏପରିକି ସାରଙ୍କ ଠାରୁ ପ୍ରିନ୍ସପାଲ୍ ଯାଏ ତୁମକୁ ଖାତିରି କରନ୍ତି ଓ ରଖନ୍ତି।କିନ୍ତୁ ତୁମେ ନଥିଲା ବେଳେ କଲେଜରେ ଗୋଟେ ବିରାଟ ଅଘଟଣ ଘଟି ଯାଇଛି।ପିଲା ମାନେ କଲେଜ ଆସିବାକୁ ଡରୁଛନ୍ତି।ସାର୍ ମାନେ କ୍ଳାସକୁ ବି ଯାଉନାହାନ୍ତି ଭୟରେ।
ଆରେ ଖୋଲିକୁ କୁହ କଣ ହୋଇଛି ?
ଶମ୍ଭୁ ଦାଦା..
ଶମ୍ଭୁ ଦାଦା !! ଶମ୍ଭୁ ଦାଦା କ'ଣ କରିଛି ?ସେ କ'ଣ କଲେଜ ଭିତରେ ପଶିଥିଲା ?ସାର୍ ମାନେ କିଛି କହିଲେନି ?ପୋଲିସକୁ ଖବର ଦେଲେନି ?
ଓହୋ ଶୁଣ ତ ମଳୟ ! ଦୁଇ ତିନି ଦିନ ହେଲା ଶମ୍ଭୁ ତା ଛତରା ଟୋକାଙ୍କୁ ସାଙ୍ଗରେ ଆଣି କଲେଜରେ
ପଇଁତରା ମାରୁଥିଲା।ପ୍ରିନ୍ସପାଲ୍ ଏ କଥା ଜାଣି ପୋଲିସକୁ ଫୋନ୍ କଳାରୁ ଶମ୍ଭୁ ଓ ତା ଦଳ ପ୍ରିନ୍ସପାଲ୍ ଅଫିସ୍ ବାହାର ପଟୁ ତାଲା ପକେଇ ଦେଇ କହିଲେ ,ପୋଲିସ କୁ ବନ୍ଦ କରିବୁ ନା ପେଟ୍ରୋଲ ପକେଇ ତୋ ସହ ଏ ଅଫିସ୍ ଜାଳି ଦେବୁ।
ବିଚରା ପ୍ରିନ୍ସପାଲ୍ ପୋଲିସକୁ କହିଲେ କି ସାର୍ ଏବେ ସବୁ ଠିକ୍ ଠାକ୍ ହୋଇଗଲାଣି ଆପଣ ଅଯଥା ଆସିନ୍ତୁ ନାହିଁ।
ପ୍ରିନ୍ସପାଲ୍ ଏମିତି କହିଲେ ?
ଆଉ କଣ କରିଥାନ୍ତେ ପୋଡି ହୋଇ ମରି ଥାନ୍ତେ କି ବୁଦ୍ଦୁ।
ଆଉ ଆମ ପିଲାମାନେ, ଅନ୍ୟ ଛାତ୍ର ନେତା ମାନେ ସେ କଣ ଶୋଇଥିଲେ ?
ନାଇଁ ରେ ସାମାଜ ସେବୀ ! ସେମାନେ ବି ପାରୁ ପର୍ଯ୍ୟନ୍ତ ଶମ୍ଭୁ ଓ ତା ଦଳକୁ କଲେଜ ପଢା ସମୟରେ ପଶି ବଦମାସି କରନି ବାରଣରୁ କଲାରୁ ଜଣେ ଦି ଜଣ ଉତ୍ତମ ମାଧ୍ୟମ ଖାଇଲେ।ତୁମ ବନ୍ଧୁ ସଞ୍ଜୁଙ୍କୁ ଟେକି ଶୁନ୍ୟେ ଶୁନ୍ୟେ ଫିଙ୍ଗିଦେଲେ ଫୁଟବଲ ପରି ଉପରକୁ।ତା ଗୋଟେ ଗୋଡ଼ ଭାଙ୍ଗି ଚୁନା।
ସେ ତ ମୋତେ କିଛି ଜଣେଇଁନି ?
ସେ କଣ ଏଠି ଅଛି !ତା ବାବା ପରା ଏ ଘଟଣା ଶୁଣି ଆସି ତାକୁ ସାଙ୍ଗରେ ଘରକୁ ନେଇ ଚାଲି ଯାଇଛନ୍ତି।ତା ଛଡା ସେ ଜାଣିଛି ତୁମେ ଗୋପବନ୍ଧୁ ,ଏ କଥା ଜାଣିଲେ ମା ଙ୍କୁ ଅସୁସ୍ଥ ଅବସ୍ଥାରେ ଛାଡି ପଳେଇ ଆସିବ ଓ ଶମ୍ଭୁ ରୋଷର ଶିକାର ହେବ।ତାର ଗୋଡ଼ ତ ଚୁନା ତୁମର ଯେଉଁ ଆଦର୍ଶ କଥା ଶମ୍ଭୁ ତୁମ ମୁଣ୍ଡ ବି
ଚୁନା କରି ଦେଇ ପାରେ।
ଏ ଛାଡ୍ ମ ପ୍ରଶଂସା କହୁଛୁ ନା ପିନ୍ ମାରୁଛୁ ? ହେଉ ତାପରେ କଣ ହେଲା କହ।
କଣ ଆଉ ହେବ ଶେଷରେ ଅନୁଭାକୁ କାଲି ଉଠେଇ ନେଇଛି ଶମ୍ଭୁ। ସେଇ ଉତ୍ତେଜନା କଲେଜ ସାରା।
କଣ ଶମ୍ଭୁ ଅନୁଭାକୁ ଉଠେଇ ନେଇଛି !!
ଅନୁଭା ସେଇ ପ୍ଲସ ଟୁ ସାଇନ୍ସର ଚୁପ୍ ଚାପ୍ ଝିଅଟା ତ ଯେ କଲେଜରେ ଗୀତ ଗାଇ ଫାଷ୍ଟ ହୋଇଥିଲା।
ହଁ ସେଇ ନିରୀହ ଝିଅଟା। ଭାରି ଅଭାବୀ ଘରର ଝିଅ।ବାପା ମା କେତେ ଆଶା କରି ମୁଣ୍ଡ ଝାଳ ତୁଣ୍ଡରେ ମାରି ପଢେଇବାକୁ ଛାଡିଥିଲେ। ହେଲେ କଣ ହେବ ତା ନିରୀହ ପଣକୁ ସୁନ୍ଦର ରୂପ କାଳ ହେଲା।ଶେଷରେ ଶମ୍ଭୁ ତାକୁ ଉଠେଇ ନେଲା।
ମଳୟ ତୁମେ କିଛି କରି ପାରିବ ? ଆଜି ଅନୁଭା ଗଲା କାଲି ମୁଁ ନ ଯିବି କିଏ କହିବ ?
ଶମ୍ଭୁ ନାଁ ଟି ଯଥେଷ୍ଟ କଲେଜ କ'ଣ ସାରା ସହରରେ ଆତଙ୍କ ଖେଳାଇବା ପାଇଁ।ଅତି ଅସାମାଜିକ,ଗୁଣ୍ଡା ହୁଣ୍ଡା। ସେ କଥା ହୁଏନି କାହା ସଙ୍ଗେ।ତା ଭୁଜାଲି
,ଫାର୍ଶା କଥା ହୁଅନ୍ତି ।ଟିକେ ଟିକେ କଥାରେ ମରା
ଧରା ହଣା କୁଟା ରେ ଏକ୍ସପର୍ଟ। ବିରାଟ କାୟ ହାତୀ ପରି ଚେହେରାକୁ ମୁହଁ ଭର୍ତ୍ତୀ ଦାଢ଼ି ଦେଖିଲେ ଭଲା ପୁଅର ପିଳେହିଁ ପାଣି ହୋଇ ଯିବ।ସୁନ୍ଦର ଝିଅଟେ ନଜରରେ ପଡିଲେ ତାକୁ ଉଠେଇ ନେଇ ତା କାମ ପ୍ରବୃତ୍ତି ଚରିତାର୍ଥ କରିବାରେ ବହୁତି ରେକର୍ଡ ଅଛି ତାର।ନିଜ ଜୀବନକୁ ଭୟ ନାହିଁ କି କାହାକୁ ଭୁଜାଲି ପେଲି ମାରିବାରେ ଭୟ ନାହିଁ।
କିଛି ସମୟ ମୋ ମୁଣ୍ଡ କାମ କଲାନି। କଣ କରାଯାଇ ପାରେ।ଏମିତି ହେଲେ କେହି ବାପା ମା ତ ତାଙ୍କ ଝିଅଙ୍କୁ କଲେଜ ପଢେଇବା ପାଇଁ ପଠେଇବେନି।ଇଡିଏଟ ଟା କେତେ ଝିଅ ଜୀବନ ନଷ୍ଟ କଲାଣି।
ଶୁଣ୍ ଅରୁ ତୁ ଯା ତୋ ସମସ୍ତ ହଷ୍ଟେଲ ଝିଅଙ୍କୁ ଏକାଠି କର।ମୁଁ ଯାଉଛି ଆମ ଚାରି ହଷ୍ଟେଲ ପିଲାଙ୍କୁ ଏକାଠି କରି ଆଣୁଛି । କେଲେକ୍ଟର ଅଫିସ୍ ଆଗେ ଆମେ ସମସ୍ତେ ମିଳିମିଶି ଆବେଦନ ପତ୍ର ଦେଇ ଅନଶନ କରିବା।
କିନ୍ତୁ ଶମ୍ଭୁ ଡରରେ କେହି ପିଲା ରାଜି ହେବେ କି ?
ଓହୋ ଯୁଦ୍ଧ ଆରମ୍ଭ ପୂର୍ବରୁ ତୁ ଅସ୍ତ୍ର ତ୍ୟାଗ କରି ଦେଲୁଣି। ପ୍ରଥମେ ସଭିଙ୍କୁ କଲେଜ ହଲ୍ କୁ ଡାକି ଏକାଠି କର।ତାପରେ ଦେଖିବା କଣ ହେଉଛି।
ଅରୁ ମୁଁ ଓ ମୋ ସାଙ୍ଗ ମାନେ ହଷ୍ଟେଲ ଓ ଲୋକାଲ ପିଲାଙ୍କୁ କଲେଜ ହଲ୍ ରେ ଏକାଠି କରି ମୁଁ ପଚାରିଲି, ଆମେ ଓ ଆମ ଭଉଣୀ ମାନେ କଲେଜରେ ପଢିବେ ତ ?
ସମବେତ ଛାତ୍ର କଣ୍ଠରୁ ଭାସି ଆସିଲା ହଁ।
କିନ୍ତୁ ଶମ୍ଭୁ ଯଦି ଅନୁଭା ପରି ଗୋଟିଏ ଗୋଟିଏ ଝିଅଙ୍କୁ ଉଠେଇ ନିଏ କେହି ନିଜ ଝିଅ ପଢେଇବାକୁ ସାହସ କରିବେ କି ?
ସମେବେତ ଉତ୍ତର ନାଁ।
ତାହେଲେ ଆମେ କଣ ଚୁପ୍ ବସିବା ?
ହଲ୍ ନିରବ।
ନିରବ ହେବାର ଏ ବେଳ ନୁହେଁ।ଭାଵ ଅନୁଭା ଆମ ପରି କାହାର ଭଉଣୀ ନିଶ୍ଚୟ ।ଆମେ ଚାରି ପାଞ୍ଚ ହଜାର ଯୁବ ଶକ୍ତି, ଜଣେ ଶମ୍ଭୁକୁ ଡରିବା ?
ସେ ତ ହାଣି ପକେଇବ ଭୁଜାଲି ରେ ଆମକୁ।ଏ ପରିସ୍ଥିତି ରେ ଆମେ କଣ କରିପାରିବା ?
ଦେଖନ୍ତୁ ବନ୍ଧୁ ଗଣ !ଆମ ଭିତରୁ କିଛି ଜଣ ବାହାରିଲେ ବିପଦ ନିଶ୍ଚୟ।କିନ୍ତୁ ଆମେ ସମସ୍ତେ ଯଦି ବାହାରିବା। ପ୍ରତ୍ୟେକ ଜଣେ ଜଣେ ଲିଡ଼ର ହେବା।ଏକତ୍ରିତ ହୋଇ ଏହାର ମୁକାବିଲା କରିବା।ତେବେ ଯାଇ ଏପରି ବିପଦର ସମ୍ମୁଖୀନ ହୋଇ ସମାଧାନ ପନ୍ଥା ବାହାର କରି ପାରିବା।କଣ ତୁମେ ସମସ୍ତେ ମୋ କଥାରେ ରାଜି ନା ଏପରି ଗୋଟିଏ ଗୋଟିଏ ଅନୁଭାଙ୍କୁ ଶମ୍ଭୁ
ହାତରେ ମରିବା ପାଇଁ ଛାଡିଦେବା ?
"ଯୁବ ଶକ୍ତି" ଆଗରେ ବିଶ୍ୱ ମୁଣ୍ଡ ନୁଆଏଁ।ଶମ୍ଭୁ କେତେ ମାତର। ଆମେ ସମସ୍ତେ ଯଦି ହାତ ମିଳାଇବା ସହସ୍ର ଶମ୍ଭୁ ବି କିଛି କରି ପାରିବ ନାହିଁ। ହଁ ମୁଁ କହୁ ନାହିଁ ଶମ୍ଭୁ ପରି ଆମେ ହଣା କଟା କରିବା।ଏହା ସମସ୍ୟା ସମାଧାନ ପରିବର୍ତ୍ତେ ଅଧିକ ସମସ୍ୟା ସୃଷ୍ଟି କରି ପ୍ରାଣ ଘାତୀ ହେବ।ଏଣୁ ଆମେ ଶାନ୍ତି ପୂର୍ଣ୍ଣ ଭାବେ କାମ କରିବା।କାଲି ପ୍ରିନ୍ସପାଲ୍,କଲେକ୍ଟର , ପୋଲିସ ଏସପି ଓ ମିଡିଆଙ୍କୁ ଗୋଟିଏ ଦରଖାସ୍ତ ର କପି ଦେଇ ଆମେ ଅନୁଭା ଉଦ୍ଧାର ହେଉ, ଆମକୁ ନ୍ୟାୟ ମିଳୁ ଦାବିରେ କଲେକ୍ଟର ଅଫିସ୍ ଆଗେ ଧାରଣା ଦେଇ ଅନଶନ କରିବା।ଦେଖିବ ସବୁ ଠିକ୍ ହୋଇଯିବ।
ସତକୁ ସତ ପିମ୍ପୁଡି ଧାର ପରି ହାତରେ ହାତ ଛନ୍ଦି ସ୍ଲୋଗାନ ଦେଇ ଆମ କଲେଜର ସମସ୍ତ ଝିଅ ପୁଅ କଲେକ୍ଟର ଅଫିସ୍ ଆଗେ ଧାରଣା ଦେବାକୁ ଆସିଲୁ। ସହର ବାସୀ ଓ କଲେକ୍ଟର ହଜାର ହଜାର ପିଲାଙ୍କୁ ଦେଖି କାବା।ତୁରନ୍ତ ଏସ୍ପି ଙ୍କୁ ଅର୍ଡର ଦେଲେ ଶମ୍ଭୁକୁ ଯେ କୌଣସି ଉପାୟରେ ଧରା ଯାଉ ଓ ଅନୁଭାକୁ ଉଦ୍ଧାର କରା ଯାଉ।
ମାତ୍ର ଚାରିଦିନ ଦିନ ଭିତରେ ଶମ୍ଭୁ ଧରା ପଡିଲା।କିନ୍ତୁ ଦୁଃଖ ରହିଗଲା ଅନୁଭାକୁ ବଞ୍ଚାଇ ପାରି ନଥିଲୁ ।ଶମ୍ଭୁ ଲୁଚାଇ ରଖିଥିବା ବନ୍ଦ ଘର ଭିତରେ ଫ୍ୟାନରେ ଓନି ଲଗାଇ ଆତ୍ମହତ୍ୟା କରିଦେଇଥିଲା ଅନୁଭା।
ଶମ୍ଭୁକୁ ଆଜୀବନ ଜେଲ ହୋଇଗଲା।ଆମ "ଯୁବ ଶକ୍ତି" ର ଅଦ୍ଭୁତ କାର୍ଯ୍ୟ ପାଇଁ ସହର ବାସୀ ଏବେ ଆଶ୍ୱସ୍ତ।